ପ୍ରେମ ବ୍ୟାପାରକୁ ନେଇ ଯୁବକଙ୍କୁ ଛୁରାମାଡ ଅଭିଯୋଗ

February 22, 2022, ଅପରାଧ, ଗଞ୍ଜାମ, Kiran Behera
ପ୍ରେମ ବ୍ୟାପାରକୁ ନେଇ ଯୁବକଙ୍କୁ ଛୁରାମାଡ ଅଭିଯୋଗ
Kiran Behera
[ Reporter,Digapahandi ]
Bhagyaprabha News Bureau
February 22, 2022

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା କରପଡା ଗ୍ରାମରେ ପ୍ରେମ ବ୍ଯାପାରକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଛୁରାମାଡ ହୋଇଥିବା ଜଣାପଡିଛି । ତେବେ ପୁଅର ଭଲ ପାଇବାକୁ ବିରୋଧ କରି ଖୋଦ ପରିବାରର ସଦସ୍ୟ ମାନେ ଏଭଳି ଆକ୍ରମଣ କରିଥିବା ଜଣାପଡିଛି । ସୂଚନା ପ୍ରକାରେ କରପଡା ଗ୍ରାମର ରିତେଶ ପ୍ରଧାନ ନିକଟସ୍ଥ ପଞ୍ଚାୟତର ଜଣେ ଯୁବତୀଙ୍କୁ ଭଲ ପାଇ ଆସିବା ସହ ତାଙ୍କୁ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ପୁଅର ଏଭଳି ନିଷ୍ପତ୍ତିକୁ ସହଜରେ ଗ୍ରହଣ କରି ନପାରି ପରିବାର ଲୋକେ ବାରମ୍ବାର ତାଙ୍କ ଉପରେ ଆକ୍ରମଣ କରୁଥିବା ରିତେଶ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ଏପରିକି ରବିବାର ରାତିରେ ତାଙ୍କ ଜ୍ବାଇଁ ଛୁରାମାଡ କରିବା ପରେ ଅନ୍ୟ ସଦସ୍ୟ ମାନେ ମଧ୍ୟ ଆକ୍ରମଣ କରି ତାଙ୍କୁ ଲହୁଲୁହାଣ କରିଥିବା ସେ ତାଙ୍କ ଏତଲାରେ ଉଲ୍ଲେଖ କରିଛନ୍ତି। ବମକୋଇ ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ରରେ ଚିକିତ୍ସିତ ପରେ ରିତେଶ ସୋମବାର ଦିଗପହଣ୍ଡି ଥାନାରେ ପହଞ୍ଚି ଏତଲା ଦେଇଥିବା ବେଳେ ଥାନା ମାମଲା ନଂ. ୮୮/୨୨ ଅନୁଯାୟୀ ମକଦ୍ଦମା ରୁଜୁ କରାଯାଇ ତଦନ୍ତ ଚାଲିଥିବା ଆଇଆଇସି ବସନ୍ତ କୁମାର ସେଠୀ ଜଣାଇଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
କାୟାକଳ୍ପ ଟିମର ଦିଗପହଣ୍ଡି ଏବଂ ବମକୋଇ ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ର ପରିଦର୍ଶନ

କାୟାକଳ୍ପ ଟିମର ଦିଗପହଣ୍ଡି ଏବଂ ବମକୋଇ ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ର ପରିଦର୍ଶନ

Read More...

ଦିଗପହଣ୍ଡି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଆନ୍ତର୍ଜାତିକ ମାତୃଭାଷା ଦିବସ ପାଳିତ

ଦିଗପହଣ୍ଡି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଆନ୍ତର୍ଜାତିକ ମାତୃଭାଷା ଦିବସ ପାଳିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: