ଭିନ୍ନକ୍ଷମ ଯୁବକଙ୍କ ୧୦ ଦିନ ହେଲା ପତ୍ତା ମିଳୁନଥିବାରୁ ଚିନ୍ତାରେ ପରିବାର : ସହାୟତା ଦାବି

May 05, 2022, ବିଶେଷ, ଗଞ୍ଜାମ, Kiran Behera
ଭିନ୍ନକ୍ଷମ ଯୁବକଙ୍କ ୧୦ ଦିନ ହେଲା ପତ୍ତା ମିଳୁନଥିବାରୁ ଚିନ୍ତାରେ ପରିବାର : ସହାୟତା ଦାବି
Kiran Behera
[ Reporter,Digapahandi ]
Bhagyaprabha News Bureau
May 05, 2022

ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଜିଉରା ପଞ୍ଚାୟତ ସମ୍ପଦା ରଘୁନାଥପୁର ଗ୍ରାମର ମୋହନ ପାଣିଗ୍ରାହୀଙ୍କ ଭିନ୍ନକ୍ଷମ ପୁଅ ଜିତୁ ପାଣିଗ୍ରାହୀ (୨୦) ଙ୍କ ଦୀର୍ଘ ୧୦ ଦିନ ନିଖୋଜ ରହିଥିବା ବେଳେ ପରିବାର ଲୋକେ ଚିନ୍ତାରେ ରହୁଥିବା ଜଣାପଡିଛି । ଖବରନୁଯାୟୀ , ଗତ ଅପ୍ରେଲ ୨୬ ତାରିଖରୁ ଜିତୁ ନିଜ ମାଆ ଉପରେ ରାଗି ତିନି ଚକିଆ ଦିବ୍ୟାଙ୍ଗ ସାଇକେଲରେ କେଉଁ ଆଡେ ଚାଲିଯାଇଥିବା ଜଣାଯାଇଛି। ପରିବାର ପକ୍ଷରୁ ନିଜ ବନ୍ଧୁବର୍ଗଙ୍କ ପରିବାର ସହ ଯୋଗାଯୋଗ କରି ୧୦ ଦିନ ଧରି ଖୋଜାଖୋଜି କରୁଥିବା ବେଳେ ଜିତୁର ପତ୍ତା ମିଳୁନଥିବା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ବାପାଙ୍କ ପକ୍ଷରୁ ପାଟପୁର ଥାନାରେ ଏଥିନେଇ ଷ୍ଟେସନ ଡାଏରୀ କରାଯାଇ ଅନୁସନ୍ଧାନ କରାଯାଉଥିବା ସୂଚନା ରହିଅଛି । ଅନ୍ୟ କୌଣସି ଅଘଟଣର ଭୟରେ ପରିବାର ମନରେ ଆଶଙ୍କା ସୃଷ୍ଟି କରିଅଛି । କୌଣସି ବ୍ୟକ୍ତି ଏହି ଯୁବକ ଜିତୁ ପାଣିଗ୍ରାହୀଙ୍କ ସନ୍ଧାନ ପାଇଲେ ସ୍ଥାନୀୟ ଥାନା କିମ୍ବା ପରିବାରର ସମ୍ପର୍କ ନମ୍ବର ୭୮୯୪୫୮୫୧୮୯ ରେ ସୂଚନା ଦେବାକୁ ମ୍ରିୟମାଣ ପରିବାରବର୍ଗଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବାଲ୍ୟବିବାହ ବନ୍ଦ କରିବରେ ସଫଳ ହେଲା ପ୍ରଶାସନ

ବାଲ୍ୟବିବାହ ବନ୍ଦ କରିବରେ ସଫଳ ହେଲା ପ୍ରଶାସନ

Read More...

ପାନୀୟଜଳ ପାଇଁ ହାଣ୍ଡି ମାଠିଆ ଧରି ରାସ୍ତା ଅବରୋଧ କଲେ ସାହାସପୁର ଗ୍ରାମବାସୀ

ପାନୀୟଜଳ ପାଇଁ ହାଣ୍ଡି ମାଠିଆ ଧରି ରାସ୍ତା ଅବରୋଧ କଲେ ସାହାସପୁର ଗ୍ରାମବାସୀ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: