ରଘୁନାଥପୁର ଗ୍ରାମରେ କଳାକନା ବୁଲାଇ ସୁନା ଓ ଟଙ୍କା ଲୁଟିଲେ ଦୁବୃର୍ତ୍ତ

March 23, 2022, ଅପରାଧ, ଗଞ୍ଜାମ, Kiran Behera
ରଘୁନାଥପୁର ଗ୍ରାମରେ କଳାକନା ବୁଲାଇ ସୁନା ଓ ଟଙ୍କା ଲୁଟିଲେ ଦୁବୃର୍ତ୍ତ
Kiran Behera
[ Reporter,Digapahandi ]
Bhagyaprabha News Bureau
March 23, 2022

ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅଧିନସ୍ଥ ଏସ୍ . ରଘୁନାଥପୁର ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଏକ ବଡ଼ ଧରଣର ଚୋରି ହୋଇଥିବା ବେଳେ ଏକାକୀ ଜୀବନ ବିତାଉଥିବା ଜଣେ ବୃଦ୍ଧଙ୍କୁ ସର୍ବସ୍ବାନ୍ତ କରିଦେଇଛନ୍ତି ଲୁଟେରା । ଏପରିକି ଘରୁ ଟଙ୍କା , ସୁନା ସମେତ ରୂପା ଚୋରାଇ ନେଇଥିବା ଜଣାପଡିଛି । ଖବରନୁଯାୟୀ , ସାନଖେମୁଣ୍ଡି ବ୍ଲକ ଜିଉରା ପଞ୍ଚାୟତ ଅନ୍ତର୍ଗତ ଉକ୍ତ ଗ୍ରାମରେ ବାସ କରୁଥିବା ଗଣିଆ ପାଣିଗ୍ରାହୀ ଏକାକୀ ରହୁଥିବା ବେଳେ ଗତକାଲି ରାତିରେ ଘର ତାଲା ପକାଇ ଖୋଲଡି ଗ୍ରାମରେ ଚାଲିଥିବା ଭାଗବତ ମଣ୍ଡଳ ଉତ୍ସବକୁ ଯାଇଥିଲେ । ରାତି ବିଳମ୍ବ ହେବାରୁ ଘରକୁ ଫେରି ନଥିଲେ । ତେବେ ଘରେ କେହି ନଥିବା ବେଳେ ସୁଯୋଗ ନେଇ ଲୁଟେରା ମାନେ ଘର କବାଟ ଭାଙ୍ଗି ଘର ଭିତରେ ଥିବା ୮ ଟି କାସୁ ମାଳି , ସୁନାର ପତିରି ମାଳି , ସୁନା ଝୁମ୍ପି ୨ ହଳ , ସୁନା କାନ ଫୁଲ ୨ ହଳ , ଝିକା ୧ ହଳ , ମୁଦି ୨ , ରୂପା ପାଉଚି ୩ ହଳ ସମେତ ଧାନ ବିକ୍ରି କରି ରଖିଥିବା ନଗଦ ୪୫ ହଜାର ଟଙ୍କା ଚୋରି କରି ନେଇଥିବା କହିଛନ୍ତି ଲୁଟର ଶିକାର ହୋଇଥିବା ଶ୍ରୀ ପାଣିଗ୍ରାହୀ । ଆଜି ସକାଳୁ ଘରକୁ ଆସି ଦେଖିବା ପରେ ଘର ତାଲା ଭାଙ୍ଗିବା ସହ ଘରର ଆସବାବପତ୍ର ଜିନିଷ ଏଣେତେଣେ ପଡ଼ିଥିଲା । ଏଥିସହ ଆଲମାରୀର ଥିବା ସୁନା , ରୂପା ଓ ଟଙ୍କା ନଥିବାରୁ ସାହି ପଡୋଶୀଙ୍କୁ ଜଣାଇଥିଲା । ବିଶେଷ ସୁତ୍ରରୁ ପୋଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ କରିବା ସହ ତଦନ୍ତ ଚଳାଇ ଫେରିଥିଲା । ଏହାପରେ ଶ୍ରୀ ପାଣିଗ୍ରାହୀ ବୁଧବାର ସକାଳୁ ପୋଲିସ ଥାନାରେ ପହଞ୍ଚି ଏକ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦିଗପହଣ୍ଡି ବ୍ଳକରୁ ସୁକାନ୍ତି ପ୍ରଧାନ ଓ ସାନଖେମୁଣ୍ଡି ବ୍ଳକରୁ ରିଙ୍କି ନାୟକ ଉପାଧ୍ୟକ୍ଷା ରୂପେ ନିର୍ବାଚିତ

ଦିଗପହଣ୍ଡି ବ୍ଳକରୁ ସୁକାନ୍ତି ପ୍ରଧାନ ଓ ସାନଖେମୁଣ୍ଡି ବ୍ଳକରୁ ରିଙ୍କି ନାୟକ ଉପାଧ୍ୟକ୍ଷା ରୂପେ ନିର୍ବାଚିତ

Read More...

ଶେଷଦିନ ପ୍ରଚାର ଶୋଭାଯାତ୍ରାରେ ବ୍ରହ୍ମପୁର ସାଂସଦ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ

ଶେଷଦିନ ପ୍ରଚାର ଶୋଭାଯାତ୍ରାରେ ବ୍ରହ୍ମପୁର ସାଂସଦ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: