ସୋରଡାରୁ ଆରମ୍ଭ ଗଞ୍ଜାମ ବିଜେଡିର ବିଜୟ ଯାତ୍ରା, ୨୨ ରୁ ୨୨ କ୍ଲିନ ସ୍ୱିପ

February 27, 2022, ଓଡ଼ିଶା, ଗଞ୍ଜାମ, Swadhina Kumar Sahu
ସୋରଡାରୁ ଆରମ୍ଭ ଗଞ୍ଜାମ ବିଜେଡିର ବିଜୟ ଯାତ୍ରା, ୨୨ ରୁ ୨୨ କ୍ଲିନ ସ୍ୱିପ
Swadhina Kumar Sahu
[ District Reporter ,Ganjam ]
Bhagyaprabha News Bureau
February 27, 2022

ଗଞ୍ଜାମ ଜିଲ୍ଲାରେ ସରିଲା ପ୍ରଥମ ପର୍ଯ୍ୟାୟ ମତଦାନ ୨୨ଟି ଜିଲ୍ଲା ପରିଷଦ ଆସନକୁ ବିଜେଡି ହାସଲ କରିଥିବା ବେଳେ ଅନ୍ୟ ଦଳ ମାନଙ୍କର ହାତ ଖାଲି । ଚଳିତ ଥର ବ୍ଲକ ସ୍ତରରେ ଭୋଟ ଗଣତି ଅନୁଷ୍ଠିତ ହୋଇଥିବା ବେଳେ ସକାଳ ସମୟରୁ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ବ୍ଲକ ମୁଖ୍ୟାଳୟରେ ଜାରି ରହିଥିଲା ଭୋଟ ଗଣତି । ସେହିପରି ଜିଲ୍ଲାର ସୋରଡା ରୁ ଗଞ୍ଜାମ ବିଜେଡି ନିଜର ବିଜୟ ଯାତ୍ରା ଆରମ୍ଭ କରିଥିବା ବେଳେ ଅନ୍ୟ ୨୧ ଆସନରେ ଆଗୁଆ ରହି ଆସୁଥିଲା । ଆଜି ସକାଳୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଆ ଯାଇଥିବା ରିପୋର୍ଟ ଅନୁଯାୟୀ ଜିଲ୍ଲାର ପ୍ରଥମ ପର୍ଯ୍ୟାୟ ଭୋଟ ଗଣତିରେ ସମସ୍ତ ୨୨ ଆସନରେ ବିଜେଡିର ପ୍ରାର୍ଥୀମାନେ ବିଜୟ ଲାଭ କରିଛନ୍ତି । ଜିଲ୍ଲାର ୧ ନମ୍ବର ଜିଲ୍ଲା ପରିଷଦ ଆସନ ଆସିକା ବ୍ଲକରେ ରହିଥିବା ବେଳେ ବିଜେଡି ପ୍ରାର୍ଥୀ ୧୧ ହଜାର ୭୭୩ ଭୋଟ ପାଇଥିଲେ । ଏହି ସ୍ଥାନରେ ବିଜେପି ପ୍ରାର୍ଥୀ ୬ ହଜାର ୮୦୫ ଭୋଟ ପାଇଥିଲେ ଏବଂ କଂଗ୍ରେସ ପ୍ରାର୍ଥୀ ୬୫୨ ଖଣ୍ଡ ଭୋଟ ପାଇଥିଲେ । ଏହି ଆସନରେ ବିଜେଡି ପ୍ରାର୍ଥୀନୀ ତନ୍ମୟୀ ନାୟକ ୪ ହଜାର ୯୬୮ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି । ସେହିପରି ଜିଲ୍ଲାର ୫ ନମ୍ବର ଜିଲ୍ଲା ପରିଷଦ ଆସନରେ ବିଜେଡି ପ୍ରାର୍ଥୀ ୧୧ ହଜାର ୨୯୫ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ୪ ହଜାର ୩୮୬ ଭୋଟ ପାଇଥିଲେ ଏବଂ କଂଗ୍ରେସ ପ୍ରାର୍ଥୀ ୧ ହଜାର ୯ ଖଣ୍ଡ ଭୋଟ ପାଇଥିଲେ । ଏହି ଆସନରେ ବିଜେଡି ପ୍ରାର୍ଥୀ ବଳରାମ ପ୍ରଧାନ ୬ ହଜାର ୯୦୯ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି । ସେହିପରି ଜିଲ୍ଲାର ୮ ନମ୍ବର ଜିଲ୍ଲା ପରିଷଦ ଆସନରେ ବିଜେଡି ପ୍ରାର୍ଥୀ ୧୨ ହଜାର ୭୨୪ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ୪ ହଜାର ୫୫୭ ଭୋଟ ପାଇଥିଲେ ଏବଂ କଂଗ୍ରେସ ପ୍ରାର୍ଥୀ ୪ ହଜାର ୨୪୭ ଖଣ୍ଡ ଭୋଟ ପାଇଥିଲେ । ଏହି ଆସନରେ ବିଜେଡି ପ୍ରାର୍ଥୀନୀ ଶିବାନୀ ସେଠୀ ୮ ହଜାର ୧୬୭ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି । ଅନ୍ୟପଟେ ଜିଲ୍ଲାର ୧୧ ନମ୍ବର ଜିଲ୍ଲା ପରିଷଦ ଆସନରେ ବିଜେଡି ପ୍ରାର୍ଥୀ ୧୨ ହଜାର ୧୮୯ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ୯ ହଜାର ୯୬୯ ଭୋଟ ପାଇଥିଲେ ଏବଂ କଂଗ୍ରେସ ପ୍ରାର୍ଥୀ ୭୬୩ ଖଣ୍ଡ ଭୋଟ ପାଇଥିଲେ । ଏହି ଆସନରେ ବିଜେଡି ପ୍ରାର୍ଥୀନୀ ସୋନମ ପୋଲାଇ ୨ ହଜାର ୨୨୦ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି । ସେହିପରି ଜିଲ୍ଲାର ୧୪ ନମ୍ବର ଜିଲ୍ଲା ପରିଷଦ ଆସନରେ ବିଜେଡି ପ୍ରାର୍ଥୀ ୧୪ ହଜାର ୧୧୬ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ୪ ହଜାର ୭୧୦ ଭୋଟ ପାଇଥିଲେ ଏବଂ କଂଗ୍ରେସ ପ୍ରାର୍ଥୀ ୭୦୭ ଖଣ୍ଡ ଭୋଟ ପାଇଥିଲେ । ଏହି ଆସନରେ ବିଜେଡି ପ୍ରାର୍ଥୀନୀ ସସ୍ମିତା ସ୍ୱାଇଁ ୯ ହଜାର ୪୦୬ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି । ଅନ୍ୟପଟେ ଜିଲ୍ଲାର ୧୬ ନମ୍ବର ଜିଲ୍ଲା ପରିଷଦ ଆସନରେ ବିଜେଡି ପ୍ରାର୍ଥୀ ୧୧ ହଜାର ୫୪୫ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ୫ ହଜାର ୭୧୯ ଭୋଟ ପାଇଥିଲେ । ଏହି ଆସନରେ ବିଜେଡି ପ୍ରାର୍ଥୀନୀ କେ ନିଳାବେଣି ୫ ହଜାର ୮୨୬ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି । ସେହିପରି ଜିଲ୍ଲାର ୨୦ ନମ୍ବର ଜିଲ୍ଲା ପରିଷଦ ଆସନରେ ବିଜେଡି ପ୍ରାର୍ଥୀ ୧୩ ହଜାର ୧୪୫ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ୩ ହଜାର ୬୮୩ ଭୋଟ ପାଇଥିଲେ ଏବଂ କଂଗ୍ରେସ ପ୍ରାର୍ଥୀ ୧ ହଜାର ୭୩୩ ଖଣ୍ଡ ଭୋଟ ପାଇଥିଲେ । ଏହି ଆସନରେ ବିଜେଡି ପ୍ରାର୍ଥୀନୀ ରଶ୍ମିତା ନାହାକ ୯ ହଜାର ୪୬୨ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି । ଅନ୍ୟପଟେ ଜିଲ୍ଲାର ୨୨ ନମ୍ବର ଜିଲ୍ଲା ପରିଷଦ ଆସନରେ ବିଜେଡି ପ୍ରାର୍ଥୀ ୧୩ ହଜାର ୩୦ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ୭ ହଜାର ୮୩୮ ଭୋଟ ପାଇଥିଲେ ଏବଂ କଂଗ୍ରେସ ପ୍ରାର୍ଥୀ ୫୭୪ ଖଣ୍ଡ ଭୋଟ ପାଇଥିଲେ । ଏହି ଆସନରେ ବିଜେଡି ପ୍ରାର୍ଥୀ ଶିବ ସେଠୀ ୫ ହଜାର ୧୯୨ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି । ସେହିପରି ଜିଲ୍ଲାର ୨୫ ନମ୍ବର ଜିଲ୍ଲା ପରିଷଦ ଆସନରେ ବିଜେଡି ପ୍ରାର୍ଥୀ ୧୦ ହଜାର ୧୦୬ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ୬ ହଜାର ୩୩୧ ଭୋଟ ପାଇଥିଲେ ଏବଂ ସିପିଆଇ ପ୍ରାର୍ଥୀ ୩ ହଜାର ୮୩୨ ଖଣ୍ଡ ଭୋଟ ପାଇଥିଲେ । ଏହି ଆସନରେ ବିଜେଡି ପ୍ରାର୍ଥୀ ରାଧାକାନ୍ତ ମହାଙ୍କୁଡ ୩ ହଜାର ୭୭୫ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି । ଅନ୍ୟପଟେ ଜିଲ୍ଲାର ୨୯ ନମ୍ବର ଜିଲ୍ଲା ପରିଷଦ ଆସନରେ ବିଜେଡି ପ୍ରାର୍ଥୀ ୯ ହଜାର ୨୨ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ୮୫୫ ଭୋଟ ପାଇଥିଲେ ଏବଂ କଂଗ୍ରେସ ପ୍ରାର୍ଥୀ ୭ ହଜାର ୩୩୯ ଖଣ୍ଡ ଭୋଟ ପାଇଥିଲେ । ଏହି ଆସନରେ ବିଜେଡି ପ୍ରାର୍ଥୀ ପ୍ରତାପ ସ୍ୱାଇଁ ୧ ହଜାର ୬୮୩ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି । ସେହିପରି ଜିଲ୍ଲାର ୩୨ ନମ୍ବର ଜିଲ୍ଲା ପରିଷଦ ଆସନରେ ବିଜେଡି ପ୍ରାର୍ଥୀ ୧୧ ହଜାର ୧୪ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ୮ ହଜାର ୪୯୨ ଭୋଟ ପାଇଥିଲେ ଏବଂ କଂଗ୍ରେସ ପ୍ରାର୍ଥୀ ୮୩୭ ଖଣ୍ଡ ଭୋଟ ପାଇଥିଲେ । ଏହି ଆସନରେ ବିଜେଡି ପ୍ରାର୍ଥୀ ପିଙ୍କି ବଡମୁଣ୍ଡି ୨ ହଜାର ୫୨୨ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି । ଅନ୍ୟପଟେ ଜିଲ୍ଲାର ୩୫ ନମ୍ବର ଜିଲ୍ଲା ପରିଷଦ ଆସନରେ ବିଜେଡି ପ୍ରାର୍ଥୀ ୧୪ ହଜାର ୬୦୧ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ୭ ହଜାର ୨୯୧ ଭୋଟ ପାଇଥିଲେ ଏବଂ କଂଗ୍ରେସ ପ୍ରାର୍ଥୀ ୯୩୯ ଖଣ୍ଡ ଭୋଟ ପାଇଥିଲେ । ଏହି ଆସନରେ ବିଜେଡି ପ୍ରାର୍ଥୀନୀ ପିଙ୍କି ନାହାକ ୭ ହଜାର ୩୧୦ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି । ସେହିପରି ଜିଲ୍ଲାର ୩୮ ନମ୍ବର ଜିଲ୍ଲା ପରିଷଦ ଆସନରେ ବିଜେଡି ପ୍ରାର୍ଥୀ ୧୦ ହଜାର ୬୩୮ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ୮ ହଜାର ୧୬୯ ଭୋଟ ପାଇଥିଲେ ଏବଂ କଂଗ୍ରେସ ପ୍ରାର୍ଥୀ ୨୬୩ ଖଣ୍ଡ ଭୋଟ ପାଇଥିଲେ । ଏହି ଆସନରେ ବିଜେଡି ପ୍ରାର୍ଥୀ ଅଶୋକ କୁମାର ବିଷୋୟୀ ୨ ହଜାର ୮୪୩ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି । ଅନ୍ୟପଟେ ଜିଲ୍ଲାର ୪୧ ନମ୍ବର ଜିଲ୍ଲା ପରିଷଦ ଆସନରେ ବିଜେଡି ପ୍ରାର୍ଥୀ ୧୨ ହଜାର ୧୯୬ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ୬ ହଜାର ୨୭୧ ଭୋଟ ପାଇଥିଲେ ଏବଂ କଂଗ୍ରେସ ପ୍ରାର୍ଥୀ ୬୯୧ ଖଣ୍ଡ ଭୋଟ ପାଇଥିଲେ । ଏହି ଆସନରେ ବିଜେଡି ପ୍ରାର୍ଥୀନୀ ସସ୍ମିତା ସ୍ୱାଇଁ ୬ ହଜାର ୪୦୦ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି । ସେହିପରି ଜିଲ୍ଲାର ୪୪ ନମ୍ବର ଜିଲ୍ଲା ପରିଷଦ ଆସନରେ ବିଜେଡି ପ୍ରାର୍ଥୀ ୧୪ ହଜାର ୬୨୦ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ୪ ହଜାର ୪୯ ଭୋଟ ପାଇଥିଲେ ଏବଂ କଂଗ୍ରେସ ପ୍ରାର୍ଥୀ ୨୨୦ ଖଣ୍ଡ ଭୋଟ ପାଇଥିଲେ । ଏହି ଆସନରେ ବିଜେଡି ପ୍ରାର୍ଥୀନୀ କଲ୍ୟାଣୀ ପାତ୍ର ୧୧ ହଜାର ୮୫୮ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି । ଅନ୍ୟପଟେ ଜିଲ୍ଲାର ୪୭ ନମ୍ବର ଜିଲ୍ଲା ପରିଷଦ ଆସନରେ ବିଜେଡି ପ୍ରାର୍ଥୀ ୧୦ ହଜାର ୮୭୨ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ୭ ହଜାର ୧୧ ଭୋଟ ପାଇଥିଲେ ଏବଂ କଂଗ୍ରେସ ପ୍ରାର୍ଥୀ ୪୨୭ ଖଣ୍ଡ ଭୋଟ ପାଇଥିଲେ । ଏହି ଆସନରେ ବିଜେଡି ପ୍ରାର୍ଥୀନୀ ପୂର୍ଣ୍ଣବାସୀ ନାୟକ ୪ ହଜାର ୩୪୬ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି । ସେହିପରି ଜିଲ୍ଲାର ୫୦ ନମ୍ବର ଜିଲ୍ଲା ପରିଷଦ ଆସନରେ ବିଜେଡି ପ୍ରାର୍ଥୀ ୧୧ ହଜାର ୩୬୫ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ୯ ହଜାର ୫୧ ଭୋଟ ପାଇଥିଲେ ଏବଂ କଂଗ୍ରେସ ପ୍ରାର୍ଥୀ ୫୬୫ ଖଣ୍ଡ ଭୋଟ ପାଇଥିଲେ । ଏହି ଆସନରେ ବିଜେଡି ପ୍ରାର୍ଥୀନୀ ଶୈଳବାଳା ବିଷୋୟି ୨ ହଜାର ୯୮୪ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି । ଅନ୍ୟପଟେ ଜିଲ୍ଲାର ୫୩ ନମ୍ବର ଜିଲ୍ଲା ପରିଷଦ ଆସନରେ ବିଜେଡି ପ୍ରାର୍ଥୀ ୧୪ ହଜାର ୨୩୪ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ୧୧ ହଜାର ୭୫୭ ଭୋଟ ପାଇଥିଲେ ଏବଂ କଂଗ୍ରେସ ପ୍ରାର୍ଥୀ ୧୧୫୪ ଖଣ୍ଡ ଭୋଟ ପାଇଥିଲେ । ଏହି ଆସନରେ ବିଜେଡି ପ୍ରାର୍ଥୀନୀ ଏସ ରାଜେଶ୍ୱରୀ ଦୋରା ୨ ହଜାର ୨୭୨ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି । ସେହିପରି ଜିଲ୍ଲାର ୫୬ ନମ୍ବର ଜିଲ୍ଲା ପରିଷଦ ଆସନରେ ବିଜେଡି ପ୍ରାର୍ଥୀ ୧୭ ହଜାର ୧୩୭ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ୨ ହଜାର ୮୭୮ ଭୋଟ ପାଇଥିଲେ ଏବଂ କଂଗ୍ରେସ ପ୍ରାର୍ଥୀ ୧୫୬୬ ଖଣ୍ଡ ଭୋଟ ପାଇଥିଲେ । ଏହି ଆସନରେ ବିଜେଡି ପ୍ରାର୍ଥୀ ଚିତ୍ତ ରଞ୍ଜନ ପାଣିଗ୍ରାହି ୧୫ ହଜାର ୨୩୩ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି । ଅନ୍ୟପଟେ ଜିଲ୍ଲାର ୫୯ ନମ୍ବର ଜିଲ୍ଲା ପରିଷଦ ଆସନରେ ବିଜେଡି ପ୍ରାର୍ଥୀ ୧୩ ହଜାର ୪୦୧ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ୩ ହଜାର ୫୪୫ ଭୋଟ ପାଇଥିଲେ ଏବଂ କଂଗ୍ରେସ ପ୍ରାର୍ଥୀ ୫ ହଜାର ୯୯୮ ଖଣ୍ଡ ଭୋଟ ପାଇଥିଲେ । ଏହି ଆସନରେ ବିଜେଡି ପ୍ରାର୍ଥୀ ବିଜୟ କୁମାର ପ୍ରଧାନ ୮ ହଜାର ୪୯ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି । ସେହିପରି ଜିଲ୍ଲାର ୬୩ ନମ୍ବର ଜିଲ୍ଲା ପରିଷଦ ଆସନରେ ବିଜେଡି ପ୍ରାର୍ଥୀ ୨ ହଜାର ୭୫୭ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ୮୬୬ ଭୋଟ ପାଇଥିଲେ ଏବଂ କଂଗ୍ରେସ ପ୍ରାର୍ଥୀ ୨୮୯ ଖଣ୍ଡ ଭୋଟ ପାଇଥିଲେ । ଏହି ଆସନରେ ବିଜେଡି ପ୍ରାର୍ଥୀ ସମରେନ୍ଦ୍ର କୁମାର ସାହୁ ୧ ହଜାର ୯୦୮ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି । ସେହିପରି ଜିଲ୍ଲାର ୬୭ ନମ୍ବର ଜିଲ୍ଲା ପରିଷଦ ଆସନରେ ବିଜେଡି ପ୍ରାର୍ଥୀ ୧୧ ହଜାର ୨୦୦ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ୬ ହଜାର ୫୦୧ ଭୋଟ ପାଇଥିଲେ ଏବଂ କଂଗ୍ରେସ ପ୍ରାର୍ଥୀ ୧୩୫୪ ଖଣ୍ଡ ଭୋଟ ପାଇଥିଲେ । ଏହି ଆସନରେ ବିଜେଡି ପ୍ରାର୍ଥୀନୀ ବାଇ ଗୀତାଞ୍ଜଳି ୪ ହଜାର ୭୯୮ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦିଗପହଣ୍ଡି ବ୍ଲକ ୨୫ ନଂ ଜୋନରେ ବିଜୟୀ ହେଲେ ରାଧାକାନ୍ତ

ଦିଗପହଣ୍ଡି ବ୍ଲକ ୨୫ ନଂ ଜୋନରେ ବିଜୟୀ ହେଲେ ରାଧାକାନ୍ତ

Read More...

ସମରେନ୍ଦ୍ର ସୋରଡା ୬୩ ନମ୍ବର ଜୋନରେ ପିନ୍ଧିଲେ ବିଜୟୀ ମୁକୁଟ

ସମରେନ୍ଦ୍ର ସୋରଡା ୬୩ ନମ୍ବର ଜୋନରେ ପିନ୍ଧିଲେ ବିଜୟୀ ମୁକୁଟ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: