ପଞ୍ଚାୟତ ସ୍ତରୀୟ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ

March 22, 2022, ଓଡ଼ିଶା, ଗଞ୍ଜାମ, Kiran Behera
ପଞ୍ଚାୟତ ସ୍ତରୀୟ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ
Kiran Behera
[ Reporter,Digapahandi ]
Bhagyaprabha News Bureau
March 22, 2022

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଗଡଗୋବିନ୍ଦପୁର ପଞ୍ଚାୟତର କଳିଙ୍ଗ ଦଳା କଲ୍ୟାଣ ମଣ୍ଡପ ପରିସରରେ ରବିବାର ଦିନ ପଞ୍ଚାୟତ ସ୍ତରୀୟ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତରେ ରକ୍ତ ଅଭାବକୁ ଦୂରୀକରଣ କରିବା ସକାଶେ ଓଡ଼ିଶା ମୋ ପରିବାର ଓ ଜୀବନବିନ୍ଦୁ ଆନୁକୂଲ୍ୟରେ କଳିଙ୍ଗ ଦଳା ଯୁବ ସଂଗଠନ ପକ୍ଷରୁ ଆୟୋଜିତ ଶିବିରରେ ମୁଖ୍ୟ ଅତିଥିଭାବେ ଗଡଗୋବିନ୍ଦପୁର ପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚ ରଞ୍ଜନ କୁମାର ସାହୁ ମୁଖ୍ୟ ଅତିଥିଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏଥିସହ ନିଜେ ରକ୍ତଦାନ କରି ଅନ୍ୟ ରକ୍ତଦାତାଙ୍କୁ ରକ୍ତଦାନ କରିବା ପାଇଁ ଉତ୍ସାହିତ କରିଥିଲେ । ସେହିପରି ଅବସରପ୍ରାପ୍ତ ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ବି. ଶଙ୍କର ନାରାୟଣ ସୁବୁଦ୍ଧି , ଜିଲ୍ଲା ଯୁବ ବିଜେଡ଼ି ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀ , ନବ ନିର୍ବାଚିତ ସମିତି ସଭ୍ୟ ଏ. ସୁଦାମ ରେଡ୍ଡୀ , ମନୋଜ ସାହୁ , ପ୍ରତାପ ସାହୁ , କେ .ସମ୍ପଦ ପ୍ରମୁଖ ସମ୍ମାନିତ ଅତିଥି ରୂପେ ମଞ୍ଚାସୀନ ରହି ରକ୍ତଦାନର ମହତ୍ତ୍ଵ ସମ୍ପର୍କରେ ଲୋକମାନଙ୍କୁ ବୁଝାଇଥିଲେ । ଏଥିସହ କାର୍ଯ୍ୟକ୍ରମରେ କେ . ନୂଆଗାଁ ଥାନା ଅଧିକାରୀ ମୃତ୍ୟୁଞ୍ଜୟ ସ୍ବାଇଁ ଯୋଗଦେଇ ରକ୍ତଦାନ ଶିବିରର ମହଲକୁ ଅଧିକ ଆକର୍ଷଣ କରିଥିଲେ । ଶେଷରେ ଶିକ୍ଷାବିତ ବିଜୟ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ବ୍ରହ୍ମପୁର ରକ୍ତଭଣ୍ଡାରର କର୍ମଚାରୀଙ୍କ ସହାୟତାରେ ୧୧୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଏହି ଶିବିରରେ ବହୁ ଅଙ୍ଗନୱାଡ଼ି ମହିଳା କର୍ମୀ ସମେତ ଶିକ୍ଷାବିତ ରହି ରକ୍ତଦାନ କରିଥିବା ଜଣାପଡ଼ିଛି । ଶେଷରେ ଯୁବ ସଂଗଠନ ତରଫରୁ ନବ ନିର୍ବାଚିତ ସରପଞ୍ଚ ଓ ସମିତି ସଭ୍ୟଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ପରିପ୍ରେକ୍ଷୀରେ ସରପଞ୍ଚ ଶ୍ରୀ ସାହୁ ଗ୍ରାମରେ ରହିଥିବା ମୌଳିକ ସମସ୍ୟା ଦୂରୀଭୂତ କରିବା ସହ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନା ଗରିବ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସଂଗଠନର ବଳରାମ ପ୍ରଧାନ , କିଶୋର ପ୍ରଧାନ , ସୁଶାନ୍ତ ପ୍ରଧାନ , କେଶବ ବେହେରା , ରାଧାକୃଷ୍ଣ ପାଣିଗ୍ରାହୀ , ଶିବରାମ ପାଣିଗ୍ରାହୀ ସମେତ ବହୁ ଯୁବ ଗୋଷ୍ଠୀ ଉପସ୍ଥିତ ରହି ସହଯୋଗ ପ୍ରଦାନ କରିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦିଗପହଣ୍ଡି ବିଜେପି ସମର୍ଥକଙ୍କ ପ୍ରଚାରରେ ସାମିଲ ହେଲେ ଜିଲ୍ଲା ସଭାପତି ବିଭୂତି

ଦିଗପହଣ୍ଡି ବିଜେପି ସମର୍ଥକଙ୍କ ପ୍ରଚାରରେ ସାମିଲ ହେଲେ ଜିଲ୍ଲା ସଭାପତି ବିଭୂତି

Read More...

ସାଇକେଲ ଧରି ନିର୍ବାଚନ ପ୍ରଚାରରେ ସ୍ବାଧୀନ ନଗରପାଳ ପ୍ରାର୍ଥୀ ହରପ୍ରସାଦ

ସାଇକେଲ ଧରି ନିର୍ବାଚନ ପ୍ରଚାରରେ ସ୍ବାଧୀନ ନଗରପାଳ ପ୍ରାର୍ଥୀ ହରପ୍ରସାଦ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: