ଗଞ୍ଜାମ ବ୍ଲକର ୧୦୪ ଆସନ ପାଇଁ ହେବ ମତଦାନ

February 19, 2022, ରାଜନୀତି, ଗଞ୍ଜାମ, Swadhina Kumar Sahu
ଗଞ୍ଜାମ ବ୍ଲକର ୧୦୪ ଆସନ ପାଇଁ ହେବ ମତଦାନ
Swadhina Kumar Sahu
[ District Reporter ,Ganjam ]
Bhagyaprabha News Bureau
February 19, 2022

ଗଞ୍ଜାମ ଜିଲ୍ଲାର ଧରାକୋଟ, ଛତ୍ରପୁର, ଗଞ୍ଜାମ, ପାତ୍ରପୁର ଏବଂ ବେଲଗୁଣ୍ଠା ବ୍ଲକରେ ତୃତୀୟ ପର୍ଯ୍ୟାୟରେ ହେବ ନିର୍ବାଚନ । ଏହାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପାଞ୍ଚଟି ବ୍ଲକରେ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି । ତେବେ ୫ଟି ବ୍ଲକରେ ମୋଟ ୧୩୮୨ଟି ମତଦାନ କେନ୍ଦ୍ରରେ ମତଦାନ କରିବେ ୪ ଲକ୍ଷ ୯୦ ହଜାର ୯୪୪ ଭୋଟର । ଅନ୍ୟପଟେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ପୁର୍ବ ପ୍ରସ୍ତୁତି ମୁତାବକ ଏହି ପାଞ୍ଚୋଟି ବ୍ଲକ ମୁଖ୍ୟାଳୟରୁ ପୁଲିଂ ପାର୍ଟିମାନେ ନିଜ ଦାୟିତ୍ୱରେ ଥିବା ମତଦାନ କେନ୍ଦ୍ରକୁ ଯାଇଛିନ୍ତି । ସେହିପରି ଗଞ୍ଜାମ ବ୍ଲକରେ ମୋଟ ୨ଟି ଜିଲ୍ଲା ପରିଷଦ ଆସନ, ୧୫ଟି ସରପଞ୍ଚ, ସମିତିସଭ୍ୟ ଓ ୨୨୩ ୱାର୍ଡସଭ୍ୟ ଆସନ ରହିଥିବାବେଳେ ବର୍ତ୍ତମାନ ୧୪୫ଟି ୱାର୍ଡସଭ୍ୟ, ୩ଟି ସରପଞ୍ଚ ଓ ୩ଟି ସମିତିସଭ୍ୟ ଆସନ ପାଇଁ ଜଣେ ଲେଖାଏଁ ପ୍ରାର୍ଥୀ ନାମାଙ୍କନ ଭରିଥିଲେ । ବର୍ତ୍ତମାନ ଏହି ବ୍ଲକରେ ୨୨୩ ମତଦାନ କେନ୍ଦ୍ରରେ ୨ ଜିଲ୍ଲା ପରିଷଦ, ୧୨ ସରପଞ୍ଚ, ୧୨ ସମିତିସଭ୍ୟ ଓ ୭୮ ୱାର୍ଡସଭ୍ୟ ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ । ଏହି ବ୍ଲକର ୧୪ ନମ୍ବର ଜିଲ୍ଲା ପରିଷଦ ଆସନ ପାଇଁ ବିଜେଡି, ବିଜେପି, କଂଗ୍ରେସ ଓ ସିପିଆଇଏମ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବାକୁ ଥିବା ବେଳେ ୧୫ ନମ୍ବର ଜିଲ୍ଲା ପରିଷଦ ଆସନରେ ବିଜେଡି, ବିଜେପି, କଂଗ୍ରେସ, ସିପିଆଇ, ସିପିଆଇଏମ ଓ ବିଏସପି ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ସେହିପରି ଏହି ବ୍ଲକର ୧୫ଟି ପଞ୍ଚାୟତର ୪୮ ସରପଞ୍ଚ ପ୍ରାର୍ଥୀ ଓ ୩୬ ସମିତିସଭ୍ୟ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ବ୍ଲକର ୭୪ ହଜାର ୬୯୩ ଜଣ ଭୋଟର ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପାତ୍ରପୁର ବ୍ଲକର ୨୧୦ ଆସନ ପାଇଁ ହେବ ମତଦାନ

ପାତ୍ରପୁର ବ୍ଲକର ୨୧୦ ଆସନ ପାଇଁ ହେବ ମତଦାନ

Read More...

ଛତ୍ରପୁର ବ୍ଲକର ୧୪୭ ଆସନ ପାଇଁ ହେବ ମତଦାନ

ଛତ୍ରପୁର ବ୍ଲକର ୧୪୭ ଆସନ ପାଇଁ ହେବ ମତଦାନ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: