ଶପଥ ଗ୍ରହଣ କଲେ ହାଇକୋର୍ଟରେ ନବନିଯୁକ୍ତ ୩ ବିଚାରପତି

February 14, 2022, ଓଡ଼ିଶା, , BHAGYAPRABHA NEWS
ଶପଥ ଗ୍ରହଣ କଲେ ହାଇକୋର୍ଟରେ ନବନିଯୁକ୍ତ ୩ ବିଚାରପତି
BHAGYAPRABHA NEWS
[ INPUT ]
Bhagyaprabha News Bureau
February 14, 2022



ଓଡ଼ିଶା ହାଇକୋର୍ଟରେ ନବ ନିଯୁକ୍ତ ୩ ଜଣ ବିଚାରପତି ଶପଥ ଗ୍ରହଣ କରିଛନ୍ତି । ମୁଖ୍ୟ ବିଚାରପତି ଏସ୍. ମୁରଲୀଧରନ୍ ତିନି ବିଚାରପତିଙ୍କୁ ଶପଥ ପାଠ କରାଇଛନ୍ତି । ଶପଥ ନେଇଥିବା ବିଚାରପତିମାନେ ହେଲେ ଜଷ୍ଟିସ ଭି. ନରସିଂହ, ଜଷ୍ଟିସ ବିରଜା ପ୍ରସନ୍ନ ଶତପଥୀ ଓ ଜଷ୍ଟିସ ମୁରାହରି ଶ୍ରୀରମଣ । ନୂଆ ବିଚାରପତିଙ୍କ ଶପଥଗ୍ରହଣ ପରେ ଓଡ଼ିସା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୨୧କୁ ବୃଦ୍ଧି ପାଇଛି । କୋଭିଡ୍ କଟକଣା ଭିତରେ ଅଳ୍ପ ଅତିଥିଙ୍କୁ ନେଇ ଶପଥଗ୍ରହଣ ସମାରୋହ ସଂପନ୍ନ ହୋଇଛି । ଗତ ସପ୍ତାହରେ ୩ ବିଚାରପତିଙ୍କ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ବିଚାରପତି ଭାବେ ନିଯୁକ୍ତି ଦେବା ଲାଗି ବରିଷ୍ଠ ଆଇନଜୀବୀଙ୍କ ନାଁ ସୁପାରିଶ ହୋଇଥିଲା । ଜାନୁଆରି ୨୯ରେ ସୁପ୍ରିମକୋର୍ଟ କଲେଜିୟମ ୪ ଜଣଙ୍କ ନାଁକୁ ମଞ୍ଜୁରୀ ଦେଇଥିଲେ । ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ବିଚାରପତି ଭାବେ ନିଯୁକ୍ତି ଦେବାକୁ ଗତ ସପ୍ତାହରେ ଆଇନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।





ଜଷ୍ଟିସ ଭି. ନରସିଂହ ଅବସରପ୍ରାପ୍ତ ଅତିରିକ୍ତ ସ୍କୁଲ ଇନ୍ସପେକ୍ଟର ଭି.ଧର୍ମାମ୍‌ବାଙ୍କ ପୁଅ । ୧୯୮୯ରେ ସେ ଆଇନଜୀବୀ ଭାବେ ଯୋଗ ଦେଇଥିଲେ। ଜଣେ ଦକ୍ଷ ଆଇନଜୀବୀ ଭାବେ ସେ ସୁନାମ ଅର୍ଜନ କରିଛନ୍ତି ।ସେହିପରି ସ୍ୱର୍ଗତ ସ୍ୱାଧୀନତା ସଂଗ୍ରାମୀ ଭଗବାନ ଶତପଥୀ ଓ ପ୍ରଭାବତୀ ଶତପଥୀଙ୍କ ପୁଅ ଜଷ୍ଟିସ ବିରଜା ପ୍ରସନ୍ନ ଶତପଥୀ । ୧୯୯୩ରେ ଆଇନଜୀବୀ ଭାବେ ହାଇକୋର୍ଟରେ ଯୋଗ ଦେଇଥିଲେ । ବହୁ ଗରିବ ଓ ଆର୍ଥିକ ଦୃଷ୍ଟିରୁ ଦୁର୍ବଳଙ୍କୁ ସେ ସାହାଯ୍ୟ କରିଛନ୍ତି । ଷ୍ଟିସ ମୁରାହରି ଶ୍ରୀରମଣ ହେଲେ ଏମଆରଭି ରାଓ ଓ ଅନସୂୟା ଦେବୀଙ୍କ ପୁଅ । ଆଇନଜୀବୀ ଭାବେ ୧୯୯୭ରେ ସେ ଯୋଗ ଦେଇଥିଲେ ।





Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
କୋଭିଡ ନିୟମ କଡ଼ାକଡ଼ିରେ ହେବ ଭୋଟଗ୍ରହଣ

କୋଭିଡ ନିୟମ କଡ଼ାକଡ଼ିରେ ହେବ ଭୋଟଗ୍ରହଣ

Read More...

ସଡ଼କ ଦୁର୍ଘଟଣାରେ ଅପରିଚିତ ଯୁବକର ମୃତ୍ୟୁ : ପୋଲିସର ତଦନ୍ତ , ବସ୍ ଜବତ

ସଡ଼କ ଦୁର୍ଘଟଣାରେ ଅପରିଚିତ ଯୁବକର ମୃତ୍ୟୁ : ପୋଲିସର ତଦନ୍ତ , ବସ୍ ଜବତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: