ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ : ମୃତଦେହ ଜବତ କଲା ପୋଲିସ

June 08, 2022, ଅପରାଧ, ଗଞ୍ଜାମ, Kiran Behera
ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ : ମୃତଦେହ ଜବତ କଲା ପୋଲିସ
Kiran Behera
[ Reporter,Digapahandi ]
Bhagyaprabha News Bureau
June 08, 2022

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ କେ . ନୂଆଗାଁ ଥାନା ଅର୍ନ୍ତଗତ ଗୈାଡଗାଁ ଗ୍ରାମରେ ବିବାହ କରିଥିବା ଲିଲି ନାବିକ ନାମ୍ନୀ ଜଣେ ମହିଳାଙ୍କ ନିଜ ବାପା ଘର ଭ୍ରମରପୁର ଗ୍ରାମରେ ସନ୍ଦେହଜନକ ମୃତ୍ୟୁ ହୋଇଥିବା ଜଣାପଡିଛି । ଖବରନୁଯାୟୀ , ମୃତ ଲିଲି ଗୌଡଗାଁର ସୁଦାମ ନାଇକଙ୍କୁ କିଛି ଦିନ ତଳେ ବିବାହ କରିଥିଲେ । ବିବାହର କିଛିଦିନ ପରେ ଉଭୟେ ସ୍ଵାମୀ - ସ୍ତ୍ରୀ ଭ୍ରମରପୁର ଗ୍ରାମରେ ଲିଲିଙ୍କ ବାପ ଘରେ ରହି ଦିନ ମଜୁରିଆ ଭାବେ କାମ କରୁଥିଲେ । ଲିଲିଙ୍କ ବାପା ମୃତ୍ୟୁବରଣ କରିସାରିଥିବାରୁ ଲିଲି ନିଜ ସ୍ବାମୀଙ୍କ ସହ ଭାଇ - ଭାଉଜଙ୍କ ସହ ହସ ଖୁସିରେ ରହୁଥିଲେ । ତେବେ ସୋମବାର ରାତି ପ୍ରାୟ ୯ ଟାରେ କୌଣସି କାରଣରୁ ଲିଲି ମାନସିକ ଭାରସାମ୍ୟ ହରାଇ କୀଟନାଶକ ଔଷଧ ସେବନ କରିଥିବା ବେଳେ ଗୁରୁତର ଅବସ୍ଥାରେ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତେବେ ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି ମୃତକଙ୍କ ସ୍ଵାମୀ ପୋଲିସକୁ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ପୋଲିସ ଖବରପାଇ ମଙ୍ଗଳବାର ସକାଳୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ମୃତଦେହ ଜବତ କରିଥିଲା । ଏନେଇ ଥାନା ଅପମୃତ୍ୟୁ ମାମଲା ନଂ.୯/୨୨ ଅନୁଯାୟୀ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଯାଇଥିଲା । ସେଠାରେ ବ୍ୟବଚ୍ଛେଦ ପରେ ମୃତଦେହକୁ ପୋଲିସ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ପରେ ଶୋକାକୁଳ ପରିବେଶ ମଧ୍ୟରେ ଗାଁ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଛି । ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମକା ପ୍ରକ୍ରିୟାକରଣ ଉପରେ ମୂଲ୍ୟ ଯୋଗ ତାଲିମ ଶିବିରରେ ଜିଲ୍ଲାପାଳ ଓ ପ୍ରକଳ୍ପ ନିର୍ଦ୍ଦେଶକ

ମକା ପ୍ରକ୍ରିୟାକରଣ ଉପରେ ମୂଲ୍ୟ ଯୋଗ ତାଲିମ ଶିବିରରେ ଜିଲ୍ଲାପାଳ ଓ ପ୍ରକଳ୍ପ ନିର୍ଦ୍ଦେଶକ

Read More...

ମକା ପ୍ରକ୍ରିୟାକରଣ ଉପରେ ମୂଲ୍ୟ ଯୋଗ ତାଲିମ ଶିବିରରେ ଜିଲ୍ଲାପାଳ ଓ ପ୍ରକଳ୍ପ ନିର୍ଦ୍ଦେଶକ

ମକା ପ୍ରକ୍ରିୟାକରଣ ଉପରେ ମୂଲ୍ୟ ଯୋଗ ତାଲିମ ଶିବିରରେ ଜିଲ୍ଲାପାଳ ଓ ପ୍ରକଳ୍ପ ନିର୍ଦ୍ଦେଶକ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: