ବ୍ୟବସାୟ କ୍ଷତିପୂରଣ ସହ୍ୟନକରି ମାଛ ବେପାରୀଙ୍କ ଆତ୍ମହତ୍ୟା

March 04, 2022, ଅପରାଧ, ଗଞ୍ଜାମ, Kiran Behera
ବ୍ୟବସାୟ କ୍ଷତିପୂରଣ ସହ୍ୟନକରି ମାଛ ବେପାରୀଙ୍କ ଆତ୍ମହତ୍ୟା
Kiran Behera
[ Reporter,Digapahandi ]
Bhagyaprabha News Bureau
March 04, 2022

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦ ନୂଆସାହିରେ ବାସ କରୁଥିବା ଭଗବାନ ବେହେରା ନାମକ ଜଣେ ୩୫ ବର୍ଷୀୟ ମାଛ ବେପାରୀ ବ୍ଯବସାୟରେ କ୍ଷତି ସ‌ହିନପାରି ଶୁକ୍ରବାର ସକାଳେ ନିଜ ଘରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଖବରନୁଯାୟୀ , ଦୀର୍ଘବର୍ଷ ଧରି ଦିଗପହଣ୍ଡି ଜନତା ଲେନରେ ଭଗବାନ ମାଛ ବ୍ୟବସାୟ କରି ପରିବାର ପୋଷଣ କରୁଥିଲେ । ପ୍ରତ୍ୟେକ ଦିନ ଭଳି ଆଜି ସକାଳୁ ଭଗବାନ ନିଜ ନିତ୍ୟକର୍ମ ସାରି ମାଛ ବେପାର କରିବା ପାଇଁ ଯାଇଥିଲେ । ମାଛ ବିକ୍ରି କରିବା ପାଇଁ ପସରା ମଧ୍ୟ ବାଢ଼ିଥିଲେ । କିଛି ସମୟ ପରେ ଘରକୁ ଆସି ନିଜ ସ୍ତ୍ରୀ ଓ ଶାଶୁଙ୍କୁ ନେଇ ଆଙ୍କୋରଡା ସ୍ଥିତ ଗ୍ରାମରେ ଛାଡି ଫେରିଥିଲେ । ତେବେ ବକେୟା ଟଙ୍କା କିଭଳି କରଜ କରିପାରିବି ଭାବି ମାନସିକ ଭାରସାମ୍ୟ ହରାଇ ଘରେ କେହି ନଥିବା ଦେଖି ଆତ୍ମହତ୍ୟା କରିଥିଲେ । ସାହି ପଡୋଶୀ ଜାଣିବା ପରେ ସାହିରେ ରହୁଥିବା ଶଶୁର ଘର ଲୋକ ଓ ସ୍ତ୍ରୀ ଙ୍କୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଦିଗପହଣ୍ଡି ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ ଥାନା ଅପମୃତ୍ୟୁ ମାମଲା ନଂ ୨/୨୨ ପ୍ରକାରେ ଶବ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ମେଡ଼ିକାଲ ପଠାଇ ଦିଆଯାଇଥିବା ଥାନା ଅଧିକାରୀ ବସନ୍ତ କୁମାର ସେଠୀ ସୂଚନା ଦେଇଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମାଁ ବାଙ୍କେଶ୍ଵରୀ ଦୋଳଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ମାଁ ବାଙ୍କେଶ୍ଵରୀ ଦୋଳଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Read More...

ସର୍ଟ ସର୍କିଟ ଘଟି ଖଲିଙ୍ଗି ପଞ୍ଚାୟତ ଗୋଦମ ଗୃହରେ ଅଗ୍ନିକାଣ୍ଡ

ସର୍ଟ ସର୍କିଟ ଘଟି ଖଲିଙ୍ଗି ପଞ୍ଚାୟତ ଗୋଦମ ଗୃହରେ ଅଗ୍ନିକାଣ୍ଡ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: