ଚିକିଟି ବ୍ଲକର ୧୦୯ ଆସନ ପାଇଁ ହେବ ମତଦାନ

February 17, 2022, ରାଜନୀତି, ଗଞ୍ଜାମ, Kiran Behera
ଚିକିଟି ବ୍ଲକର ୧୦୯ ଆସନ ପାଇଁ ହେବ ମତଦାନ
Kiran Behera
[ Reporter,Digapahandi ]
Bhagyaprabha News Bureau
February 17, 2022

ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା, ସାନଖେମୁଣ୍ଡି. ସୋରଡା, ଚିକିଟି ଏବଂ ବୁଗୁଡା ବ୍ଲକରେ ଦ୍ୱିତୀୟ ପର୍ଯ୍ୟାୟରେ ହେବ ନିର୍ବାଚନ । ଏହାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପାଞ୍ଚଟି ବ୍ଲକରେ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି । ତେବେ ୫ଟି ବ୍ଲକରେ ମୋଟ ୧୬୩୮ଟି ମତଦାନ କେନ୍ଦ୍ରରେ ମତଦାନ କରିବେ ୫ ଲକ୍ଷ ୭୮ ହଜାର ୮୬ ଭୋଟର । ଅନ୍ୟପଟେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ପୁର୍ବ ପ୍ରସ୍ତୁତି ମୁତାବକ ଏହି ପାଞ୍ଚୋଟି ବ୍ଲକ ମୁଖ୍ୟାଳୟରୁ ପୁଲିଂ ପାର୍ଟିମାନେ ନିଜ ଦାୟିତ୍ୱରେ ଥିବା ମତଦାନ କେନ୍ଦ୍ରକୁ ଯାଇଛିନ୍ତି । ସେହିପରି ଚିକିଟି ବ୍ଲକରେ ମୋଟ ୩ଟି ଜିଲ୍ଲା ପରିଷଦ ଆସନ, ୧୭ଟି ସରପଞ୍ଚ ଓ ସମିତିସଭ୍ୟ ଓ ୨୪୬ଟି ୱାର୍ଡସଭ୍ୟ ଆସନ ରହିଥିବାବେଳେ ବର୍ତ୍ତମାନ ୧୬୭ଟି ୱାର୍ଡସଭ୍ୟ, ୩ ଟି ସପରଞ୍ଚ ଓ ୪ ଟି ସମିତିସଭ୍ୟ ଆସନ ପାଇଁ ଜଣେ ଲେଖାଏଁ ପ୍ରାର୍ଥୀ ନାମାଙ୍କନ ଭରିଥିଲେ । ବର୍ତ୍ତମାନ ଏହି ବ୍ଲକରେ ୨୪୬ ମତଦାନ କେନ୍ଦ୍ରରେ ୩ ଜିଲ୍ଲା ପରିଷଦ, ୧୪ ସରପଞ୍ଚ, ୧୩ ସମିତିସଭ୍ୟ ଓ ୭୯ ୱାର୍ଡସଭ୍ୟ ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ । ଏହି ବ୍ଲକର ୧୮ନମ୍ବର ଜିଲ୍ଲା ପରିଷଦ ଆସନ ପାଇଁ ବିଜେଡି, ବିଜେପି ଓ କଂଗ୍ରେସର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବାକୁ ଥିବା ବେଳେ ୧୭ନମ୍ବର ଜିଲ୍ଲା ପରିଷଦ ଆସନରେ ବିଜେଡି, ବିଜେପି, କଂଗ୍ରେସ ଆମ ଆଦମୀ ପାର୍ଟି ଏବଂ ସ୍ୱାଧିନ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ, ସେହିପରି ୧୬ ନମ୍ବର ଜିଲ୍ଲା ପରିଷଦ ଆସନରେ ବିଜେଡି ବିଜେପି ଓ ଆମ ଆଦମି ପାର୍ଟିର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ଏହି ବ୍ଲକର ୧୭ଟି ପଞ୍ଚାୟତର ୫୩ ସରପଞ୍ଚ ପ୍ରାର୍ଥୀ ଓ ୪୧ ସମିତିସଭ୍ୟ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ବ୍ଲକର ୯୨ ହଜାର ୯୩୭ ଭୋଟର ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗଞ୍ଜାମ ଜିଲ୍ଲାରେ ୧୮୧ ସମ୍ୱେଦନଶୀଳ, ୭୪ ଅତି ସମ୍ୱେଦନଶୀଳ ମତଦାନ କେନ୍ଦ୍ର

ଗଞ୍ଜାମ ଜିଲ୍ଲାରେ ୧୮୧ ସମ୍ୱେଦନଶୀଳ, ୭୪ ଅତି ସମ୍ୱେଦନଶୀଳ ମତଦାନ କେନ୍ଦ୍ର

Read More...

ବୁଗୁଡା ବ୍ଲକର ୨୩୦ ଆସନ ପାଇଁ ହେବ ମତଦାନ

ବୁଗୁଡା ବ୍ଲକର ୨୩୦ ଆସନ ପାଇଁ ହେବ ମତଦାନ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: