କେଦାରପୁର ପ୍ରକଳ୍ପ ବିଦ୍ୟାଳୟରେ ଚାଲିଥିବା ତିନିଦିନିଆ ସହଯୋଗ ତାଲିମ ଶିବିର ଉଦଯାପିତ

March 30, 2022, ଓଡ଼ିଶା, ଗଞ୍ଜାମ, Kiran Behera
କେଦାରପୁର ପ୍ରକଳ୍ପ ବିଦ୍ୟାଳୟରେ ଚାଲିଥିବା ତିନିଦିନିଆ ସହଯୋଗ ତାଲିମ ଶିବିର ଉଦଯାପିତ
Kiran Behera
[ Reporter,Digapahandi ]
Bhagyaprabha News Bureau
March 30, 2022

ଗଣଶିକ୍ଷା ବିଭାଗ ନିର୍ଦ୍ଦେଶକ୍ରମେ ବୁଧବାର ଦିନ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଆଙ୍କୋରଡା କ୍ଳଷ୍ଟର କୁଶପଡା ପଞ୍ଚାୟତ ଅନ୍ତର୍ଗତ କେଦାରପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଚାଲିଥିବା ତିନିଦିନିଆ ବିଦ୍ୟାଳୟ ପରିଚାଳନା କମିଟି ତଥା ସହଯୋଗ ତାଲିମ ଶିବିର ଉଦଯାପିତ ହୋଇଯାଇଛି । ସମଗ୍ର ଶିକ୍ଷା ଆନୁୁୁକୂଲ୍ୟରେ ଆୟୋଜିତ ଶିବିରର ଉଦଯାପନୀ ଦିବସରେ ବିଦ୍ୟାଳୟ ପ୍ରଧାନଶିକ୍ଷକ ଗୋପୀନାଥ ପଟ୍ଟନାୟକ ସଭାପତିତ୍ବ କରିଥିବା ବେଳେ ଏବିଇଓ ବିଶ୍ରବା ପାଇକ ମୁଖ୍ୟବକ୍ତା ରୂପେ ନିଜର ଅଭିଭାଷଣ ପ୍ରଦାନ କରିଥିଲେ । ଉଦଯାପନୀ ଉତ୍ସବରେ ନବ ନିର୍ବାଚିତ ଦିଗପହଣ୍ଡି ବ୍ଳକ ଅଧ୍ୟକ୍ଷା ସୁନୀତା କୁମାରୀ ସେଠୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ସେହିପରି ଯୁବ ବିଜେଡ଼ି ଜିଲ୍ଲା ସଭାପତି ତଥା ଜିଲ୍ଲା ପରିଷଦ ପ୍ରତିନିଧି ଏମ୍ . ନିରଞ୍ଜନ ରେଡ୍ଡୀ , ନିର୍ବାଚିତ ସରପଞ୍ଚ ବନିତା ସେଠୀ , ସମିତି ସଭ୍ଯା ଏସ୍ . ରୀନା ଦୋରା , ପୂର୍ବତନ ଜିଲ୍ଲା ପରିଷଦ କୃଷ୍ଣଚନ୍ଦ୍ର ସେଠୀ , ନାଏବ ସରପଞ୍ଚ ଇ. ରାମହରି ଦୋରା , ବିଦ୍ୟାଳୟ ପରିଚାଳନା କମିଟି ସଭାପତି କୁରେଶୁ ରଣା , ଶିକ୍ଷକ ରାମଚନ୍ଦ୍ର ସେଠୀ , ପ୍ରଭାକର ଘଡେଇ , ଶିକ୍ଷୟିତ୍ରୀ ଶୁଭଶ୍ରୀ ସାହୁ ସମେତ ନିର୍ବାଚିତ ୩ ୱାର୍ଡସଭ୍ଯ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ରହିଥିଲେ । ଏହି ଅବସରରେ ଅଧ୍ୟକ୍ଷା ଶ୍ରୀମତୀ ସେଠୀ ସମେତ ଉପସ୍ଥିତ ଅତିଥି ଗଣ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ବିଦ୍ୟାଳୟର ସାମୂହିକ ଉନ୍ନତି କାର୍ଯ୍ଯକୁ ତ୍ବରାନ୍ବିତ କରିବା ଲକ୍ଷ୍ୟ ଏବଂ ଛାତ୍ରଛାତ୍ରୀଙ୍କ ପାଠପଢା ଉପରେ କିଭଳି ଗୁରୁତ୍ବ ଦିଆଯିବ ସେନେଇ ଆଲୋଚନା ଶିବିରରେ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଉପସ୍ଥିତ ୧୯ ଜଣ କମିଟି ସଭ୍ଯସହ ବିସ୍ତୃତ ଆଲୋଚନା କରିଥିଲେ । ସେହିପରି ବିଦ୍ୟାଳୟ ପରିଚାଳନା ସମିତିର ସଶକ୍ତିକରଣ ଏବଂ ବିଦ୍ୟାଳୟ ଉନ୍ନତି ଉଦ୍ଦେଶ୍ୟ , ସମସ୍ତ ପରିଚାଳନା କମିଟି ସଭ୍ୟ , ବିଦ୍ୟାଳୟକୁ ଅଭିଭାବକ ଏବଂ ଶିକ୍ଷକ ମାନେ ତତସହ ଛାତ୍ରଛାତ୍ରୀ ସହଯୋଗ କରିପାରିଲେ ବିଦ୍ୟାଳୟର ଶିକ୍ଷାଦାନର ଉନ୍ନତି ସହ ବିଦ୍ୟାଳୟର ପାରିପାର୍ଶ୍ବିକ ଉନ୍ନତି ହୋଇପାରିବ ବୋଲି ଆଲୋଚନା କରାଯାଇଥିଲା ‌। ଏଥିସହ ବିଦ୍ୟାଳୟ ଚତୁଃପାର୍ଶ୍ଵରେ ଥିବା ସବୁଜ ବନାନୀରେ ପରିବେଷ୍ଟିତ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ପ୍ରଶଂସା କରିଥିଲେ । ଏହି ଶିବିରରେ ସମସ୍ତ ବିଦ୍ୟାଳୟର ପରିଚାଳନା କମିଟି ସଭାପତି , ସଭ୍ୟ/ ସଭ୍ୟା ଉପସ୍ଥିତ ରହି ପରିଚାଳନା କରିବାରେ ସହଯୋଗ ପ୍ରଦାନ କରିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦ ନଗରପାଳ ଦାୟିତ୍ଵ ଗ୍ରହଣ କଲେ ପ୍ରଫୁଲ୍ଲ

ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦ ନଗରପାଳ ଦାୟିତ୍ଵ ଗ୍ରହଣ କଲେ ପ୍ରଫୁଲ୍ଲ

Read More...

ଗଞ୍ଜାମ ଜିଲ୍ଲା ଆରବିଏସକେ ଆୟୁଷ ଡାକ୍ତର ସଂଘର ବାର୍ଷିକ ସମିଳନୀ ଅନୁଷ୍ଠିତ

ଗଞ୍ଜାମ ଜିଲ୍ଲା ଆରବିଏସକେ ଆୟୁଷ ଡାକ୍ତର ସଂଘର ବାର୍ଷିକ ସମିଳନୀ ଅନୁଷ୍ଠିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: