ମହାନଗର ମହୋତ୍ସବର ଅଷ୍ଟମ ସନ୍ଧ୍ୟା ,କଳାକାରଙ୍କ ନୃତ୍ୟରେ ଦୁଲୁକିଲା ମଞ୍ଚ

May 23, 2022, ଓଡ଼ିଶା, ଗଞ୍ଜାମ, Gouri Shankar Mishra
ମହାନଗର ମହୋତ୍ସବର ଅଷ୍ଟମ ସନ୍ଧ୍ୟା ,କଳାକାରଙ୍କ ନୃତ୍ୟରେ ଦୁଲୁକିଲା ମଞ୍ଚ
Gouri Shankar Mishra
[ Video Journalist ]
Bhagyaprabha News Bureau
May 23, 2022

ବ୍ରହ୍ମପୁର - କଳା , ସଂସ୍କୃତି, ଓ ସାହିତ୍ୟ କୁ ଜାବୁଡି ଧରିବା ସହ ସଭିଙ୍କୁ ଗୋଟିଏ ସୂତାରେ ବାନ୍ଧି ରଖିଛି ମହାନଗର ମହୋତ୍ସବ। ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମହାନଗର ମହୋତ୍ସବ ତାର ମଞ୍ଚ ରେ ଅନେକ ପ୍ରତିଭାବାନ ବ୍ୟକ୍ତିତ୍ୱଙ୍କୁ ସୁଯୋଗ ଦେଇଛି। ଚଳିତ ବର୍ଷ ବ୍ରହ୍ମପୁର ଠାରେ ଆୟୋଜିତ ହୋଇଛି ୧୦ମ ମହାନଗର ମହୋତ୍ସବ। ଗଞ୍ଜାମ ମାଟି ବିଶେଷ କରି ବ୍ରହ୍ମପୁର ସହରର ମାଟିର ମହୋତ୍ସବ ଭାବେ ବେଶ ପରିଚିତ ଏହି ମହୋତ୍ସବ ଆଜି ସପ୍ତମ ଦିବସରେ ପହଂଚିଛି। ମହୋତ୍ସବ ର ଅଷ୍ଟମ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଦକ୍ଷିଣାଞ୍ଚଳ ରେଞ୍ଜ ଆଇଜି ସତ୍ୟବ୍ରତ ଭୋଇ ଯୋଗ ଦେଇ କଳା ଓ କଳାକାରଙ୍କୁ ଉତ୍ସାହିତ ଓ ପ୍ରତ୍ସାହିତ କରିବା ପାଇଁ ଏଭଳି ମହୋତ୍ସବ ର ଆବଶ୍ୟକତା ଥିବା ମତ ରଖିଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ଶ୍ରୀକାନ୍ତ ସାହୁ , ବ୍ରହ୍ମପୁର ସମାଜର ଶାଖା ପରିଚାଳକ ଦଣ୍ଡପଣି ପ୍ରଧାନ , ପୂର୍ବତନ ବିଡିଏ ଅଧକ୍ଷ ସୁବାସ ମହାରଣା, ବରିଷ୍ଠ ସାମ୍ବାଦିକ ସନ୍ୟାସୀ ଗୌଡ଼ , ଗଞ୍ଜାମ ଜିଲ୍ଲା ହୋଟେଲ ଏସୋସିଏସନ ସଭାପତି ଉମା ପାଣିଗ୍ରାହୀ,ବରିଷ୍ଠ ସାମ୍ବାଦିକ ଜଗନ ମହୋନ ମହାପାତ୍ର ପ୍ରମୁଖ ଯୋଗ ଦେଇ ବ୍ରହ୍ମପୁର ମାଟିରେ ଲଗାତାର ପ୍ରତିବର୍ଷ ଏଭଳି ମୋହତ୍ସଵ ଆୟୋଜିତ ହୋଇ ଆସୁଥିବାରୁ ଆୟୋଜକ କମିଟି କୁ ସାଧୁବାଦ ଜଣାଇଥିଲେ। ମହୋତ୍ସବ କମିଟି ସଭାପତି ନାରାୟଣ ମହାଙ୍କୁଡ଼ଙ୍କ ସଭାପତିତ୍ୱ ଓ ସମ୍ପାଦକ ଗୋପାଳ ପଟ୍ଟନାୟକ ଙ୍କ ତତ୍ୱବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମର ସନ୍ଧ୍ୟାରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ପ୍ରମୁଖ ମଞ୍ଚାସୀନ ଥିଲେ। ମହାନଗର ମହୋତ୍ସବର ମଞ୍ଚରେ କେବଳ କଳା ସଂସ୍କୃତି ନୁହେଁ ବରଂ କବି ଏବଂ କବୟିତ୍ରୀ ମାନେ ମଧ୍ୟ କବିତା ପାଠ କରୁଛନ୍ତି। ଆଜି ମହୋତ୍ସବ ର ଅଷ୍ଟମ ଦିନରେ ଓଡ଼ିଆ ଭାଷା ଓ ସାହିତ୍ୟ କ୍ଷେତ୍ର ମହୋନ ମହାବିଦ୍ୟାଳୟ , ନରେନ୍ଦ୍ର ପୁର ତରଫରୁ କବିତା ଆସର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ କବିତା ପରିବେଷଣ କରିଥିବା କବି, କବୟିତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅନ୍ୟପଟେ ମହାନଗର ମହୋତ୍ସବ ର ସାଂସ୍କୃତିକ ସନ୍ଧ୍ୟାରେ ଗଞ୍ଜାମ କଳା ପରିଷଦ , ଆରିଆନ ଡ୍ୟାନ୍ସ ଗ୍ରୁପ, ଅଙ୍ଗହାର, ଟ୍ରାନ୍ସ ଜେଣ୍ଡର, ତ୍ରିପୁରୀ ସୁନ୍ଦରୀ , ବ୍ରହ୍ମପୁର ରୋଲେର ସ୍କେଟିଂ ର କଳାକାର ମାନେ ପରିବେଷଣ କରିଥିଲେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ। ଯାହା ଦର୍ଶକଙ୍କୁ ବେଶ ଆକୃଷ୍ଟ କରିଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଦେଖିବା ପାଇଁ ଏବଂ ବିଶେଷ କରି ରବିବାର ଯୋଗୁଁ ବ୍ରହ୍ମପୁର ଓ ଗଞ୍ଜାମ ଜିଲ୍ଲାର ଆଖପାଖରୁ ବେଶ ଜନସାଧାରଣଙ୍କ ସମାଗମ ହୋଇଥିଲା। ସକାଳ ଖବର କାଗଜର ଦକ୍ଷିଣ ଓଡିଶା ମୁଖ୍ୟ ଜଗନ ମହୋନ ମହାପାତ୍ର ଙ୍କ ପ୍ରଚେଷ୍ଟାରୁ ପ୍ରତିଦିନ ଭଳି ଆଜି ବି ସକାଳ ପ୍ରତିଭା ସମ୍ମାନରେ ବ୍ରହ୍ମପୁର ସ୍କେଟିଂ ଏକାଡେମୀ କୁ ପୁରସ୍କୃତ କରାଯାଇଥିଲା। ଅଷ୍ଟମ ସନ୍ଧ୍ୟାରେ ମହୋତ୍ସବ କମିଟିର ସହ ସମ୍ପାଦିକା ରଶ୍ମିତା ପାଣିଗ୍ରାହୀ , ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁଦୀପ ସାହୁ , ସ୍ୱାଧୀନ ପାତ୍ର , ଅଭିରାମ ପାତ୍ର, ଅନନ୍ତ ପ୍ରଧାନ, ଶଙ୍କର ରଣା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଅନ୍ୟପଟେ ମହାନଗର ମହୋତ୍ସବ ର ଆକର୍ଷଣ ପାଲଟିଛି ରାଜ୍ୟ ତଥା ରାଜ୍ୟ ବାହାରର ୧୦୦ ରୁ ଉର୍ଦ୍ଧ ଷ୍ଟଲ। ଯେଉଁଥିଲେ ଘୋରଇ ସାମଗ୍ରୀ ସମେତ ବିଭିନ୍ନ ରକମର ଖାଦ୍ୟ ପଦାର୍ଥ ଓ ଘର ସଜଣା ଉପକରଣ ବିକ୍ରିବଟା ହେଉଛି। ଯାହା ମହୋତ୍ସବ ସନ୍ଧ୍ୟା କୁ ଆହୁରି ଆକର୍ଷଣୀୟ କରୁଛି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଜିଠୁ ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ

ଆଜିଠୁ ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ

Read More...

ପାଟପୁର ଥାନା ପକ୍ଷରୁ ପୋଡାମାରି ଗ୍ରାମରେ ଆମ ପୋଲିସ ସମିତି ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାଟପୁର ଥାନା ପକ୍ଷରୁ ପୋଡାମାରି ଗ୍ରାମରେ ଆମ ପୋଲିସ ସମିତି ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: