ସାମାନ୍ୟ ବାଛସାରୁ ଯୁବକଙ୍କ ଛୁରା ମାଡ଼ରେ ଜଣେ ମୃତ , ଅନ୍ୟ ଜଣେ ଗୁରୁତର

May 30, 2022, ଅପରାଧ, ଗଞ୍ଜାମ, Kiran Behera
ସାମାନ୍ୟ ବାଛସାରୁ ଯୁବକଙ୍କ ଛୁରା ମାଡ଼ରେ ଜଣେ ମୃତ , ଅନ୍ୟ ଜଣେ ଗୁରୁତର
Kiran Behera
[ Reporter,Digapahandi ]
Bhagyaprabha News Bureau
May 30, 2022

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅଧିନସ୍ଥ ଆଙ୍କୋରଡା ପଞ୍ଚାୟତ ନବରଙ୍ଗପୁର ଗ୍ରାମରେ ରବିବାର ରାତି ୯ ଘଣ୍ଟା ସମୟରେ ସାମାନ୍ୟ ବଚସାକୁ ନେଇ ବିଜୟ କୁମାର ଗୈାଡ ଓରଫ୍ ତୋଫାନ ନାମକ ଜଣେ ଯୁବକଙ୍କ ଛୁରା ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇ ବ୍ରହ୍ମପୁର ବଡମେଡିକାଲରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଜଣାପଡିଛି । ମୃତକ ଜଣକ ହେଲେ ଉକ୍ତ ଗ୍ରାମର ବାବୁ ଗୈାଡ ଓ ଗୁରୁତର ହେଲେ ତାଙ୍କ ସହଯୋଗୀ ପ୍ରଦୀପ ସାହୁ ବୋଲି ସୂଚନା ମିଳିଛି । ଖବରନୁଯାୟୀ , ଦିଗପହଣ୍ଡି ଥାନା ଅଞ୍ଚଳରେ ଗତ ପଞ୍ଚାୟତ ନିର୍ବାଚନକୁ ନେଇ ବିଭିନ୍ନ ସ୍ଥାନରେ ରାଜନୈତିକ ପରବର୍ତ୍ତୀ ହିଂସା ଦେଖିବାକୁ ମିଳିଥିବା ବେଳେ ବର୍ତ୍ତମାନ ସ୍ଥାନୀୟ ପୋଲିସ ପ୍ରଶାସନ ପାଇଁ ଏକ ପ୍ରକାର ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ଗତ ଏକମାସ ପୂର୍ବେ ଏହି ରାଜନୈତିକ ଶତ୍ରୁତାକୁ ନେଇ ପାଳଝାଡି ଗ୍ରାମର ଦୁଇ ବିଜେଡି ନେତାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଆଜି ପୁଣିଥରେ ଏଭଳି ଘଟଣା ଘଟିବା ପରେ ପୋଲିସ ପାଇଁ ଆଉ ଏକ ଚ୍ୟାଲେଞ୍ଜ ସୃଷ୍ଟି ହୋଇଥିବା ଜଣାପଡିଛି । ରବିବାର ରାତିରେ ମୃତ ବାବୁ ଓ ପ୍ରଦୀପ ଏକ ବାଇକ ଯୋଗେ ଗ୍ରାମକୁ ଯାଉଥିବା ବେଳେ ପୂର୍ବରୁ ଗ୍ରାମ ରାସ୍ତାରେ ଠିଆ ହୋଇଥିବା ଅଭିଯୁକ୍ତ ତୋଫାନ ଜାଣିଶୁଣି ବାବୁଙ୍କୁ ଗାଡ଼ି ମଡ଼େଇ ଦେବୁ କି ବୋଲି କହିଥିଲା । ଏଥିରେ ବାବୁ କାହିଁକି ତୋତେ ମଡାଇବି ବୋଲି କହିବା ସହ ଶେଷରେ ଥଟ୍ଟାରେ କହିଥିଲା ବାଜିଲେ ବାଜିବ । ଏତିକି କହିବା ତୋଫାନକୁ କହିଥିଲା କାହିଁକି ଅଯଥାରେ ମାଡ ଲାଗୁଛୁ । ଏହାପରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏହାପରେ ଉଭୟ ଉଭୟଙ୍କ ତଣ୍ଟିକୁ ଧରାଧରି ହୋଇଥିଲେ । ତେବେ ଅଭିଯୁକ୍ତ ତୋଫାନ ପୂର୍ବରୁ ଧରିଥିବା ଏକ ଧାରୁଆ ଛୁରୀ ସାହାଯ୍ୟରେ ବାବୁର ବେକ ସମେତ ଶରୀରର ବିଭିନ୍ନ ସ୍ଥାନରେ ଆକ୍ରମଣ କରିଥିଲା । ଏହି ସମୟରେ ବାବୁଙ୍କୁ ଛଡ଼ାଇବାକୁ ଯାଇଥିବା ପ୍ରଦୀପକୁ ମଧ୍ୟ ତୋଫାନ ଛାଡି ନଥିଲା । ଏହାଦେଖି ତୋଫାନର ମାଆ ଛଡ଼ାଇବାକୁ ଆସିଥିବା ବେଳେ ଛୁରୀ ବାଜି ହାତ କଟି ଯାଇଥିଲା । ଘଟଣାପରେ ଗ୍ରାମବାସୀ ପହଞ୍ଚି ବାବୁ ଓ ପ୍ରଦୀପଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ ମଧ୍ୟ ଅବସ୍ଥା ସଂକଟାପନ୍ନ ହେବାରୁ ବ୍ରହ୍ମପୁର ବଡମେଡିକାଲ ସ୍ଥାନାନ୍ତରିତ କରାଯାଇଥିଲା । ତେବେ ବ୍ରହ୍ମପୁର ବଡମେଡିକାଲ ଡାକ୍ତର ବାବୁଙ୍କୁ ମୃତ ଘୋଷଣା କରିଥିବା ବେଳେ ପ୍ରଦୀପଙ୍କୁ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଇଥିଲେ । ତେବେ ଏହି ମାମଲାରେ ଦିଗପହଣ୍ଡି ପୋଲିସ ଥାନା ଅଧିକାରୀ ଦିପ୍ତୀରଞ୍ଜନ ବେହେରା ମେଡିକାଲରେ ପହଞ୍ଚି ଘଟଣାର ତଦନ୍ତ କରୁଥିବା ବେଳେ ଅଭିଯୁକ୍ତ ତୋଫାନ ଘଟଣାସ୍ଥଳରୁ ଫେରାର ରହିଥିବା ଜଣାପଡିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜି.ଆଇ.ଇ.ଟି ବିଶ୍ୱ ବିଦ୍ୟାଳୟ ଗୁଣୁପୁର ପକ୍ଷରୁ ବ୍ରହ୍ମପୁର ରେ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ

ଜି.ଆଇ.ଇ.ଟି ବିଶ୍ୱ ବିଦ୍ୟାଳୟ ଗୁଣୁପୁର ପକ୍ଷରୁ ବ୍ରହ୍ମପୁର ରେ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ

Read More...

ବଜ୍ରାଘାତ ନେଲା ଛେଳି ଜଗୁଆଳୀଙ୍କ ଜୀବନ

ବଜ୍ରାଘାତ ନେଲା ଛେଳି ଜଗୁଆଳୀଙ୍କ ଜୀବନ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: