ବେଆଇନ ବାଲି ଚୋରାଚାଲାଣ ଟ୍ରାକ୍ଟର ଜବତ :: ମାଲିକଙ୍କ ତହସିଲ କର୍ମଚାରୀଙ୍କୁ ଦୁର୍ବ୍ୟବହାର

March 02, 2022, ଅପରାଧ, ଗଞ୍ଜାମ, Kiran Behera
ବେଆଇନ ବାଲି ଚୋରାଚାଲାଣ ଟ୍ରାକ୍ଟର ଜବତ :: ମାଲିକଙ୍କ ତହସିଲ କର୍ମଚାରୀଙ୍କୁ ଦୁର୍ବ୍ୟବହାର
Kiran Behera
[ Reporter,Digapahandi ]
Bhagyaprabha News Bureau
March 02, 2022

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ତହସିଲ ଅନ୍ତର୍ଗତ ଜକର ରାଜସ୍ବ ସର୍କଲ ତେଣ୍ଟୁଆପଡା ବିଶ୍ରାମଗାର ନିକଟରେ ଏକ ଟ୍ରାକ୍ଟର ଯୋଗେ ବେଆଇନ ବାଲି ଚୋରାଚାଲାଣ ଚାଲିଥିବା ବେଳେ ଏନଫୋର୍ସମେଣ୍ଟ ଟିମ୍ ଦ୍ଵାରା ଉକ୍ତ ଗାଡିକୁ ଜବତ କରାଯାଇଥିବା ଜଣାପଡ଼ିଛି । ଯାହାକୁ ନେଇ ଟ୍ରାକ୍ଟର ମାଲିକ ରାଜସ୍ବ ନୀରିକ୍ଷକ କାର୍ଯ୍ୟାଳୟରେ ପହଞ୍ଚି କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିଥିବା ବେଳେ ନିକଟସ୍ଥ କେ. ନୂଆଗାଁ ଥାନାରେ ମାଲିକ ନାମରେ ଏତଲା ଦିଆଯାଇଛି । ଖବରନୁଯାୟୀ , ଗତ ଫେବୃଆରୀ ୨୮ ତାରିଖ ସକାଳ ସାଢେ ଆଠଟା ସମୟରେ ସ୍ଥାନୀୟ ତହସିଲଦାର ସିପକ କୁମାର ପାତ୍ରଙ୍କ ନିର୍ଦ୍ଦେଶକ୍ରମେ ଏହି ଟିମରେ ରହିଥିବା ବାସୁଦେବପୁର ରାଜସ୍ବ ନୀରିକ୍ଷୀକା ବନିତା ପ୍ରଧାନ ଓ ଏଆରଆଇ କୁମାରୀ ରଞ୍ଜିତା ନାୟକ ଉକ୍ତ ଗ୍ରାମ ନିକଟ ଦେଇ ଯାଉଥିବା ସମୟରେ ଏକ ଟ୍ରାକ୍ଟର (ଓଡି୦୭ ଏକ୍ସ ୭୭୩୫) ବେଆଇନ ଭାବେ ବାଲି ଚୋରାଚାଲାଣ କରୁଥିଲା । ତେବେ ଯାଞ୍ଚ ପରେ ୱାଡ଼ଫର୍ମ ସଠିକ ନଥିଲା । ଯାହାଫଳରେ ଗାଡ଼ିକୁ ଜବତ କରାଯାଇଥିଲା । ଜବତ ସମ୍ପର୍କରେ ଚାଳକ ଜଗଦୀଶ ବିଷୋୟୀଙ୍କ ଠାରୁ ଖବର ପାଇ ମାଲିକ ଲକ୍ଷ୍ମୀ ନାରାୟଣ ପ୍ରଧାନ ସେଠାରେ ପହଞ୍ଚି ଉପସ୍ଥିତ କର୍ମଚାରୀଙ୍କୁ ଗାଳିଗୁଲଜ କରି ଜୋର ଜବରଦସ୍ତ ଜବତ ଟ୍ରାକ୍ଟରକୁ ଧରି ଦେଖାଳି ଅଭିମୁଖେ ଚାଲି ଯାଇଥିଲେ । ଏନେଇ କର୍ମଚାରୀ ମାନେ ତହସିଲଦାରଙ୍କୁ ଜଣାଇଥିଲେ । ଘଟଣାପରେ ତହସିଲଦାର ଶ୍ରୀ ପାତ୍ର ଗାଡ଼ିର ପିଛା କରି କରପଡା ଛକ ନିକଟରେ ଟ୍ରାକ୍ଟର ଅଟକାଇବା ପାଇଁ ଚେଷ୍ଟା କରିଥିଲେ । ତେବେ ମାଲିକ ତଥା ଚାଳକ କରପଡା ଅଭିମୁଖେ ଟ୍ରାକ୍ଟରକୁ ବୁଲାଇ ଚମ୍ପଟ ମାରୁଥିବା ବେଳେ ତହସିଲଦାର ତାକୁ ପିଛା କରିଥିଲେ। କିଛି ବାଟ ଗଲାପରେ ଢାମଣାପଦର ନିକଟରେ ଟ୍ରାକ୍ଟର ଓଲଟି ପଡିବାରୁ ମାଲିକ ସାମାନ୍ୟ ଆହତ ହୋଇଥିଲେ । ଖବର ପାଇ ଦିଗପହଣ୍ଡି ପୋଲିସ ସେଠାରେ ପହଞ୍ଚି ମାଲିକଙ୍କୁ ଧରିଆଣି ଚିକିତ୍ସିତ କରାଇଥିଲେ । ତହସିଲଦାର ଦିଗପହଣ୍ଡି ଥାନାରେ ପ୍ରଥମେ ଏତଲା ଦେଇଥିଲେ ମଧ୍ୟ ଘଟଣା ନୂଆଗାଁ ଅଧୀନସ୍ଥ ଥିବାରୁ ସେଠାରେ ଏତଲା ଦିଆଯିବାକୁ କୁହାଯାଇ ମାଲିକଙ୍କୁ ଛାଡି ଦିଆଯାଇଥିଲା । ପରେ ତହସିଲଦାରଙ୍କ ପକ୍ଷରୁ ନୂଆଗାଁ ଥାନାରେ ଏତଲା ଦିଆଯିବା ପରେ ଥାନା ମାମଲା ସଂଖ୍ୟା ୬୧/୨୨ ପ୍ରକାରେ ମାମଲା ରୁଜୁ ହୋଇଥିବା ଆଇଆଇସି ମୃତ୍ଯୁଞ୍ଜୟ ସ୍ବାଇଁ ଜଣାଇଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଫୁଟବଲ ତାରକା ଏ. ନରେଶଙ୍କ ସ୍ମୃତିରେ କ୍ୟାଣ୍ଡେଲ ଶୋଭାଯାତ୍ରା

ଫୁଟବଲ ତାରକା ଏ. ନରେଶଙ୍କ ସ୍ମୃତିରେ କ୍ୟାଣ୍ଡେଲ ଶୋଭାଯାତ୍ରା

Read More...

ଭଞ୍ଜନଗର କୋର୍ଟର ୬୭ ତମ ପ୍ରତିଷ୍ଠା ଦିବସ ପାଳିତ

ଭଞ୍ଜନଗର କୋର୍ଟର ୬୭ ତମ ପ୍ରତିଷ୍ଠା ଦିବସ ପାଳିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: