ଦିଗପହଣ୍ଡି ବ୍ଲକ ୨୬ ନଂ ଜୋନ ଜିଲ୍ଲା ପରିଷଦ ବିଜେଡି ପ୍ରାର୍ଥୀ ବିପିନ ପ୍ରଧାନ ୩୧୧୪ ଭୋଟରେ ବିଜୟୀ

February 28, 2022, ରାଜନୀତି, ଗଞ୍ଜାମ, Kiran Behera
ଦିଗପହଣ୍ଡି ବ୍ଲକ ୨୬ ନଂ ଜୋନ ଜିଲ୍ଲା ପରିଷଦ ବିଜେଡି ପ୍ରାର୍ଥୀ ବିପିନ ପ୍ରଧାନ ୩୧୧୪ ଭୋଟରେ ବିଜୟୀ
Kiran Behera
[ Reporter,Digapahandi ]
Bhagyaprabha News Bureau
February 28, 2022

ରବିବାର ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗଣତି ପ୍ରକ୍ରିୟା ରହିଥିବା ବେଳେ ଦିଗପହଣ୍ଡି ବ୍ଳକର ୨୬ ନଂ ଜୋନ ଜିଲ୍ଲା ପରିଷଦ ବିଜେଡି ପ୍ରାର୍ଥୀ ବିପିନ ଚନ୍ଦ୍ର ପ୍ରଧାନ ୩୧୧୪ ଭୋଟରେ ବିଜୟୀ ହୋଇଥିବା ଜଣାପଡିଛି । ଖବରନୁଯାୟୀ , ପୂର୍ବରୁ ୩ ଥର ବ୍ଳକ ଅଧ୍ୟକ୍ଷ ଓ ଦୁଇଥର ଉପାଧ୍ୟକ୍ଷ ଭାବେ ବ୍ଳକର ଦାୟିତ୍ବରେ ରହିଥିବା ବେଳେ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଏହି ଜୋନ ପାଇଁ ଜିଲ୍ଲା ପରିଷଦ ଆସନ ନିମନ୍ତେ ନିର୍ବାଚନ ପ୍ରତିଦ୍ବନ୍ଦ୍ବିତା କରୁଥିଲେ । ତେବେ ଆଜି ସକାଳୁ ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ପରେ ବିଭିନ୍ନ ଦଳର ସମର୍ଥକ ପ୍ରାର୍ଥୀ ମାନେ ଫଳାଫଳକୁ ଅପେକ୍ଷା କରିଥିଲେ ମଧ୍ୟ ବିଳମ୍ବିତ ରାତିରେ ଫଳାଫଳ ପ୍ରକାଶ ପାଇଥିଲା । ଖବରନୁଯାୟୀ , ଏହି ବ୍ଲକ ଚାରୋଟି ଜୋନର ୨୫ ଗୋଟି ପଞ୍ଚାୟତକୁ ନେଇ ପ୍ରଥମ ପର୍ଯ୍ୟାୟରେ ମତଦାନ ହୋଇଥିଲା । ଆଜି ୨୬ ନଂ ଜୋନ ବମକୋଇ , ଗୈାଡଗାଁ , ଗଡଗୋବିନ୍ଦପୁର , ଜକର , ବିଜୟଲକ୍ଷ୍ମୀ ନାରାୟଣ ପୁର , ଭ୍ରମରପୁର , ଚୌଧୁରୀ. ଟିକରପଡା ପଞ୍ଚାୟତକୁ ନେଇ ଗଠିତ ହୋଇଥିବା ବେଳେ ଏଥିରେ ବିଜେଡି , ବିଜେପି , କଂଗ୍ରେସ , ସ୍ବାଧିନ , ଆପ୍ ମଧ୍ୟରେ ଟକ୍କର ହୋଇଥିଲା । ତେବେ ଫଳାଫଳ ଶେଷରେ ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀ ବିପିନ ପ୍ରଧାନ ନିକଟତମ ପ୍ରତିଦ୍ବନ୍ଦୀ ବିଜେପି ଦଳର ବାପି ପ୍ରଧାନଙ୍କୁ ୩୧୧୪ ଭୋଟରେ ପରାସ୍ତ କରି ବିଜୟର ମୁକୁଟ ପିନ୍ଧିଛନ୍ତି । ବିପିନ ସର୍ବାଧିକ ୧୦୧୬୮ ଭୋଟ ପାଇଥିବା ବେଳେ ବାପି ୭୦୫୪ , ଅନନ୍ତ ( ସ୍ବାଧିନ) ୧୩୨୯ , ସିମାଞ୍ଚଳ (କଂଗ୍ରେସ) ୭୦୪ , ରାଧାକୃଷ୍ଣ (ଆପ୍) ୧୮୧ ଭୋଟ ପାଇଥିବା ଜଣାପଡିଛି । ତେବେ ଦ୍ବିତୀୟ ପର୍ଯ୍ୟାୟରେ ଏହି ଜୋନର ଗଣତି କାର୍ଯ୍ୟ ଶାନ୍ତି ଶୃଙ୍ଖଳାରେ ସମାପନ ହୋଇଥିବା ବେଳେ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଥିଲା । ତେବେ ଜିଲ୍ଲା ପରିଷଦ ପ୍ରାର୍ଥୀ ବିପିନଙ୍କ ବିଜୟ ପରେ ବିଜେଡି ସମର୍ଥକଙ୍କ ମହଲରେ ଉତ୍ସାହ ଦେଖିବାକୁ ମିଳିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦିଗପହଣ୍ଡିରେ ଶିଶୁକନ୍ୟାକୁ ହତ୍ୟା

ଦିଗପହଣ୍ଡିରେ ଶିଶୁକନ୍ୟାକୁ ହତ୍ୟା

Read More...

୨୫ ନଂ ଜୋନ ସରପଞ୍ଚ ଓ ସମିତି ସଭ୍ୟ ଫଳାଫଳ ଘୋଷଣା

୨୫ ନଂ ଜୋନ ସରପଞ୍ଚ ଓ ସମିତି ସଭ୍ୟ ଫଳାଫଳ ଘୋଷଣା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: