ବାସୁଦେବପୁରରେ ପ୍ରାକ୍ ନିର୍ବାଚନୀ ଗୋଷ୍ଠୀ ହିଂସା : ୨ ମହିଳା ସମେତ ୭ ଆହାତ

February 14, 2022, ଅପରାଧ, ଗଞ୍ଜାମ, Kiran Behera
ବାସୁଦେବପୁରରେ ପ୍ରାକ୍ ନିର୍ବାଚନୀ ଗୋଷ୍ଠୀ ହିଂସା : ୨ ମହିଳା ସମେତ ୭ ଆହାତ
Kiran Behera
[ Reporter,Digapahandi ]
Bhagyaprabha News Bureau
February 14, 2022

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବାସୁଦେବପୁର ଗ୍ରାମରେ ସୋମବାର ଅପରାହ୍ନରେ ରାଜନୈତିକ ଶତ୍ରୁତାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରାକ୍ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ଏଥିରେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଆକ୍ରମଣରେ ଦୁଇ ମହିଳା ସମେତ ୭ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଖବରନୁଯାୟୀ , ଆସନ୍ତା ୧୬ ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ଦୃଷ୍ଟିରେ ରଖି ବାସୁଦେବପୁର ପଞ୍ଚାୟତ ସରପଞ୍ଚ ପ୍ରାର୍ଥୀ ରବିନାରାୟଣ ପାଢ଼ୀ ନିଜ ସମର୍ଥକଙ୍କ ସହ ନିର୍ବାଚନ ପ୍ରଚାର ଶୋଭାଯାତ୍ରା କରୁଥିବା ବେଳେ ଅପର ଗୋଷ୍ଠୀର କିଛି ବ୍ୟକ୍ତି ଠେଙ୍ଗା , ଖଣ୍ଡା , କାତି ପ୍ରଭୃତି ମାରଣାସ୍ତ୍ର ଧରି ସଂଘବଦ୍ଧ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏହି ଆକ୍ରମଣରେ ୫ ଜଣ ଗୁରୁତର ଆହାତ ହୋଇଛନ୍ତି । ଆହତ ମାନଙ୍କ ମଧ୍ୟରେ ୨ ମହିଳା ଥିବା ଜଣାପଡିଛି ।ଆହତ ମାନେ ହେଲେ କେ. କିଶୋର କୁମାର , କାଳିଆ ସେଠୀ , କେ. ଶିବରାମ , ଲଣ୍ଡା ମଳିକ , ଦିବ୍ୟସିଂହ ରେଡ୍ଡୀ , ବି. ପୁନି ରେଡ୍ଡୀ ଏବଂ ଏ. ଗାଉରୁ ବୋଲି ସୂଚନା ମିଳିପାରିଛି । ଖବରପାଇ ଦିଗପହଣ୍ଡି ଥାନା ଅଧିକାରୀ ବସନ୍ତ କୁମାର ସେଠୀ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିବା ସହ ଅଧିକ ତଦନ୍ତ ଚଳାଇଛନ୍ତି । ଏନେଇ ଦିଗପହଣ୍ଡି ଥାନାରେ ଅଭିଯୁକ୍ତ ମାନଙ୍କ ନାମରେ ଏତଲା ଦିଆଯାଇଥିବା ଜଣାପଡିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗଞ୍ଜାମ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ  ୬୫.୫୪ ପ୍ରତିଶତ ମତଦାନ

ଗଞ୍ଜାମ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୬୫.୫୪ ପ୍ରତିଶତ ମତଦାନ

Read More...

ଗଞ୍ଜାମ ଜିଲ୍ଲାରେ ୧୪୬ ସମ୍ୱେଦନଶୀଳ, ୧୭୮ ଅତି ସମ୍ୱେଦନଶୀଳ ମତଦାନ କେନ୍ଦ୍ର

ଗଞ୍ଜାମ ଜିଲ୍ଲାରେ ୧୪୬ ସମ୍ୱେଦନଶୀଳ, ୧୭୮ ଅତି ସମ୍ୱେଦନଶୀଳ ମତଦାନ କେନ୍ଦ୍ର

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: