ଏୟାରଲିପ୍ଟ ଜରିଆରେ ସମୁଦ୍ର ମଧ୍ୟରୁ ଉଦ୍ଧାର ହେଲେ ମତ୍ସ୍ୟଜୀବୀ

May 09, 2022, ବିଶେଷ, ଗଞ୍ଜାମ, Swadhina Kumar Sahu
ଏୟାରଲିପ୍ଟ ଜରିଆରେ ସମୁଦ୍ର ମଧ୍ୟରୁ ଉଦ୍ଧାର ହେଲେ ମତ୍ସ୍ୟଜୀବୀ
Swadhina Kumar Sahu
[ District Reporter ,Ganjam ]
Bhagyaprabha News Bureau
May 09, 2022

ନୂତନ ଡଙ୍ଗା କିଣି ଘରକୁ ଫେରୁତିବା ବେଳେ ଗଭୀର ସମୁଦ୍ର ମଧ୍ୟରେ ଫସି ରହିଥିବା ମତ୍ସ୍ୟଜୀବୀଙ୍କୁ ଏୟାରଲିପ୍ଟ ଜରିଆରେ ଉଦ୍ଧାର କଲେ ରାଜ୍ୟ ସରକାର । ସାମ୍ବାଦିକ ସମ୍ମିଳନୀ ଜରିଆରେ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଛନ୍ତି ଜିଲ୍ଲାପାଳ ବିଜୟ ଅମୃତ କୂଲାଙ୍ଗେ । ଗଞ୍ଜାମ ପ୍ରଶାସନ ପାଇଁ ଏହି ଉଦ୍ଧାର କାର୍ଯ୍ୟ ଏକ ନୂତନ ଅଭିଜ୍ଞତା ସାଉଟିଥିବା ବେଳେ ତଳ ସ୍ତରରୁ ସ୍ୱତନ୍ତ୍ର ରିଲିଫ କମିଶନର ଓ ମୁଖ୍ୟମନ୍ତ୍ରୀଙ୍କ ଅଫିସ ପର୍ଯ୍ୟନ୍ତ ଏକ ସୃଦୃଢ ଚେନ ଯାହାକୁ ଏହି ଉଦ୍ଧାର କାର୍ଯ୍ୟ ପାଇଁ ଚାବିକାଠୀ ପାଲଟିଥିଲା । ସମସ୍ତ ଅଧିକାରୀଙ୍କ ମଧ୍ୟରେ ଉତ୍ତମ ସଂଯୋଜନା ଦ୍ୱାରା ଗଭିର ସମୁଦ୍ରରେ ଫସିଥିବା ୧୧ଜଣ ମତ୍ସ୍ୟଜୀବୀଙ୍କୁ ଠିକ ସମୟରେ ଉଦ୍ଧାର କରିବାରେ ଆମେ ସଫଳ ହୋଇଛୁ । ଗଭିର ସମୁଦ୍ର ମଧ୍ୟରେ ଏକ ବୋଟରେ କିଛି ମତ୍ସ୍ୟଜୀବୀ ଫସିଥିବା ସ୍ଥାନୀୟ ଲୋକେ ବ୍ଲକ ଏବଂ ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ । ଏହାପରେ ଜିଲ୍ଲାପାଳ ସ୍ୱତନ୍ତ୍ର ରିଲିଫ କମିଶନର ଏବଂ ମୁଖ୍ୟମନ୍ତ୍ରୀଙ୍କ ଅଫିସ ସହ ସମସ୍ତ ବିଷୟ ଆଲୋଚନା କରିଥିଲେ । ଏହାପରେ କୋଷ୍ଟ ଗାର୍ଡଙ୍କ ସହାୟତାରେ ପ୍ରଥମେ ସ୍ଥାନୀୟ ଡଙ୍ଗା ସାହାଯ୍ୟରେ ତାଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ କରାଯାଇଥିଲା । କିନ୍ତୁ ସମୁଦ୍ର ଅଶାନ୍ତ ଥିବାରୁ ଏହା ସଫଳ ହୋଇନଥିଲା । ପରେ ସମସ୍ତ ମତ୍ସ୍ୟଜୀବୀଙ୍କୁ ଏୟାରଲିପ୍ଟ କରିବା ପାଇଁ ଯୋଜନା କରାଯାଇଥିଲା । ଏହାପରେ ଭୂବନେଶ୍ୱରରୁ ଏକ ଉଦ୍ଧାରକାରୀ ଦଳ ପହଞ୍ଚିଥିଲେ ଏବଂ ପାଖାପାଖି ଏକ ଘଣ୍ଟାର ପରିଶ୍ରମପରେ ସମସ୍ତ ୧୧ଜଣ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ଏନେଇ ବ୍ରହ୍ମପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ସମସ୍ତ ସୂଚନା ପ୍ରଦାନ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଅନ୍ୟପଟେ ନିଜ ଆତ୍ମିୟଙ୍କୁ ନିକଟରେ ସୁରକ୍ଷିତ ଭାବେ ପାଇ ମୁଖ୍ୟମନ୍ତ୍ରୀ, ସ୍ୱତନ୍ତ୍ର ରିଲିଫ କମିଶନର ଏବଂ ଜିଲ୍ଲା ପ୍ରଶାସନଙ୍କୁ ଧନ୍ୟବାଦ ଜଣାଇଛନ୍ତି ମତ୍ସ୍ୟଜୀବୀ ପରିବାର ଓ ଗ୍ରାମବାସୀ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବି. ତୁରୁବୁଡିରେ କରୋନା ଟୀକାକରଣ ସଚେତନତା ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ

ବି. ତୁରୁବୁଡିରେ କରୋନା ଟୀକାକରଣ ସଚେତନତା ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ

Read More...

ବିନା ପ୍ରମାଣପତ୍ରରେ ଅବୈଧ ସିମ୍ କାରବାର ମାମଲାରେ ୩ ଅଭିଯୁକ୍ତ ଗିରଫ

ବିନା ପ୍ରମାଣପତ୍ରରେ ଅବୈଧ ସିମ୍ କାରବାର ମାମଲାରେ ୩ ଅଭିଯୁକ୍ତ ଗିରଫ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: