ଦିଗପହଣ୍ଡିରେ ବ୍ଳକସ୍ତରୀୟ ଯୋଗାସନ ପ୍ରତିଯୋଗିତା ଅନୁଷ୍ଠିତ

May 23, 2022, ଓଡ଼ିଶା, ଗଞ୍ଜାମ, Kiran Behera
ଦିଗପହଣ୍ଡିରେ ବ୍ଳକସ୍ତରୀୟ ଯୋଗାସନ ପ୍ରତିଯୋଗିତା ଅନୁଷ୍ଠିତ
Kiran Behera
[ Reporter,Digapahandi ]
Bhagyaprabha News Bureau
May 23, 2022

ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶକ୍ରମେ ସୋମବାର ଦିନ ଦିଗପହଣ୍ଡି ବଡଖେମୁଣ୍ଡି ହାଇସ୍କୁଲ ଖେଳପଡିଆ ଠାରେ ବ୍ଳକସ୍ତରୀୟ ଯୋଗାସନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ଶିକ୍ଷାଧିକାରୀ କୁରେଶୁ ସେଠୀ କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିବା ସହ ଉଦଘାଟନ କରିଥିଲେ । ସାଂଗଠନିକ ବ୍ଳକ କ୍ରୀଡା ସଂପାଦକ ଏମ୍ . ଗୈାରାଙ୍ଗଙ୍କ ସଂଯୋଜନାରେ ଏହି ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକର ୮୬ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବା ବେଳେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା କ୍ରୀଡା ଶିକ୍ଷକ ମାନେ ବିଚାରକ ଭାବେ ଉପସ୍ଥିତ ରହିଥିଲେ । ପ୍ରତିଯୋଗୀତା ଶେଷରେ ଏବିଇଓ ବାଲା ମାଝୀ , ରସାନନ୍ଦ ଘଡେଇ , ବିଶ୍ରବା ପାଇକ , ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସୁନୀଲ ମହାନ୍ତି ସମେତ ସିଆରସିସି ଉପେନ୍ଦ୍ର ପଣ୍ଡା କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଏହି ପରିପ୍ରେକ୍ଷୀରେ ଆସନ୍ତା ୨୪ ତାରିଖରେ ହେବାକୁ ଥିବା ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ୧୬ ଛାତ୍ର ଓ ଛାତ୍ରୀଙ୍କୁ ମନୋନୀତ କରାଯାଇଥିଲା । କ୍ରୀଡା ଶିକ୍ଷକ ଏମ୍ . ଶୁକ୍ରୁ ରେଡ୍ଡୀ , ସଶ୍ମିତା ପ୍ରଧାନ , ଜଗତଜନନୀ ପ୍ରଧାନ , ମିଲନ ବେହେରା , କୈଳାସ ରେଡ୍ଡୀ , ସମସ୍ତ ସିଆରସିସିମାନେ ଉପସ୍ଥିତ ରହି ପରିଚାଳନା କରିବାରେ ସହଯୋଗ ପ୍ରଦାନ କରିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପାଟପୁର ଥାନା ପକ୍ଷରୁ ପୋଡାମାରି ଗ୍ରାମରେ ଆମ ପୋଲିସ ସମିତି ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାଟପୁର ଥାନା ପକ୍ଷରୁ ପୋଡାମାରି ଗ୍ରାମରେ ଆମ ପୋଲିସ ସମିତି ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ

Read More...

ଦିଗପହଣ୍ଡି ପଞ୍ଚାୟତ ସମିତିର ପ୍ରଥମ ସାଧାରଣ ବୈଠକ ଆଲୋଚନା ଅନୁଷ୍ଠିତ

ଦିଗପହଣ୍ଡି ପଞ୍ଚାୟତ ସମିତିର ପ୍ରଥମ ସାଧାରଣ ବୈଠକ ଆଲୋଚନା ଅନୁଷ୍ଠିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: