ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ପ୍ରଧାନଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

April 30, 2022, ଓଡ଼ିଶା, ଗଞ୍ଜାମ, Kiran Behera
ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ପ୍ରଧାନଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା
Kiran Behera
[ Reporter,Digapahandi ]
Bhagyaprabha News Bureau
April 30, 2022

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ସହଦେବ . ଟିକରପଡା ପଞ୍ଚାୟତ ଅନ୍ତର୍ଗତ ଚାକୁଣ୍ଡାପଲି ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ଏଲ. କୃଷ୍ଣମୂର୍ତ୍ତି ଦୋରାଙ୍କୁ ଶନିବାର ଦିନ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିବା ଜଣାପଡିଛି । ଶିକ୍ଷକ ସଂଘ ସଭାପତି ସନାତନ ପଟ୍ଟନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ସଭା କାର୍ଯ୍ୟକ୍ରମରେ ଗୋଷ୍ଠୀ ଶିକ୍ଷାଧିକାରୀ କୁରେଶୁ ସେଠୀ ମୂଖ୍ଯ ଅତିଥିଭାବେ ଯୋଗ ଦେଇଥିବା ବେଳେ ବିଡ଼ିଓ ହଳଧର ଶବର , ଏବିଇଓ ରସାନନ୍ଦ ଘଡେଇ , ବାଳା ମାଝୀ , ବିଶ୍ରବା ପାଇକ ଏବଂ ଏନପିଏସ ସଂଘ ସଭାପତି ରାଜେନ୍ଦ୍ର ଗୌଡ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶ୍ରୀ ଦୋରାଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଖବରନୁଯାୟୀ , ଦିଗପହଣ୍ଡି ସହର ବାସିନ୍ଦା ଶ୍ରୀ ଦୋରା ୧୯୯୭ ମସିହାରେ ଗଜପତି ଜିଲ୍ଲାରେ ନିଜର ଶିକ୍ଷକତା ଜୀବନ ଆରମ୍ଭ କରି ୨୦୦୫ ମସିହା ପରଠାରୁ ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଳକ ଅଧିନସ୍ଥ ବିଭିନ୍ନ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ଉତ୍ତମ ଶିକ୍ଷାଦାନ କରିବା ସହ ଜଣେ ଆଦର୍ଶ ଶିକ୍ଷକ ଭାବେ ପରିଚିତ ରହିଥିଲେ । ତେବେ ଗତ ୫ ମାସ ହେଲା ଶିକ୍ଷକରୁ ପଦୋନ୍ନତି ହୋଇ ପ୍ରଧାନଶିକ୍ଷକ ଭାବେ ଚାକୁଣ୍ଡାପଲୀ ପ୍ରାଥମିକ ବିଦ୍ୟାଳୟରେ ନିଜର ଦାୟିତ୍ଵ ଗ୍ରହଣ କରିଥିଲେ । ଜଣେ କର୍ତ୍ତବ୍ୟ ପରାୟଣ , ମିଷ୍ଟଭାଷୀ , ପରୋପକାରୀ ଶିକ୍ଷକଙ୍କ ଆଜି ଏଭଳି ଅବସର ଗ୍ରହଣ ସମୟରେ ଉପସ୍ଥିତ ଅତିଥିମାନେ ସମ୍ବର୍ଦ୍ଧନା ଜଣାଇବା ସହ ଗୋଷ୍ଠି ଶିକ୍ଷା କାର୍ଯ୍ଯାଳୟ ପକ୍ଷରୁ ପେନସନ୍ ପେପର ମଧ୍ୟ ପ୍ରଦାନ କରାଯାଇଥିଲା । ଅବସରଗ୍ରହଣ କରିଥିବା ପ୍ରଧାନ ଶିକ୍ଷକଙ୍କ ଶିକ୍ଷା ବିଭାଗ ପ୍ରତି ରହିଥିବା ଉତ୍ସର୍ଗୀକୃତ ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ ବୋଲି ଅତିଥି ବୃନ୍ଦ କହିବା ସହ ତାଙ୍କର ସୁସ୍ଥ ଓ ନିରାମୟ ଭବିଷ୍ୟତ କାମନା କରିଥିଲେ ।ଏହାପରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କୁ ଗୋଷ୍ଠି ଶିକ୍ଷା କାର୍ଯ୍ଯାଳୟ ନିକଟରୁ ତାଙ୍କ ପିଏଚଡି ରୋଡ ସ୍ଥିତ ବାସଭବନ ଯାଏଁ ତାଳକୀର୍ତ୍ତନ ସହ ପାଛୋଟି ନିଆଯାଇଥିଲାା । ସମ୍ବର୍ଦ୍ଧନା ସମୟରେ ଦାମୋଦର ପାଢୀ , ଗଣେଶ ପାଢ଼ୀ , ପ୍ରଦୀପ କୁମାର ମହାପାତ୍ର , ଗୋପୀନାଥ ପଟ୍ଟନାୟକ , ଓଁକାର ପଟ୍ଟନାୟକ , ସନ୍ତୋଷ ଗୌଡ , ସୁଦାମ ଦାସ , ପଦ୍ମନାଭ ପଟ୍ଟନାୟକ , ପଦ୍ମନ ସାହୁ , ଦିବାକର ପାଣିଗ୍ରାହୀ , ଭଗବାନ ପାଢ଼ୀ , ପର୍ଶୁରାମ ବେହେରା , ଗଣେଶ ପାତ୍ର , ଉପେନ୍ଦ୍ର ପଣ୍ଡା , ବାସୁଦେବ ଗୌଡ , ନରସିଂହ ପାଠୀ , ସିମାଦ୍ରି ପାତ୍ର , ବିଜୟ କୁମାର ପ୍ରଧାନ , ଶିବରାମ ପ୍ରଧାନ , ସୁଧାଂଶୁ ଶେଖର ପଣ୍ଡା , ଦେବରାଜ ସାବତ , ସ୍ବୟଂପ୍ରଭା ପଟ୍ଟନାୟକ , ସୁଶାନ୍ତ କୁମାର ପ୍ରଧାନ ପ୍ରମୁଖ ବହୁ ଶିକ୍ଷକ , କର୍ମଚାରୀ ଉପସ୍ଥିତ ଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପରଲୋକରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ବି କାମରାଜୁ

ପରଲୋକରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ବି କାମରାଜୁ

Read More...

ଟ୍ରାକ୍ଟର ଧକ୍କାରେ ଯୁବକଙ୍କ ମୃତ୍ୟୁ ମାମଲା ; ଅଭିଯୁକ୍ତ ଚାଳକ ଗିରଫ

ଟ୍ରାକ୍ଟର ଧକ୍କାରେ ଯୁବକଙ୍କ ମୃତ୍ୟୁ ମାମଲା ; ଅଭିଯୁକ୍ତ ଚାଳକ ଗିରଫ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: