ଦିଗପହଣ୍ଡି ବିଡ଼ିଓଙ୍କ ଦ୍ବାରା ବ୍ଳକସ୍ତରୀୟ ସ୍ବାସ୍ଥ୍ୟ ମେଳାର ଉଦଘାଟନ : ସ୍ବାସ୍ଥ୍ୟ ପରୀକ୍ଷା କଲେ ବ୍ଳକ ଅଧ୍ୟକ୍ଷା

April 22, 2022, ସ୍ବାସ୍ଥ୍ୟ, ଗଞ୍ଜାମ, Kiran Behera
ଦିଗପହଣ୍ଡି ବିଡ଼ିଓଙ୍କ ଦ୍ବାରା ବ୍ଳକସ୍ତରୀୟ ସ୍ବାସ୍ଥ୍ୟ ମେଳାର ଉଦଘାଟନ  : ସ୍ବାସ୍ଥ୍ୟ ପରୀକ୍ଷା କଲେ ବ୍ଳକ ଅଧ୍ୟକ୍ଷା
Kiran Behera
[ Reporter,Digapahandi ]
Bhagyaprabha News Bureau
April 22, 2022

ଆଜାଦୀର ଅମୃତ ମହୋତ୍ସବ ଉପଲକ୍ଷେ ଶୁକ୍ରବାର ଦିନ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ବ୍ଳକସ୍ତରୀୟ ସ୍ବାସ୍ଥ୍ୟ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ହଳଧର ଶବର ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ । ବମକୋଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଆନୁକୁଲ୍ୟରେ ଆୟୋଜିତ ଏହି ମେଗା ସ୍ବାସ୍ଥ୍ୟମେଳାରେ ବମକୋଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ମୁଖ୍ୟ ଚିକିତ୍ସାଧିକାରୀ ଡଃ . ବିଜୟ ନାୟକଙ୍କ ନେତୃତ୍ବରେ ଅନ୍ୟତମ ଅତିଥି ରୂପେ ନବ ନିର୍ବାଚିତ ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦ ପୈାରାଧ୍ଯକ୍ଷ ପ୍ରଫୁଲ୍ଲ ପଣ୍ଡା , ସମନ୍ଵିତ ଶିଶୁ ସୁରକ୍ଷା ପ୍ରକଳ୍ପ ଅଧିକାରିଣୀ ପୁଷ୍ପାଞ୍ଜଳୀ ଶତପଥୀ , ଗୋଷ୍ଠୀ ଶିକ୍ଷାଧିକାରୀ କୁରେଶୁ ସେଠୀ , ଦିଗପହଣ୍ଡି କାର୍ଯ୍ଯ ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାସ , ଜିଲ୍ଲା ବିଜେଡି ଉପସଭାପତି ବି . କ୍ରିଷ୍ଣା ରାଓ ସୁବୁଦ୍ଧି , ସ୍ଥାନୀୟ ବ୍ଳକ ଅଧ୍ୟକ୍ଷା ସୁନୀତା ସେଠୀ , ପୂର୍ବତନ ଜିଲ୍ଲା ପରିଷଦ ତଥା ଅଧ୍ୟକ୍ଷା ପ୍ରତିନିଧି କୃଷ୍ଣଚନ୍ଦ୍ର ସେଠୀ , ଜିଲ୍ଲା ପରିଷଦ ପ୍ରତିନିଧି ତଥା ଜିଲ୍ଲା ଯୁବ ବିଜେଡି ଉପ ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀ ପ୍ରମୁଖ ଉପସ୍ଥିତ ରହି ରୋଗୀ ସେବା ପରଖିବା ସହ ନିଜେ ବ୍ଳକ ଅଧ୍ୟକ୍ଷା ଶ୍ରୀମତୀ ସୁନୀତା ନିଜର ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ । ଖବରନୁଯାୟୀ , ରାଜ୍ୟ ସରକାର ରାଜ୍ୟବାସୀଙ୍କ ହିତ ନିମନ୍ତେ ସର୍ବଦା ପରିଚେଷ୍ଟିତ ରହି ଆସୁଥିଲେ ମଧ୍ୟ ବର୍ତ୍ତମାନ ଲୋକମାନଙ୍କୁ ମାଗଣା ରୋଗୀ ସେବା ଯୋଗାଇ ଦେବା ପାଇଁ ପ୍ରଥମ ଥର ଏଭଳି ପ୍ରୟାସ କରିଛନ୍ତି । ଯାହାଫଳରେ ରୋଗୀ ମାନେ ଯେପରି ଏହି ହେବାରୁ ଯେପରି ବଞ୍ଚିତ ହୋଇନପାରିବେ ସେଥିଯୋଗୁଁ ଆଜି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅନୁଷ୍ଠିତ ଶିବିରରେ ଦିଗପହଣ୍ଡି ଏନ୍ଏସି ସମେତ ଦିଗପହଣ୍ଡି ବ୍ଳକ ଅଧିନସ୍ଥ ୨୫ ଗୋଟି ପଞ୍ଚାୟତର ବିଭିନ୍ନ ଗ୍ରାମରୁ ପ୍ରାୟ ୫ ଶହରୁ ଉର୍ଦ୍ଧ୍ବ ରୋଗୀମାନେ ଆସି ନାମ ପଞ୍ଜିକରଣ କରିବା ସହ ସେମାନଙ୍କ ରୋଗ ସମ୍ପର୍କରେ ଆସିଥିବା ଡ଼ାକ୍ତରଙ୍କୁ ଜଣାଇଥିଲେ । ଏଥିସହ ବିଭିନ୍ନ ଷ୍ଟଲରେ ଥିବା ବିଭିନ୍ନ ବିଭାଗୀୟ ଡାକ୍ତରଙ୍କ ଦ୍ଵାରା ରୋଗ ଚିକିତ୍ସା ପରୀକ୍ଷା କରାଯାଇ ସେମାନଙ୍କୁ ମାଗଣା ଔଷଧ ଦିଆଯାଇଥିଲା । ରାଜ୍ୟ ସରକାରଙ୍କ ଏଭଳି କାର୍ଯ୍ୟକୁ ଆସିଥିବା ରୋଗୀ ଓ ସମ୍ପର୍କୀୟ ଖୁବ୍ ପ୍ରଶଂସା କରିଥିଲେ । ଏଥିରେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡ଼ଃ . ଶୁଭାଶିଷ ସାହୁ , କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବମକୋଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ବିପିଏମ୍ ଶୁଭେନ୍ଦୁ କୁମାର ଦାସ , ପିଏଚଇଓ ଅନୀତା ପ୍ରଧାନ , ବିଡିଏମ୍ ଶୁଭାଶିଷ ପାତ୍ର , ବିଏଏମ୍ ପ୍ରଶାନ୍ତ କୁମାର ସେଠୀ , ଏମପିଏଚଡାବ୍ଳୁ ପ୍ରଦୀପ କୁମାର ବେହେରା , ଇ. ତାରିଣୀ ଚରଣ , ବଳରାମ ପ୍ରଧାନ , ଜୁନିଅର ଆସିଷ୍ଟାଣ ରବି ପ୍ରସାଦ ପାତ୍ର , ସୁଦର୍ଶନ ଗୈାଡ ସମେତ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ କର୍ମକର୍ତ୍ତା ପରିଚାଳନା କରିବାରେ ସହଯୋଗ କରିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସାନଖେମୁଣ୍ଡି ବ୍ଲକ ସ୍ତରୀୟ ସ୍ବାସ୍ଥ୍ୟ ମେଳା ବୁଲି ଦେଖିଲେ ଆସିକା ସାଂସଦ ଓ ପୂର୍ବତନ ବିଧାୟିକା

ସାନଖେମୁଣ୍ଡି ବ୍ଲକ ସ୍ତରୀୟ ସ୍ବାସ୍ଥ୍ୟ ମେଳା ବୁଲି ଦେଖିଲେ ଆସିକା ସାଂସଦ ଓ ପୂର୍ବତନ ବିଧାୟିକା

Read More...

ସ୍ବତନ୍ତ୍ର ଯୋଜନା କର୍ତ୍ତୃପକ୍ଷଙ୍କ ବୈଠକ

ସ୍ବତନ୍ତ୍ର ଯୋଜନା କର୍ତ୍ତୃପକ୍ଷଙ୍କ ବୈଠକ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: