କଳା ଓ ସଂସ୍କୃତିର ବିକାଶ ପାଇଁ ମହୋତ୍ସବ ଆୟୋଜନର ରହିଛି ଆବଶ୍ୟକତା- ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର

May 18, 2022, ଓଡ଼ିଶା, ଗଞ୍ଜାମ, BHAGYAPRABHA NEWS
କଳା ଓ ସଂସ୍କୃତିର ବିକାଶ ପାଇଁ ମହୋତ୍ସବ ଆୟୋଜନର ରହିଛି ଆବଶ୍ୟକତା- ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର
BHAGYAPRABHA NEWS
[ INPUT ]
Bhagyaprabha News Bureau
May 18, 2022

ବ୍ରହ୍ମପୁର - କଳା ଓ ସଂସ୍କୃତିର ବିକାଶ ପାଇଁ ମହୋତ୍ସବ ଅଧିକ ରୁ ଅଧିକ ଆୟୋଜନର ରହିଛି ଆବଶ୍ୟକତା । ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ ସ୍ଥାନରେ ବର୍ଷ ତମାମ ଅନେକ ମହୋତ୍ସବ ଆୟୋଜନ ହେଉଥିବା ବେଳେ ଆମ ରାଜ୍ୟର ଅନେକ ଜିଲ୍ଲାରେ ଜିଲ୍ଲାସ୍ତରୀୟ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ମହୋତ୍ସବ ଆୟୋଜିତ ହୋଇଆସୁଛି । କୋଭିଡ ମହାମାରୀ ଯୋଗୁଁ ରାଜ୍ୟରେ ପୁସ୍ତକ ମେଳା ଓ ମହୋତ୍ସବ ବନ୍ଦ ହୋଇରହିଥିବା ବେଳେ ବର୍ତ୍ତମାନ ବ୍ରହ୍ମପୁର ସହରରେ ପୁଣି ଥରେ ୧୦ମ ମହାନଗର ମହୋତ୍ସବ ଆୟୋଜନ ହୋଇଥିବାରୁ ଏହା ସାଧାରଣ ଜନତାଙ୍କ ମନୋରଞ୍ଜନ ପାଇଁ ଏକ ପ୍ରମୁଖ ମାଧ୍ୟମ ପାଲଟିବ ବୋଲି ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ମତବ୍ୟକ୍ତ କରିଛନ୍ତି ଓଡିଶା ବିଧାନସଭାର ବାଚସ୍ପତି ଡ.ସୂର୍ଯ୍ୟନାରାୟଣ ପାତ୍ର । ମହୋତ୍ସବର ତୃତୀୟ ସଂନ୍ଧ୍ୟାରେ ଅନ୍ୟତମ ଅତିଥି ରୂପେ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟର କୂଳପତି ପ୍ରଫେସର ପ୍ରଫୁଲ କୁମାର ମହାନ୍ତି , ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଉମାଶଙ୍କର ମିଶ୍ର , ସ୍ଥାନୀୟ ମିଲେନିୟମ ନେଟ୍ ୱାର୍କର ପରିଚାଳନ୍ନା ନିର୍ଦ୍ଧେଶକ ଆତ୍ମାରାମ ସାହୁ , ସକାଳ ଖବରକାଗଜର ଦକ୍ଷିଣ ଓଡିଶା ମୁଖ୍ୟ ଜଗନ ମୋହନ ମହାପାତ୍ର , ଓଟିଭି ପ୍ରତିନିଧି ଅଶୋକ କୁମାର ବ୍ରହ୍ମା , ଇଟିଭି ଭାରତର ପ୍ରତିନିଧି ସମୀର କୁମାର ଆଚାର୍ଯ୍ୟ , ବ୍ରହ୍ମପୁର ପ୍ରେସ କ୍ଲବର ସମ୍ପାଦକ ଚିରଞ୍ଜିତ ରାଜଗୁରୁ , ସାମ୍ୱାଦିକ ବି.କେ.ବିଶାରଦ ପ୍ରମୁଖ ମଞ୍ଚାସୀନ ରହିଥିଲେ । ମହୋତ୍ସବ କମିଟିର ସଭାପତି ନାରାୟଣ ମହାଙ୍କୁଡ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ କମିଟିର ସମ୍ପାଦକ ବିଶ୍ୱନାଥ ପଟ୍ଟନାୟକ କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶେଷରେ ସତ୍ୟ ଚେତନ ପରି଼ଡା ଧନ୍ୟବାଦ ଅର୍ପଣ କରିଥିଲେ ।ତୃତୀୟ ସଂନ୍ଧ୍ୟାରେ ମହୋତ୍ସବର କମିଟିର ସହ ସମ୍ପାଦିକା ରଶ୍ମିତା ପାଣିଗ୍ରାହୀ ,ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଦିପ୍ତ ସାହୁ, ସ୍ବାଧିନ ପାତ୍ର , ଅଭିରାମ ପାତ୍ର, ଅନନ୍ତ ପ୍ରଧାନ, ଶଙ୍କର ରଣା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନ୍ନାରେ ସହଯୋଗ କରିଥିଲେ । ଏହି ଅବସରରେ କଳା , ସାହିତ୍ୟ , ସଂସ୍କୃତି ଏବଂ ନୃତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ଆସୁଥିବା ବ୍ୟକ୍ତିବିଶେଷ ଓ ସଂସ୍ଥାକୁ ସମ୍ୱର୍ଦ୍ଧିତ କରାଯାଇଥିଲା । ଶେଷରେ ନିଷ୍ଟ ଶିକ୍ଷାନୁଷ୍ଠାନର ବିଦ୍ୟାର୍ଥୀଙ୍କ ପକ୍ଷରୁ ଚିତାକର୍ଷକ ରକ୍ ବ୍ୟାଣ୍ଡ ମଞ୍ଚରେ ପରିବେଷଣ କରାଯାଇଥିଲା ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଅଚଳ ଅବସ୍ଥାରେ ଗୈାଡଗାଁ ବସଷ୍ଟାଣ୍ଡର ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ମେସିନ : ଯାତ୍ରୀ ହନ୍ତସନ୍ତ

ଅଚଳ ଅବସ୍ଥାରେ ଗୈାଡଗାଁ ବସଷ୍ଟାଣ୍ଡର ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ମେସିନ : ଯାତ୍ରୀ ହନ୍ତସନ୍ତ

Read More...

ମହାନଗର ମହୋତ୍ସବର ଦ୍ବିତୀୟ ସଂନ୍ଧ୍ୟା - ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ

ମହାନଗର ମହୋତ୍ସବର ଦ୍ବିତୀୟ ସଂନ୍ଧ୍ୟା - ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: