ଦେଖା ସାକ୍ଷାତରୁ ପ୍ରେମ ସମ୍ପର୍କ : ବିବାହର ପ୍ରଲୋଭନ ଦେଖାଇ ଦୁଷ୍କର୍ମ ଅଭିଯୋଗରେ ପ୍ରେମିକ ଜେଲ ହାଜତରେ

May 26, 2022, ଅପରାଧ, ଗଞ୍ଜାମ, Kiran Behera
ଦେଖା ସାକ୍ଷାତରୁ ପ୍ରେମ ସମ୍ପର୍କ : ବିବାହର ପ୍ରଲୋଭନ ଦେଖାଇ ଦୁଷ୍କର୍ମ ଅଭିଯୋଗରେ ପ୍ରେମିକ ଜେଲ ହାଜତରେ
Kiran Behera
[ Reporter,Digapahandi ]
Bhagyaprabha News Bureau
May 26, 2022

ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ବଡ ବଜାର ଥାନା ହରଡ଼ାଖଣ୍ଡିରେ ରହି ଆସୁଥିବା ସୋରଡ଼ା ଥାନା ଡୋଳବ ଗ୍ରାମର ସନ୍ତୋଷ କୁମାର ସାହୁଙ୍କୁ ଦିଗପହଣ୍ଡି ପୋଲିସ ବୁଧବାର ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଖବରନୁଯାୟୀ , ଅଭିଯୁକ୍ତ ସନ୍ତୋଷ ଏକ ଅଣ ବ୍ୟାଙ୍କିଙ୍ଗ ସଂସ୍ଥାରେ କାମ କରୁଥିବା ବେଳେ ମହିଳା ଗ୍ରୁପ୍ ଲୋନ ପାଇଁ ଯୁବତୀଙ୍କ ଗ୍ରାମକୁ ସଦାସର୍ବଦା ଯାଇଥାଆନ୍ତି । ଗ୍ରାମକୁ ଯିବା ସମୟରେ ଜଣେ ଯୁବତୀଙ୍କ ସହ ସାକ୍ଷାତ ହୋଇଥିଲା । ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଏହି ସମ୍ପର୍କ ପରେ ଅଭିଯୁକ୍ତ ସନ୍ତୋଷ ବିବାହ ପାଇଁ ଯୁବତୀଙ୍କୁ ପ୍ରତିଶୃତି ଦେଇଥିଲେ । ସନ୍ତୋଷ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ବୁଲିଯିବା ବାହାନାରେ ବହୁବାର ନିଜ ବାଇକରେ ବିଭିନ୍ନ ମନ୍ଦିର ଏବଂ ନିଛାଟିଆ ସ୍ଥାନ ମାନଙ୍କୁ ନେଇ ଜୋର ଜବରଦସ୍ତ ତାଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରି ଆସୁଥିଲେ । ଯୁବତୀଙ୍କୁ ବିଭିନ୍ନ ମିଥ୍ୟା ପ୍ରଲୋଭନ ଦେଖାଇ ଗେଟବଜାର ନିକଟସ୍ଥ ଏକ ଗେଷ୍ଟ ହାଉସକୁ ନେଇ ସେଠାରେ ସ୍ଵାମୀ - ସ୍ତ୍ରୀ ର ପରିଚୟ ଦେଇ ରୁମରେ ରହିବା ସହ ତାଙ୍କୁ ଦୁଷ୍କର୍ମ କରିଥିଲେ । ଯୁବତୀ ଜଣକ ବିବାହ କଥା ପଚାରିବାରୁ ସେ ତାଙ୍କୁ ରୋକ ଠୋକ ମନା କରିଦେବା ସହ ତାଙ୍କ ସହ ଶାରୀରିକ ସମ୍ପର୍କ ଥିବା କଥା କେଉଁଠି ପ୍ରଘଟ କଲେ ତାଙ୍କୁ ସେ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ ବୋଲି ଯୁବତୀ ଜଣକ ପୋଲିସକୁ କହିଛନ୍ତି । ଶେଷରେ ନିରୁପାୟ ହୋଇ ଯୁବତୀ ଜଣକ ଦିଗପହଣ୍ଡି ଥାନାରେ ଏତଲା ଦେବା ପରେ ଅଭିଯୁକ୍ତଙ୍କ ବିରୋଧରେ ମକଦ୍ଦମା ରୁଜୁ କରାଯାଇଥିଲା । ଏନେଇ ଥାନା ମାମଲା ନଂ.୧୭୭/୨୨ ଦଫା - ୩୭୬(୨)(ଏନ୍)/୪୧୭/୫୦୬ ଆଇ ପି ସି ଅନୁଯାୟୀ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଥିବା ଥାନା ଅଧିକାରୀ ଦିପ୍ତୀରଞ୍ଜନ ବେହେରା ସୂଚନା ଦେଇଛନ୍ତି । ପୋଲିସ ଗିରଫ ଅଭିଯୁକ୍ତ ଏବଂ ପୀଡ଼ିତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଡାକ୍ତରୀ ମଇନା କରାଇବା ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଡପଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତରଙ୍କ ଚିକିତ୍ସାରେ ଅବହେଳା ଓ ଦୁର୍ବ୍ୟବହାର ପ୍ରତିବାଦରେ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ

ଆଡପଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତରଙ୍କ ଚିକିତ୍ସାରେ ଅବହେଳା ଓ ଦୁର୍ବ୍ୟବହାର ପ୍ରତିବାଦରେ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ

Read More...

ବିଷପାନ କରି ନବମ ଶ୍ରେଣୀ ଛାତ୍ରୀ ମୃତ : କାରଣ ଅସ୍ପଷ୍ଟ

ବିଷପାନ କରି ନବମ ଶ୍ରେଣୀ ଛାତ୍ରୀ ମୃତ : କାରଣ ଅସ୍ପଷ୍ଟ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: