ଦିନ ମଜୁରିଆ ଅସହାୟ କାଳୁଙ୍କ ପରିବାରଙ୍କୁ ସାହାର୍ଯ୍ୟ ପ୍ରଦାନ କଲେ ଉପଜିଲ୍ଲାପାଳ

April 30, 2022, ଓଡ଼ିଶା, ଗଞ୍ଜାମ, BHAGYAPRABHA NEWS
ଦିନ ମଜୁରିଆ ଅସହାୟ କାଳୁଙ୍କ ପରିବାରଙ୍କୁ ସାହାର୍ଯ୍ୟ ପ୍ରଦାନ କଲେ ଉପଜିଲ୍ଲାପାଳ
BHAGYAPRABHA NEWS
[ INPUT ]
Bhagyaprabha News Bureau
April 30, 2022

ବ୍ରହ୍ମପୁର ଉପକଣ୍ଠ କୁକୁଡାଖଣ୍ଡି ପଞ୍ଚାୟତ ସମିତି ଅନ୍ତର୍ଗତ ଜଗଦଳପୁର ଗ୍ରାମର ଦିନ ମଜୁରିଆ କାଳୁ ସେଠୀ(୪୦) ତାଙ୍କ ପତ୍ନୀ ବୁଢ଼ୀ ସେଠୀ(୪୫)ଙ୍କ ଦୁଇ ଝିଅ ଏବଂ ଗୋଟିଏ ପୁଅକୁ ନେଇ ବହୁ କଷ୍ଟରେ ପରିବାର ଭରଣପୋଷଣ କରିଆସୁଥିଲେ। ଯେଉଁଦିନ ମଜୁରି ନାହିଁ ସେହିଦିନ ଚୁଲି ବନ୍ଦ । ଏଭଳି ସ୍ଥିତିରେ ବୁଢ଼ୀର ଦେହ ଖରାପ ହେବା ରେ ଡ଼ାକ୍ତର ଚିକିତ୍ସା ପରେ ସେ ରକ୍ତ କର୍କଟ ରୋଗରେ ଆକ୍ରାନ୍ତ ଜାଣି ଚିକିତ୍ସା କରି କରି ପରିବାର ହୋଇଯାଇଛନ୍ତି ସର୍ବଶାନ୍ତ । ତାଙ୍କର ଉତ୍ତମ ଚିକିତ୍ସା ନିମନ୍ତେ ପଶୁପ୍ରେମୀ ତଥା ସାମ୍ବାଦିକ ଲଲାଟେନ୍ଦୁ ଚୌଧୁରୀଙ୍କ ସହାୟତାରେ ଗତ ୧୮ ତାରିଖ ଦିନ ତାଙ୍କୁ କଟକ ସ୍ଥିତ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଡ଼ାକ୍ତରଙ୍କ ବହୁ ଉଦ୍ୟମ ସତ୍ୱେ ତାଙ୍କର ଜୀବନ ବଞ୍ଚିବା ସମ୍ଭବ ହୋଇପାରିନଥିଲା । କଟକରୁ ମୃତ ଦେହକୁ ଗାଡ଼ିରେ ଆଣିବା ପାଇଁ ପଇସା ନଥିବା ବେଳେ ବହୁ କଷ୍ଟରେ ତାଙ୍କ ପୁତୁରା ବୀର ଧାରକରଜ କରି ମୃତ ଦେହକୁ ଆଣି ଗ୍ରାମରେ ଶବ ସତ୍କାର କରିଥିଲେ । ଧାର କରଜରେ ବୁଡି ଯାଇଥିବା ପରିବାରର ଭରଣ ପୋଷଣ ପାଇଁ ସ୍ଥାନୀୟ ସରପଞ୍ଚ କ୍ରାନ୍ତି କୁମାରୀ ଦେବୀ ବିଭିନ୍ନ ବୈଦ୍ୟାନ ବ୍ୟକ୍ତିଙ୍କ ଠାରୁ ଆର୍ଥିକ ସହାୟତା ଯୋଗାଡ କରିଥିବା ବେଳେ ସରକାରୀ ସହାୟତା ପାଇଁ ସାମ୍ବାଦିକ ଲଲାଟେନ୍ଦୁ ଚୌଧୁରୀଙ୍କ ସହ ଯୋଗାଯୋଗ କରି ଉପ-ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଉପ-ଜିଲ୍ଲାପାଳ ଭି.କିର୍ତ୍ତୀ ଭାସନ ତାଙ୍କ ପରିବାରକୁ ସହକାରୀ ଜିଲ୍ଲାପାଳ ବିନୋଦ କୁମାର ବେହେରାଙ୍କ ଉପସ୍ଥିତିରେ ରେଡକ୍ରସ୍ ପାଣ୍ଠିରୁ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦନ କରିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିଶ୍ୱ ପ୍ରାଣୀ ସମ୍ପଦ ଦିବସରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ବ୍ୟକ୍ତିତ୍ୱଙ୍କୁ  ସମ୍ବର୍ଦ୍ଧନା

ବିଶ୍ୱ ପ୍ରାଣୀ ସମ୍ପଦ ଦିବସରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧନା

Read More...

ଦିଗପହଣ୍ଡି ବ୍ଲକର ୧୬ ଗୋଟି କେନ୍ଦ୍ରରେ ଶାନ୍ତିପୂର୍ଣ୍ଣ ଭାବେ ଦଶମ ବୋର୍ଡ ପରୀକ୍ଷା ଅନୁଷ୍ଠିତ

ଦିଗପହଣ୍ଡି ବ୍ଲକର ୧୬ ଗୋଟି କେନ୍ଦ୍ରରେ ଶାନ୍ତିପୂର୍ଣ୍ଣ ଭାବେ ଦଶମ ବୋର୍ଡ ପରୀକ୍ଷା ଅନୁଷ୍ଠିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: