ପୂର୍ବ ଶତ୍ରୁତାକୁ ନେଇ ଯୁବକକୁ ଆକ୍ରମଣ ମାମଲା : ଅଭିଯୁକ୍ତ ଗିରଫ

May 19, 2022, ଅପରାଧ, ଗଞ୍ଜାମ, Kiran Behera
ପୂର୍ବ ଶତ୍ରୁତାକୁ ନେଇ ଯୁବକକୁ ଆକ୍ରମଣ ମାମଲା : ଅଭିଯୁକ୍ତ ଗିରଫ
Kiran Behera
[ Reporter,Digapahandi ]
Bhagyaprabha News Bureau
May 19, 2022

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ନିମଖଣ୍ଡିପେଣ୍ଠ ଗ୍ରାମରେ ପୂର୍ବ ଶତ୍ରୁତାକୁ ନେଇ ଜଣେ ଯୁବକକୁ ଆକ୍ରମଣ ମାମଲାରେ ସ୍ଥାନୀୟ ପୋଲିସ ବିଧାନ ବଳିଆର ସିଂ ନାମକ ଜଣେ ଯୁବକକୁ ଗିରଫ କରିଥିବା ଜଣାପଡ଼ିଛି । ଖବରନୁଯାୟୀ , ଗତ ବୁଧବାର ଅପରାହ୍ନ ପ୍ରାୟ ୩ ଘଣ୍ଟା ସମୟରେ ନିମଖଣ୍ଡିପେଣ୍ଠ ଗ୍ରାମର ସିମା ବେହେରା ତାଙ୍କ ଘର ନିକଟସ୍ଥ ଏକ ଗଛ ମୂଳରେ ବସିଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଅଭିଯୁକ୍ତ ବଳିଆର ସିଂ ହାତରେ କାତି ଧରି ଘର ସାମନାରେ ବାପା ମହେନ୍ଦ୍ର ବେହେରାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲା । ସିମା ଏହାଦେଖି ପ୍ରତିବାଦ କରିବାରୁ ବଳିଆର ସିଂ ଧରିଥିବା କାତିରେ ତାଙ୍କ ଡାହାଣ ହାତ କହୁଣିକୁ ଚୋଟୋ ପକାଇବା ସହ ଜୀବନରେ ମାରିଦେବାକୁ ଧମକ ଦେଇଥିଲା । ଏହାପରେ ଆଖପାଖରେ ଥିବା ଲୋକେ ଦୌଡ଼ି ଆସିବାରୁ ଅଭିଯୁକ୍ତ ବଳିଆର ସେଠାରୁ ଚମ୍ପଟ ମାରିଥିଲା । ଘଟଣାପରେ ସିମାଙ୍କୁ ରକ୍ତାକ୍ତ ଅବସ୍ଥାରେ ପରିବାର ଲୋକେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ଏହାପରେ ଦିଗପହଣ୍ଡି ଥାନାରେ ଲିଖିତ ଏତଲା ଦେଇଥିଲେ । ଏତଲାକୁ ଭିତ୍ତି କରି ପୋଲିସ ମାମଲା ନଂ ୧୬୮/୨୨ ପ୍ରକାରେ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ଆଜି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ସେଠାରେ ଜାମିନ ଆବେଦନ ଖାରଜ ହେବାରୁ ସବଜେଲ ହାଜତକୁ ପଠାଇ ଦିଆଯାଇଥିବା ତଦନ୍ତକାରୀ ପୋଲିସ ଅଧିକାରୀ ଏ. ସ୍ଵର୍ଣ୍ଣଲତା ପାତ୍ର ଜଣାଇଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଯୁବକଙ୍କ ମୃତଦେହ ଶଙ୍ଖ ପାର୍ଶ୍ବରୁ ଉଦ୍ଧାର କଲା ପୋଲିସ : କାରଣ ଅସ୍ପଷ୍ଟ

ଯୁବକଙ୍କ ମୃତଦେହ ଶଙ୍ଖ ପାର୍ଶ୍ବରୁ ଉଦ୍ଧାର କଲା ପୋଲିସ : କାରଣ ଅସ୍ପଷ୍ଟ

Read More...

ଅଜାଙ୍କ କାନ୍ଧରେ ବେସାହାରା ତିନି ନାତିନାତୁଣୀଙ୍କ ବୋଝ : ସରକାରୀ ସହାୟତା ପାଇଁ ପ୍ରଶାସନର ଦ୍ବାରସ୍ଥ

ଅଜାଙ୍କ କାନ୍ଧରେ ବେସାହାରା ତିନି ନାତିନାତୁଣୀଙ୍କ ବୋଝ : ସରକାରୀ ସହାୟତା ପାଇଁ ପ୍ରଶାସନର ଦ୍ବାରସ୍ଥ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: