ଅପ୍ରତିଦ୍ୱନ୍ଦୀ ଭାବେ ନିର୍ବାଚିତ ହେଲେ ଦିଗପହଣ୍ଡି ବ୍ଳକ ଅଧ୍ୟକ୍ଷା ସୁନୀତା ସେଠୀ

March 12, 2022, ଓଡ଼ିଶା, ଗଞ୍ଜାମ, Kiran Behera
ଅପ୍ରତିଦ୍ୱନ୍ଦୀ ଭାବେ ନିର୍ବାଚିତ ହେଲେ ଦିଗପହଣ୍ଡି ବ୍ଳକ ଅଧ୍ୟକ୍ଷା ସୁନୀତା ସେଠୀ
Kiran Behera
[ Reporter,Digapahandi ]
Bhagyaprabha News Bureau
March 12, 2022

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ପଦବୀ ପାଇଁ ଦୀର୍ଘଦିନ ଧରି ପଞ୍ଚାୟତ ସମିତିରେ ଯେଉଁ ଅଙ୍କାକଶା ଚାଲିଥିଲା ଶେଷରେ ଶନିବାର ଏହାର ଫଳାଫଳ ଘୋଷଣା ହୋଇଥିଲା । ତେବେ ସୁନୀତା ସେଠୀ ଚଳିତ ନିର୍ବାଚନରେ ବ୍ଳକ ଅଧ୍ୟକ୍ଷା ରୂପେ ପ୍ରଥମ ଥର ପାଇଁ ଅପ୍ରତିଦ୍ଵନ୍ଦୀ ଭାବେ ନିର୍ବାଚିତ ହୋଇଥିବା ଜଣାପଡିଛି । ଖବରନୁଯାୟୀ , ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ୨୫ ଗୋଟି ପଞ୍ଚାୟତରେ ନିର୍ବାଚନ ପ୍ରକ୍ରିୟା ପ୍ରଥମ ପର୍ଯ୍ୟାୟରେ ମତଦାନ ହୋଇଥିଲା । ତେବେ ଗୋକର୍ଣ୍ଣପୁର ପଞ୍ଚାୟତ ପାଇଁ ସମିତି ସଭ୍ଯା ପ୍ରାର୍ଥୀନୀ ଭାବେ ନିର୍ବାଚନ ଲଢିଥିବା ନିକଟତମ ପ୍ରତିଦ୍ବନ୍ଦୀ ଅସିତ କୁମାର ସାହୁଙ୍କୁ ୮୩୭ ଭୋଟରେ ପରାସ୍ତ କରିଥିଲେ । ଏପରିକି ସମସ୍ତ ପଞ୍ଚାୟତର ନିର୍ବାଚନ ମତଦାନ ପରେ ୨୫ ଜଣ ନିର୍ବାଚିତ ସମିତି ସଭ୍ୟମାନେ ଦୀର୍ଘ ୧୦ ଦିନ ଧରି ଅଜ୍ଞାତବାସରେ ରହି ଆସୁଥିଲେ । ଯେହେତୁ ଆଜି ବ୍ଲକ ଅଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ରହିଥିବା ବେଳେ ସକାଳୁ ସମସ୍ତ ସମିତି ସଭ୍ୟ ମାନେ କୁରେଇଶୁଣି ମନ୍ଦିର ପରିସରରୁ ଆସି ବିରାଟ ବାଇକ ଶୋଭାଯାତ୍ରାରେ ଆସି ବ୍ଳକ ସମ୍ମିଳନୀରେ ପହଞ୍ଚିଥିଲେ । ଏହି ପରିପ୍ରେକ୍ଷୀରେ ଚିକିଟି ବିଡ଼ିଓ ତଥା ଦିଗପହଣ୍ଡି ବ୍ଲକ ନିର୍ବାଚନ ଅଧିକାରୀ ଫାଲଗୁନୀ ମାଝୀ , ତହସିଲଦାର ସିପକ କୁମାର ପାତ୍ର , ବ୍ଳକ ସହକାରୀ ଯନ୍ତ୍ରୀ ଇଂ. ସୁଶାନ୍ତ ପଟ୍ଟନାୟକ , ଜିପିଓ ଉମେଶ ସେଠୀଙ୍କ ଉପସ୍ଥିତିରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ତେବେ ବିଜେଡି ସମର୍ଥିତ ପ୍ରାର୍ଥୀ ସୁନୀତାଙ୍କ କୈାଣସି ପ୍ରତିଦ୍ବନ୍ଦୀ ରହିନଥବା ଯୋଗୁଁ ତାଙ୍କୁ ଅପ୍ରତିଦ୍ଵନ୍ଦୀ ଭାବେ ଆଗାମୀ ପାଞ୍ଚବର୍ଷ ନିମନ୍ତେ ବ୍ଳକର ଅଧ୍ୟକ୍ଷା ରୂପେ ନିର୍ବାଚିତ ଘୋଷିତ କରାଯାଇଥିବା ନିର୍ବାଚନ ଅଧିକାରୀ ଶ୍ରୀ ମାଝୀ ସୂଚନା ଦେଇଛନ୍ତି । ତେବେ ସୁନୀତାଙ୍କୁ ବିଜୟୀ ଘୋଷିତ ପରେ ଅନ୍ୟ ୨୪ ଜଣ ସମିତି ସଭ୍ୟ/ ସଭ୍ୟା ସମେତ ବହୁ ଦଳୀୟ କର୍ମୀମାନେ ପୁଷ୍ପମାଲ୍ୟ ଦେଇ ସ୍ବାଗତ ଜଣାଇଥିବା ବେଳେ ଗୋକର୍ଣ୍ଣପୁର ଗ୍ରାମରେ ଏକପ୍ରକାର ଖୁସିର ଲହରୀ ଖେଳିଯାଇଥିବା ଜଣାପଡିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବାହାଘର ଶୋଭାଯାତ୍ରା ପାଲଟିଲା ରଣକ୍ଷେତ୍ର : ୭ ଆହତ

ବାହାଘର ଶୋଭାଯାତ୍ରା ପାଲଟିଲା ରଣକ୍ଷେତ୍ର : ୭ ଆହତ

Read More...

ବରପଲ୍ଲୀ ମହିଳାଙ୍କୁ ହତ୍ୟା ଉଦ୍ୟମ ମାମଲାରେ ଅଭିଯୁକ୍ତ କୃଷ୍ଣ ଗିରଫ

ବରପଲ୍ଲୀ ମହିଳାଙ୍କୁ ହତ୍ୟା ଉଦ୍ୟମ ମାମଲାରେ ଅଭିଯୁକ୍ତ କୃଷ୍ଣ ଗିରଫ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: