ବିବାହିତ ଗର୍ଭବତୀ ମହିଳାଙ୍କ ଆତ୍ମହତ୍ୟା : ଥାନାରେ ଏତଲା

February 23, 2022, ଅପରାଧ, ଗଞ୍ଜାମ, Kiran Behera
ବିବାହିତ ଗର୍ଭବତୀ ମହିଳାଙ୍କ ଆତ୍ମହତ୍ୟା : ଥାନାରେ ଏତଲା
Kiran Behera
[ Reporter,Digapahandi ]
Bhagyaprabha News Bureau
February 23, 2022

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦ ଶାସନ ସାହିରେ ଗତକାଲି ବିଳମ୍ବିତ ରାତିରେ ଜଣେ ବିବାହିତ ଗର୍ଭବତୀ ମହିଳା ନିଜ ବେକରେ ଓଢ଼ଣୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ମୃତ ମହିଳା ଜଣକ ହେଲେ ପ୍ରଦୀପ କୁମାର ମିଶ୍ରଙ୍କ ସ୍ତ୍ରୀ ଶ୍ବେତା ମିଶ୍ର (୨୫) ବୋଲି ସୂଚନା ମିଳିପାରିଛି । ଖବରନୁଯାୟୀ , ଛତ୍ରପୁର ହନୁମାନ ନଗରରେ ବାସ କରୁଥିବା ନୃସିଂହ ଶେଖର ମିଶ୍ରଙ୍କ ଝିଅ ଶ୍ବେତାଙ୍କ ବାହାଘର ଦିଗପହଣ୍ଡି ଶାସନ ସାହିର ଗୋପୀନାଥ ମିଶ୍ରଙ୍କ ସାନପୁଅ ପ୍ରଦୀପଙ୍କ ସହ ୨୦୧୬ ମଇ ମାସରେ ବୈଦିକ ରୀତିରେ ହୋଇଥିଲା । ପ୍ରଦୀପ ଜଣେ ପୋଲିସ ବିଭାଗରେ କାର୍ଯ୍ୟ କରୁଥିବା ବେଳେ ନିକଟରେ ଉତ୍ତରପ୍ରଦେଶରେ କାର୍ଯ୍ୟରତ ରହିଥିଲେ । ତାଙ୍କର ୫ ବର୍ଷର ପୁଅ ରହିଥିବା ବେଳେ ବର୍ତ୍ତମାନ ଶ୍ବେତା ୫ ମାସର ଗର୍ଭବତୀ ରହିଥିଲେ । ତେବେ ସାହି ପଡିଶା ଓ ଝିଅର ପରିବାରର ଲୋକଙ୍କ କହିବା ଅନୁସାରେ ପୂର୍ବରୁ ପରିବାର ଲୋକଙ୍କ ସହ ଶ୍ବେତାଙ୍କ କେବେହେଲେ ମନମାଳିନ ହୋଇନଥିବା ବେଳେ ମଙ୍ଗଳବାର ରାତିରେ ଶ୍ବେତା କୈାଣସି କାରଣରୁ ନିଜ ଓଢଣୀରେ ଘର ଭିତରେ ବେକରେ ଗୁଡେଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ପରିବାର ଲୋକେ ଘଟଣା ସମ୍ପର୍କରେ ଜାଣିବା ପରେ ଶ୍ବେତାଙ୍କ ସ୍ବାମୀଙ୍କୁ ଖବର ଦେଇଥିଲେ । ଏହାପରେ ପ୍ରଦୀପ ଝିଅର ପରିବାର ସଦସ୍ୟଙ୍କୁ ଝିଅ ଅସୁସ୍ଥ ଥିବା ନେଇ ସୂଚନା ଦେଇଥିଲେ । ସୂଚନା ପାଇ ଝିଅର ଦୁଇ ମାମୁଁ ସମେତ ପରିବାର ସଦସ୍ୟ ଦିଗପହଣ୍ଡିରେ ପହଞ୍ଚିଥିଲେ । ଏହାପରେ ଆମ୍ବୁଲାନ୍ସ ଯୋଗେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ତେବେ ସେଠାରେ ଉପସ୍ଥିତ ଡାକ୍ତର ମୃତ ଘୋଷଣା କରିଥିଲେ । ଏନେଇ ଝିଅର ମାମୁଁ ଥାନାରେ ଅଭିଯୋଗ କରିଥିଲେ । ବୁଧବାର ସକାଳେ ଦିଗପହଣ୍ଡି ଥାନା ପୋଲିସ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଶବକୁ ଜବତ କରିଥିବା ବେଳେ ଅପରାହ୍ନରେ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ କରିଥିବା ଜଣାପଡ଼ିଛି । ତେବେ ସ୍ଥାନୀୟ ଅତିରିକ୍ତ ତହସିଲଦାର ରମେଶ ଚନ୍ଦ୍ର ବେହେରାଙ୍କ ଉପସ୍ଥିତିରେ ପୋଲିସ ଥାନା ଅପମୃତ୍ୟୁ ମାମଲା ନଂ ୦୧/୨୨ ପ୍ରକାରେ ମକଦ୍ଦମା ରୁଜୁ କରି ଶବ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ମେଡ଼ିକାଲ ପଠାଇ ଦେଇଥିବା ଜଣାପଡିଛି । ତେବେ ବ୍ୟବଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ଜଣାପଡିବ ବୋଲି ତଦନ୍ତ ଚଳାଇଥିବା ଥାନା ଅଧିକାରୀ ବସନ୍ତ କୁମାର ସେଠୀ ସୂଚନା ଦେଇଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସମରେନ୍ଦ୍ର ସୋରଡା ୬୩ ନମ୍ବର ଜୋନରେ ପିନ୍ଧିଲେ ବିଜୟୀ ମୁକୁଟ

ସମରେନ୍ଦ୍ର ସୋରଡା ୬୩ ନମ୍ବର ଜୋନରେ ପିନ୍ଧିଲେ ବିଜୟୀ ମୁକୁଟ

Read More...

ମଣ୍ଡି ମାଧ୍ୟମରେ ଧାନ କ୍ରୟ କରାନଯିବା ନେଇ ଅସନ୍ତୋଷ ଚାଷୀଙ୍କ ବିକ୍ଷୋଭ ପ୍ରଦର୍ଶନ : ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ

ମଣ୍ଡି ମାଧ୍ୟମରେ ଧାନ କ୍ରୟ କରାନଯିବା ନେଇ ଅସନ୍ତୋଷ ଚାଷୀଙ୍କ ବିକ୍ଷୋଭ ପ୍ରଦର୍ଶନ : ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: