କୁଶପଡାରେ ଶତ ପ୍ରତିଶତ ଟିକାକରଣ ସଚେତନତା ସଭା

May 20, 2022, ଓଡ଼ିଶା, ଗଞ୍ଜାମ, Kiran Behera
କୁଶପଡାରେ ଶତ ପ୍ରତିଶତ ଟିକାକରଣ ସଚେତନତା ସଭା
Kiran Behera
[ Reporter,Digapahandi ]
Bhagyaprabha News Bureau
May 20, 2022

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ କୁଶପଡା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଦିନ ପଞ୍ଚାୟତରେ ଶତ ପ୍ରତିଶତ ଟିକାକରଣ ସମ୍ପର୍କିତ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ସ୍ବେଚ୍ଛାସେବୀ ଅନୁଷ୍ଠାନ " ଶିଶୁ ସୁରକ୍ଷା " ପକ୍ଷରୁ ଆୟୋଜିତ ଏହି ଶିବିରରେ କୋଭିଡ଼ ଟୀକାକରଣ ଦିଗରେ ରହିଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯିବା ସହ କୁଶପଡା ପଞ୍ଚାୟତର ବାର ବର୍ଷରୁ ଉର୍ଦ୍ଧ ସମସ୍ତ ହିତାଧିକାରୀଙ୍କୁ ଶତ ପ୍ରତିଶତ ଟୀକାକରଣ କରିବା ପାଇଁ ପରାମର୍ଶ ଦିଆଯାଇଥିଲା । ସ୍ଥାନୀୟ ସରପଞ୍ଚ ବନିତା ସେଠୀଙ୍କ ଅଧ୍ୟକ୍ଷତାରେ ଶିଶୁ ସୁରକ୍ଷା କ୍ଷେତ୍ର ସଂଯୋଜକ ଦୟାନିଧି ଜଗତ ପରିଚାଳନା କରିଥିଲେ । ଏହି ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ ପ୍ରତିନିଧି ପ୍ରଦୀପ କୁମାର ସେଠୀ , ନାଏବ ସରପଞ୍ଚ ଇ . ରାମହରି ଦୋରା ସମେତ ୱାର୍ଡ ସଭ୍ୟ ସଭ୍ୟା , ଆଶାକର୍ମୀ ଓ ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ରହି ନିଜେ ସଚେତନ ରହିବା ସହିତ ଅନ୍ୟମାନଙ୍କୁ କିଭଳି ସଚେତନ କରାଇବେ ସେହି ବିଷୟରେ ଆଲୋଚନା କରି ଶିଶୁ ମାନଙ୍କୁ ସୁରକ୍ଷା ଦିଗରେ ଯତ୍ନବାନ ଦେବାକୁ ଆହ୍ୱାନ ଦେଇଛନ୍ତି । ଏଥିସହ ଅନୁଷ୍ଠାନର ଅକ୍ଷୟ କୁମାର ପଟ୍ଟନାୟକ ସହଯୋଗ କରିଥିବା ବେଳେ କମ୍ୟୁନିଟି ମୋବିଲାଇଜର ବେଶୀ ବିଜୟ ଧନ୍ୟବାଦ ଅର୍ପଣ କରିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦିଗପହଣ୍ଡି ଥାନାରେ ନୂତନ ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କଲେ ଦିପ୍ତୀରଞ୍ଜନ

ଦିଗପହଣ୍ଡି ଥାନାରେ ନୂତନ ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କଲେ ଦିପ୍ତୀରଞ୍ଜନ

Read More...

ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ଅହମଦାବାଦରୁ ସୁସ୍ଥ ହୋଇ ଫେରିଲେ ୨ ବାଳିକା

ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ଅହମଦାବାଦରୁ ସୁସ୍ଥ ହୋଇ ଫେରିଲେ ୨ ବାଳିକା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: