ମୋବାଇଲ ଚୋରି ମାମଲାରେ ପୁଣିଥରେ ପେଶାଦାର ଅପରାଧୀ ଗଣେଶ କୁ ଗିରଫ କଲା ପୋଲିସ

April 25, 2022, ଅପରାଧ, ଗଞ୍ଜାମ, Kiran Behera
ମୋବାଇଲ ଚୋରି ମାମଲାରେ ପୁଣିଥରେ ପେଶାଦାର ଅପରାଧୀ ଗଣେଶ କୁ ଗିରଫ କଲା ପୋଲିସ
Kiran Behera
[ Reporter,Digapahandi ]
Bhagyaprabha News Bureau
April 25, 2022

ଗଞ୍ଜାମ ଜିଲ୍ଲା ପାଟପୁର ଥାନା ପୋଲିସ ସୋମବାର ଦିନ ବିଭିନ୍ନ ଅଞ୍ଚଳରୁ ମୋବାଇଲ ଚୋରି ମାମଲାରେ ପୁଣିଥରେ ଜଣେ ପେଶାଦାର ଅପରାଧୀଙ୍କୁ ଗିରଫ କରିବାରେ ସଫଳ ହୋଇପାରିଛି । ଅପରାଧୀ ଜଣକ ସାନଖେମୁଣ୍ଡି ବ୍ଳକ ସାହସପୁର ଗ୍ରାମରୁ ଏ. ଆପେୟା ପାତ୍ରଙ୍କ ପୁଅ ଏ .ଗଣେଶ ପାତ୍ରଙ୍କୁ ପୋଲିସ ଗିରଫ କରିବା ସହ ଅଭିଯୁୁୁକ୍ତ ନିକଟରୁ ୬ ଗୋଟି ଦାମୀ ମୋବାଇଲ ଜବତ କରିଥିବା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆସିକା ଏସଡିପିଓ ଉମାଶଙ୍କର ସିଂ ସୂଚନା ଦେଇଛନ୍ତି । ଖବରନୁଯାୟୀ , ଏପ୍ରିଲ ୪ ତାରିଖରେ ପାଟପୁର ଥାନା ଜିଉରା ଗ୍ରାମର ସିମାଞ୍ଚଳ ସାହୁଙ୍କ ମୋବାଇଲ ଚୋରି ହୋଇଥିବା ବେଳେ ୨୧ ତାରିଖରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏନେଇ ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲେ ମଧ୍ୟ ପୂର୍ବରୁ ଏହି ମୋବାଇଲ ଚୋରି ମାମଲାରେ ଜଡିତ ଗଣେଶଙ୍କ ଉପରେ ନଜର ରଖିଥିଲା । ତେବେ ଗତକାଲି ଏକ ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ଅଭିଯୁକ୍ତଙ୍କୁ ନିଜ ଗ୍ରାମ ସାହସପୁରରୁ ଉଠାଇ ଆଣି ଜେରା କରିବା ପରେ ବିଭିନ୍ନ ସମୟରେ ବହୁ ମୋବାଇଲ ଚୋରି କରି ବିକ୍ରୟ ନିମନ୍ତେ ରଖିଥିବା ପୋଲିସ ନିକଟରେ ପ୍ରକାଶ କରିଥିଲା । ଏନେଇ ସ୍ଥାନୀୟ ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ଅଭିଯୁକ୍ତଙ୍କ ସମସ୍ତ ଆଧାରକୁ ବୟାନ କରି ଥାନା ମାମଲା ନଂ ୧୨୫ / ୨୨ ପ୍ରକାରେ ମକଦ୍ଦମା ରୁଜୁ କରି କୋର୍ଟ ଚାଲାଣ କରିଥିଲା । ତେବେ ସେଠାରେ ଜାମିନ ଆବେଦନ ଖାରଜ ହେବାରୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି । ତେବେ ଅଭିଯୁକ୍ତ ଗଣେଶଙ୍କ ନାମରେ ଥାନାରେ ବହୁ ମାମଲା ରହିଥିବା ବେଳେ ଗତ ୨୦୨୧ ସେପ୍ଟେମ୍ବର ୨୦ ତାରିଖରେ ପୋଲିସ ୧୯ ଗୋଟି ସ୍ମାର୍ଟ ଫୋନ ଓ ୪ ଗୋଟି ଗାଡ଼ି ବ୍ୟାଟେରୀ ଚୋରି ମାମଲାରେ ଗିରଫ କରି ଥାନା ମାମଲା ୩୦୦/୨୧ ପ୍ରକାରେ କୋର୍ଟ ଚାଲାଣ କରିଥିଲା । ଏହାପରେ ପୋଲିସ ଚୋରି ହୋଇଥିବା ମୋବାଇଲ ଗୁଡ଼ିକୁ ନିଜର ମୋବାଇଲ ସମ୍ବନ୍ଧୀୟ କାଗଜପତ୍ର ଦେଖିବାପରେ ମୋବାଇଲ ଥାନା ଅଧିକାରୀ ଶ୍ରୀ ମଲ୍ଲଙ୍କ ଉପସ୍ଥିତିରେ ଫେରସ୍ତ ଦିଆଯାଇଥିଲା ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଓଡ଼ିଆ ଯବାନଙ୍କ ହୃଦଘାତରେ ମୃତ୍ୟୁ : ଶ୍ରଦ୍ଧାଞ୍ଜଳୀ ଦେଲେ ଗୋଳାବନ୍ଧ ସାମରୀକ ବିଭାଗ

ଓଡ଼ିଆ ଯବାନଙ୍କ ହୃଦଘାତରେ ମୃତ୍ୟୁ : ଶ୍ରଦ୍ଧାଞ୍ଜଳୀ ଦେଲେ ଗୋଳାବନ୍ଧ ସାମରୀକ ବିଭାଗ

Read More...

ଦୁଇ ବିଜେଡି ନେତାଙ୍କୁ ହତ୍ୟା ପରେ ପରିବାରକୁ ଭେଟିବା ସହ ଅନୁଧ୍ୟାନ କରିଛନ୍ତି ଆରକ୍ଷୀ ଅଧିକ୍ଷକ

ଦୁଇ ବିଜେଡି ନେତାଙ୍କୁ ହତ୍ୟା ପରେ ପରିବାରକୁ ଭେଟିବା ସହ ଅନୁଧ୍ୟାନ କରିଛନ୍ତି ଆରକ୍ଷୀ ଅଧିକ୍ଷକ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: