ଜାତୀୟ ଯକ୍ଷ୍ମା ରୋଗ ନିରାକରଣ ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

April 12, 2022, ସ୍ବାସ୍ଥ୍ୟ, ଗଞ୍ଜାମ, Kiran Behera
ଜାତୀୟ ଯକ୍ଷ୍ମା ରୋଗ ନିରାକରଣ ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
Kiran Behera
[ Reporter,Digapahandi ]
Bhagyaprabha News Bureau
April 12, 2022

ଜିଲ୍ଲା ସ୍ବାସ୍ଥ୍ୟ ସମିତିଙ୍କ ନିର୍ଦ୍ଦେଶକ୍ରମେ ମଙ୍ଗଳବାର ଦିନ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଖମ୍ବାରୀ ଗାଁ ପଞ୍ଚାୟତ ଗୁଣ୍ଡୁରିଗୁଡା ଗ୍ରାମରେ ଦେଶ ତଥା ରାଜ୍ୟରୁ ଯକ୍ଷ୍ମା ରୋଗର ପ୍ରତିକାର ତଥା ନିରାକରଣ ଉଦ୍ଦେଶ୍ୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଆନୁକୂଲ୍ୟରେ ଆଜି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଏକ ଟିମ୍ ଗ୍ରାମରେ ପହଞ୍ଚି ସ୍ଥାନୀୟ ବାସିନ୍ଦାଙ୍କୁ ସମନ୍ଵିତ ସ୍ବାସ୍ଥ୍ୟ ସର୍ବେକ୍ଷଣ ଅଭିଯାନ ମାଧ୍ୟମରେ ମାର୍ଚ୍ଚ ୨୪ ତାରିଖ ଠାରୁ ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ଦେଶକୁ ସମ୍ପୂର୍ଣ୍ଣ ଯକ୍ଷ୍ମା ରୋଗ କରିବା ଏହାର ପ୍ରତିକାର କରିବା ପାଇଁ ଏଭଳି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ଲୋକମାନଙ୍କୁ ଯେପରି ଏହି ରୋଗ ଠାରୁ କିପରି ଦୂରେଇ ରହିବା ପାଇଁ ଆଲୋଚନା କରିଥିଲେ ଏବଂ ଶପଥ ଗ୍ରହଣ କରାଇଥିଲେ । ଏହି ସଚେତନତା କାର୍ଯ୍ୟକ୍ରମରେ ଆୟୂଷ ଡଃ. ଶିବପ୍ରସାଦ ପାତ୍ର , ଏସ୍ ଟି ଏସ୍ ପୂର୍ଣ୍ଣଚନ୍ଦ୍ର ସେଠୀ , ସିଏଚଓ ଶୁକାନ୍ତୀ ବେହେରା , ଏଏନଏମ ମଧୁସ୍ମିତା ବେହେରା , ବ୍ଳକ ଯୁବ ବିଜେଡ଼ି ସଭାପତି ଚିତ୍ରସେନ ଗୈାଡ , ନାଏବ ସରପଞ୍ଚ ଶରତ ଶବର ସମେତ ଆଶା କର୍ମୀ ଓ ଅଙ୍ଗନୱାଡ଼ି କର୍ମୀମାନେ ଉପସ୍ଥିତ ରହିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଭୀଷ୍ମଗିରି ରାମଜୀ ମହାବିଦ୍ୟାଳୟ ଛାତ୍ରୀ ଆତ୍ମସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ

ଭୀଷ୍ମଗିରି ରାମଜୀ ମହାବିଦ୍ୟାଳୟ ଛାତ୍ରୀ ଆତ୍ମସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ

Read More...

ଛାତ୍ରୀ ଆତ୍ମସୁରକ୍ଷା ତାଲିମ ଶିବିର ଉଦଯାପିତ

ଛାତ୍ରୀ ଆତ୍ମସୁରକ୍ଷା ତାଲିମ ଶିବିର ଉଦଯାପିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: