ଗରିବ ଓଡ଼ିଆ ଯୁବକଙ୍କ ମର ଶରୀରକୁ ଆନ୍ଧ୍ରରୁ ଗାଁ ମାଟିକୁ ଫେରାଇଲା ଓଡ଼ିଶା ମୋ ପରିବାର

March 17, 2022, ଓଡ଼ିଶା, ଗଞ୍ଜାମ, Kiran Behera
ଗରିବ ଓଡ଼ିଆ ଯୁବକଙ୍କ ମର ଶରୀରକୁ ଆନ୍ଧ୍ରରୁ ଗାଁ ମାଟିକୁ ଫେରାଇଲା ଓଡ଼ିଶା ମୋ ପରିବାର
Kiran Behera
[ Reporter,Digapahandi ]
Bhagyaprabha News Bureau
March 17, 2022

ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମକୁ ଦାଦନ ଖଟିବାକୁ ଯାଇଥିବା ଜଣେ ଗରିବ ଓଡ଼ିଆ ଯୁବକଙ୍କ ଗତକାଲି ସ୍ବାସ୍ଥ୍ୟଗତ କାରଣରୁ ମୃତ୍ୟୁ ହୋଇଥିବା ବେଳେ ଆଜି ଓଡିଶା ମୋ ପରିବାର ପକ୍ଷରୁ ମୃତଦେହ ନିଜ ଭିଟାମାଟିକୁ ଫେରାଇ ଅଣାଯାଇଛି । ମୃତ ଯୁବକ ଜଣକ ହେଲେ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ତଥା ପାଟପୁର ଥାନା ଆଡପଡା ପଞ୍ଚାୟତ କଇଠବେଢା ଗ୍ରାମର ବିନୋଦ ମହାନ୍ତିଙ୍କ ପୁତ୍ର ଜିତୁ ମହାନ୍ତି (୨୪) ବୋଲି ଜଣାପଡିଛି । ଖବରନୁଯାୟୀ , ବିନୋଦଙ୍କ ପରିବାର ଗରିବ ଶ୍ରେଣୀର ହୋଇଥିବାରୁ ଆର୍ଥିକ ଅବସ୍ଥା ମଧ୍ୟ ସ୍ବଛଳ ରହିଥିଲା । ଗୋଟିଏ ପଟେ ପରିବାର ପ୍ରତିପୋଷଣ ଅନ୍ୟ ପଟେ ଆର୍ଥିକ ଅନଟନ ଯୋଗୁଁ ବହୁ କଷ୍ଟରେ ଚଳୁଥିଲେ ପରିବାର । ଯାହାଫଳରେ ପରିବାର ପେଟପାଟଣା ଦୂର କରିବାକୁ ଦାଦନ ଖଟିବାକୁ ଚାଲିଗଲେ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଅଞ୍ଚଳକୁ । ସେଠାରେ ଦୀର୍ଘଦିନ ଧରି ଜଣେ ଶ୍ରମିକ ଭାବେ କାମ କରି ପରିବାର ଚଳାଇ ଆସୁଥିଲେ । ତେବେ ଗତକାଲି ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ରହିଥିବା ବେଳେ ସେଠାରେ ଥିବା ଅନ୍ୟ ଓଡ଼ିଆ ମାନେ ଗୁରୁତର ଅବସ୍ଥାରେ ମେଡିକାଲ ନେଇଥିଲେ ମଧ୍ୟ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ତେବେ ପୁଅର ମରଶରୀରକୁ ଗ୍ରାମକୁ ଫେରାଇ ଆଣିବା ପାଇଁ ଅର୍ଥାଭାବ ଯୋଗୁଁ ପରିବାର ଚିନ୍ତିତ ରହିଥିଲେ । ଏନେଇ ସ୍ଥାନୀୟ ଲୋକେ ଆଡପଡା ପୂର୍ବତନ ସରପଞ୍ଚ ତଥା ବ୍ଳକ ବିଜେଡି ସଭାପତି ନୀଳମାଧବ ରାଉତଙ୍କୁ ଜଣାଇଥିଲେ ।ଏହାପରେ ସାନଖେମୁଣ୍ଡିର ପୂର୍ବତନ ବିଧାୟିକା ଶ୍ରୀମତୀ ନନ୍ଦିନୀ ଦେବୀଙ୍କୁ ଏ ନେଇ ଅବଗତ ପରେ ଜିଲ୍ଲା ପ୍ରଶାସନ ସହ ଯୋଗାଯୋଗ କରି ରାଜ୍ୟ ସରକାରଙ୍କ ଓଡ଼ିଶା ମୋ ପରିବାର ସୌଜନ୍ୟରୁ ପାର୍ଥିବ ଶରୀରକୁ ଆଜି ନିଜ ପୈତୃକ ଗ୍ରାମ କଇଠବେଢା ଅଣାଯିବାର ବ୍ୟବସ୍ଥା କରାଯାଇଥିଲା । ମରଶରୀର ଗ୍ରାମରେ ପହଞ୍ଚିବା ପରେ ବ୍ଲକ ବିଜେଡି ସଭାପତି ଶ୍ରୀ ରାଉତଙ୍କ ସମେତ ନାଏବ ସରପଞ୍ଚ କାଳୁ ସ୍ବାଇଁ ଉପସ୍ଥିତ ରହି ପରିବାରକୁ ସମବେଦନା ଜଣାଇଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଜି ମଧ୍ୟରାତ୍ରରୁ ବିଶ୍ୱ ପ୍ରସିଦ୍ଧ ମାଁ ସିଦ୍ଧ ବାଙ୍କେଶ୍ୱରୀଙ୍କ ଡୁମ୍ବୁଳା ଯାତ୍ରା

ଆଜି ମଧ୍ୟରାତ୍ରରୁ ବିଶ୍ୱ ପ୍ରସିଦ୍ଧ ମାଁ ସିଦ୍ଧ ବାଙ୍କେଶ୍ୱରୀଙ୍କ ଡୁମ୍ବୁଳା ଯାତ୍ରା

Read More...

ପଞ୍ଚାୟତ ନିର୍ବାଚନ ପରାଜିତ ସରପଞ୍ଚ ପ୍ରାର୍ଥୀଙ୍କ ଭୋଟରଙ୍କୁ ନିଆଁପାଣି ବାସନ୍ଦ

ପଞ୍ଚାୟତ ନିର୍ବାଚନ ପରାଜିତ ସରପଞ୍ଚ ପ୍ରାର୍ଥୀଙ୍କ ଭୋଟରଙ୍କୁ ନିଆଁପାଣି ବାସନ୍ଦ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: