ଚୋରାମଦ ବିକ୍ରି ଅଭିଯୋଗରେ ସମିତି ସଭ୍ୟଙ୍କ ସ୍ବାମୀ ଗିରଫ

May 10, 2022, ଅପରାଧ, ଗଞ୍ଜାମ, Kiran Behera
ଚୋରାମଦ ବିକ୍ରି ଅଭିଯୋଗରେ ସମିତି ସଭ୍ୟଙ୍କ ସ୍ବାମୀ ଗିରଫ
Kiran Behera
[ Reporter,Digapahandi ]
Bhagyaprabha News Bureau
May 10, 2022

ଗଞ୍ଜାମ ଜିଲ୍ଲା କେ . ନୂଆଗାଁ ଥାନା ପୋଲିସ ଗତକାଲି ସନ୍ଧ୍ୟାରେ ଦିଗପହଣ୍ଡି ବ୍ଳକ ଚଷା ନିମଖଣ୍ଡି ପଞ୍ଚାୟତ ଅଧିନସ୍ଥ ଶ୍ୟାମସୁନ୍ଦରପୁର ଗ୍ରାମରେ ଅତର୍କିତ ଚଢ଼ାଉ କରି ବିପୁଳ ପରିମାଣର ଚୋରା ଦେଶୀମଦ ଜବତ କରିଥିବା ଜଣାପଡିଛି । ତେବେ ପୋଲିସ ଚୋରାମଦ ବିକ୍ରି ଅଭିଯୋଗରେ ଚଷା ନିମଖଣ୍ଡି ପଞ୍ଚାୟତର ସମିତି ସଭ୍ୟଙ୍କ ସ୍ବାମୀ ମିଟୁ ମଲ୍ଲିକଙ୍କୁ ଗିରଫ କରି ମଙ୍ଗଳବାର ଦିନ କୋର୍ଟ ଚାଲାଣ କରିଛି । ଖବରନୁଯାୟୀ , ଅଭିଯୁକ୍ତ ମିଟୁ ଦୀର୍ଘ ବର୍ଷ ଧରି ଗ୍ରାମରେ ରହୁଥିବା ଘର ଭିତରେ ଅପମିଶ୍ରିତ ମଦ ପ୍ରସ୍ତୁତ କରି ବେଆଇନ ଭାବେ ବିକ୍ରି କରୁଥିଲା । ଯାହାକି ଲୋକମାନଙ୍କ ପାଇଁ ଅତ୍ୟନ୍ତ ହାନିକାରକ । ଏନେଇ ଗ୍ରାମବାସୀ ବାରମ୍ବାର ଅଭିଯୁକ୍ତ ଓ ସ୍ତ୍ରୀ ଙ୍କୁ ଗ୍ରାମରେ ମଦ ବିକ୍ରି କରିବା ପାଇଁ ତାଗିଦ୍ କରୁଥିଲେ ମଧ୍ୟ ଲୋକମାନଙ୍କୁ ଧମକ ଚମକ ଦେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସୋମବାର ସନ୍ଧ୍ୟା ୬ ଘଣ୍ଟା ସମୟରେ ଥାନା ଅଧିକାରୀ ମୃତ୍ୟୁଞ୍ଜୟ ସ୍ବାଇଁ ବିଶେଷ ସୂତ୍ରରୁ ଖବରପାଇ ପୋଲିସ ଟିମ୍ ସହ ଉକ୍ତ ଘରେ ଚଢାଉ କରିଥିଲେ । ଏହି ସମୟରେ ବେଆଇନ ଭାବେ ମଦ ବିକ୍ରି କରୁଥିବା ମିଟୁଙ୍କୁ ପୋଲିସ କାବୁ କରିବା ସହ ପୋଲିସ ଘର ପରିସରରୁ ୫୦ ଲିଟର ଦେଶୀ ରନ୍ଧାମଦ , ୧୨ କେଜି ମହୁଲ ଓ ୨ କେଜି ପିଡ଼ିଆ ଜବତ କରିଥିଲା । ଏନେଇ ଥାନା ମାମଲା ନଂ ୧୧୫/୨୨ ଅନୁସାରେ ମକଦ୍ଦମା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ସେଠାରେ ଜାମିନ ଆବେଦନ ଖାରଜ ହେବାରୁ ଦିଗପହଣ୍ଡି ସବଜେଲ ହାଜତକୁ ପଠାଇ ଦିଆଯାଇଥିବା ଥାନା ଅଧିକାରୀ ଶ୍ରୀ ସ୍ବାଇଁ ସୂଚନା ପ୍ରଦାନ କରିଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
କାରରେ ଗଞ୍ଜେଇ ଚୋରାଚାଲାଣ ବେଳେ ୭୫ କେଜିର ଉର୍ଦ୍ଧ୍ବ ଗଞ୍ଜେଇ ଜବତ କଲା ପାଟପୁର ପୋଲିସ

କାରରେ ଗଞ୍ଜେଇ ଚୋରାଚାଲାଣ ବେଳେ ୭୫ କେଜିର ଉର୍ଦ୍ଧ୍ବ ଗଞ୍ଜେଇ ଜବତ କଲା ପାଟପୁର ପୋଲିସ

Read More...

ବି. ତୁରୁବୁଡିରେ କରୋନା ଟୀକାକରଣ ସଚେତନତା ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ

ବି. ତୁରୁବୁଡିରେ କରୋନା ଟୀକାକରଣ ସଚେତନତା ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: