ଅଙ୍ଗନୱାଡ଼ି କେନ୍ଦ୍ରକୁ ମାଗଣା ଗ୍ଯାସ୍ ସିଲିଣ୍ଡର ଓ ଚୁଲା ବିତରଣ କାର୍ଯ୍ୟକ୍ରମର ଉଦଘାଟନ

May 17, 2022, ଓଡ଼ିଶା, ଗଞ୍ଜାମ, Kiran Behera
ଅଙ୍ଗନୱାଡ଼ି କେନ୍ଦ୍ରକୁ ମାଗଣା ଗ୍ଯାସ୍ ସିଲିଣ୍ଡର ଓ ଚୁଲା ବିତରଣ କାର୍ଯ୍ୟକ୍ରମର ଉଦଘାଟନ
Kiran Behera
[ Reporter,Digapahandi ]
Bhagyaprabha News Bureau
May 17, 2022

ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ମଙ୍ଗଳବାର ଦିନ ଦିଗପହଣ୍ଡି ବ୍ଳକ ଅଧିନରେ ଥିବା ପ୍ରତ୍ୟେକ ଅଙ୍ଗନୱାଡ଼ି କେନ୍ଦ୍ରକୁ ରୋଷେଇ ନିମନ୍ତେ ମାଗଣା ଗ୍ଯାସ୍ ସିଲିଣ୍ଡର ଓ ଚୁଲା ବିତରଣର ଶୁଭ ଉଦଘାଟନ କରାଯାଇଥିବା ଜଣାପଡ଼ିଛି । ଏନେଇ ଦିଗପହଣ୍ଡି ସମନ୍ଵିତ ଶିଶୁ ସୁରକ୍ଷା ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସିଡିପିଓ ତଥା ବିଭାଗୀୟ ଅଧିକାରିଣୀ ପୁଷ୍ପାଞ୍ଜଳୀ ଶତପଥୀଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ବ୍ଳକ କାର୍ଯ୍ୟାଳୟ ପରିସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ବିତରଣ ଉତ୍ସବରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ହଳଧର ଶବର , ବ୍ଳକ ଅଧ୍ୟକ୍ଷା ସୁନୀତା ସେଠୀ , ପୂର୍ବତନ ଜିଲ୍ଲା ପରିଷଦ କୃଷ୍ଣଚନ୍ଦ୍ର ସେଠୀ ଉପସ୍ଥିତ ରହିଥିଲେ । ଖବରନୁଯାୟୀ , ବ୍ଳକ ଅଧୀନରେ ୨୬୭ ଗୋଟି ଅଙ୍ଗନୱାଡ଼ି କେନ୍ଦ୍ର ରହିଥିବା ବେଳେ ପ୍ରତ୍ୟେକ କେନ୍ଦ୍ରକୁ ରୋଷେଇ ନିମନ୍ତେ ୨ ଗୋଟି ଗ୍ୟାସ୍ ସିଲିଣ୍ଡର୍ , ଚୁଲା ସମେତ ଲାଇଟର ପ୍ରଦାନ କରାଯିବାର ବ୍ୟବସ୍ଥା ରହିଥିଲେ ମଧ୍ୟ ଆଜି ପ୍ରଥମ ପର୍ଯ୍ୟାୟରେ ୧୯୦ ଗୋଟି ଫୁଲ ଗ୍ୟାସ୍ ଏବଂ ଉପକରଣ ବଣ୍ଟନ କରାଯାଇଥିଲା । ଏଥିରେ ଅଙ୍ଗନୱାଡ଼ି ସୁପରଭାଇଜର ଭାଗ୍ଯଲତା ପାତ୍ର , ଶାନ୍ତିଲତା ଶତପଥୀ , ବବିତା ପଣ୍ଡା , ମମତା ପଣ୍ଡା , ସଞ୍ଜୁଲତା ପାଣିଗ୍ରାହୀ ସମେତ ବହୁ ଅଙ୍ଗନୱାଡ଼ି କର୍ମୀମାନେ ଉପସ୍ଥିତ ରହି ସହଯୋଗ ପ୍ରଦାନ କରିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମହାନଗର ମହୋତ୍ସବର ଦ୍ବିତୀୟ ସଂନ୍ଧ୍ୟା - ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ

ମହାନଗର ମହୋତ୍ସବର ଦ୍ବିତୀୟ ସଂନ୍ଧ୍ୟା - ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ

Read More...

 ଶିକ୍ଷୟତ୍ରୀଙ୍କ ରୋଷେଇ ଘରୁ ବିଷଧର ନାଗ ସାପ ଉଦ୍ଧାର

ଶିକ୍ଷୟତ୍ରୀଙ୍କ ରୋଷେଇ ଘରୁ ବିଷଧର ନାଗ ସାପ ଉଦ୍ଧାର

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: