ଭୀଷ୍ମଗିରୀ ସରପଞ୍ଚ ସମେତ ବହୁ ୱାର୍ଡ ସଭ୍ୟ ବିଜେଡିରେ ସାମିଲ

June 21, 2022, ରାଜନୀତି, ଗଞ୍ଜାମ, Kiran Behera
ଭୀଷ୍ମଗିରୀ ସରପଞ୍ଚ ସମେତ ବହୁ ୱାର୍ଡ ସଭ୍ୟ ବିଜେଡିରେ ସାମିଲ
Kiran Behera
[ Reporter,Digapahandi ]
Bhagyaprabha News Bureau
June 21, 2022

ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ତଥା ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ବିଧାୟକ ଡଃ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ନିର୍ଦ୍ଦେଶକ୍ରମେ ମଙ୍ଗଳବାର ଦିନ ଦିଗପହଣ୍ଡି ବ୍ଳକ ଭୀଷ୍ମଗିରୀ ହନୁମାନ ମନ୍ଦିର ପରିସରରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଏଥିରେ ଚଳିତ ପଞ୍ଚାୟତ ନିର୍ବାଚନରେ ନିର୍ବାଚିତ ହୋଇଥିବା ସ୍ଥାନୀୟ ସରପଞ୍ଚ ଗାୟତ୍ରୀ ବ୍ରହ୍ମା ସମେତ ପ୍ରତିନିଧି ରାଜୀବ ବ୍ରହ୍ମା ଓ ବହୁ ୱାର୍ଡ ସଭ୍ୟ ମାନେ ଦଳରେ ଯୋଗ ଦେଇଥିବା ଜଣାପଡିଛି । ତେବେ ସରପଞ୍ଚ ଶ୍ରୀମତୀ ବ୍ରହ୍ମା ପୂର୍ବରୁ କୈାଣସି ରାଜନୈତିକ ଦଳଭୁକ୍ତ ନଥିବା ବେଳେ ଚଳିତ ବର୍ଷ ଲୋକଙ୍କ ସମର୍ଥନ କ୍ରମେ ସ୍ଥାନୀୟ ବିଧାୟକଙ୍କୁ ଭେଟି ନିର୍ବାଚନ ପାଇଁ ପ୍ରସ୍ତୁତି ହୋଇଥିଲେ । ଶେଷରେ ଜନ ସମର୍ଥନରେ ପ୍ରଥମ ଥର ନିର୍ବାଚନ ଲଢି ବିଜୟୀ ମଧ୍ୟ ହୋଇଥିଲେ । ତେବେ ଆଜି ବିଜୁ ଜନତା ଦଳ ପକ୍ଷରୁ ଆୟୋଜିତ ମିଶ୍ରଣ ପର୍ବରେ ବ୍ଳକ ବିଜେଡି ସଭାପତି ବିଭୂତି ଭୂଷଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଯୁବ ବିଜେଡି ଜିଲ୍ଲା ଉପସଭାପତି ତଥା ଜିଲ୍ଲା ପରିଷଦ ପ୍ରତିନିଧି ଏମ୍ . ନିରଞ୍ଜନ ରେଡ୍ଡୀ , ବ୍ଳକ ଅଧ୍ଯକ୍ଷା ପ୍ରତିନିଧି କୃଷ୍ଣଚନ୍ଦ୍ର ସେଠୀ , ଜିଲ୍ଲା ପରିଷଦ ସଭ୍ୟ ରାଧାକାନ୍ତ ମହାଙ୍କୁଡ , ଚଷା ନିମଖଣ୍ଡି ସରପଞ୍ଚ ପ୍ରତିନିଧି ରବିଚନ୍ଦ୍ର ଗୈାଡ , ବ୍ଳକ ଯୁବ ବିଜେଡି ସଭାପତି ତଥା ଖମ୍ବାରି ଗାଁ ସରପଞ୍ଚ ପ୍ରତିନିଧି ଚିତ୍ରସେନ ଗୈାଡ , ବିଜେଡି ନେତା ମନୋଜ ପଟ୍ଟନାୟକ , ମନୋଜ କୁମାର ସାହୁ , ସ୍ଥାନୀୟ ସମିତି ସଭ୍ଯ ଶିବରାମ ମହାନ୍ତିଙ୍କ ଉପସ୍ଥିତିରେ ସେମାନଙ୍କୁ ଦଳୀୟ ଉପଢୌକନ ସହ ପୁଷ୍ପ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଉପସ୍ଥିତ ସମସ୍ତ ବିଜେଡି କର୍ମୀମାନେ ଏକତ୍ର ମନୋଭାବ ରଖି ଦଳ ସଂଗଠନକୁ ଦୃଢ଼ କରି ପଞ୍ଚାୟତର ବିକାଶ ଦିଗରେ ଆଗେଇ ଆସିବା ପାଇଁ ବୈଠକରେ ସଂକଳ୍ପବଦ୍ଧ ହୋଇଥିଲେ । ଏଥିସହ କର୍ମୀମାନେ ବିଧାୟକ ଶ୍ରୀ ପାତ୍ରଙ୍କ ଶୀଘ୍ର ଆରୋଗ୍ୟ କାମନା ନିମନ୍ତେ ପ୍ରାର୍ଥନା ଓ ହୋମଯଜ୍ଞ , ମହା ମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରିଥିଲେ । ଏହି ମିଶ୍ରଣ ପର୍ବରେ ପଞ୍ଚାୟତର ବହୁ ଦଳୀୟ କର୍ମୀମାନେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ଶେଷରେ ରାଜ୍ୟ ବିଜେଡି କାର୍ଯ୍ୟକାରିଣୀ ସଦସ୍ୟ ବିପ୍ଳବ ପାତ୍ର ନବାଗତ କର୍ମୀମାନଙ୍କୁ ସ୍ବାଗତ ଜଣାଇଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
କଙ୍କୋରଡା ବିଜ୍ଞାନ ମହାବିଦ୍ୟାଳୟରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

କଙ୍କୋରଡା ବିଜ୍ଞାନ ମହାବିଦ୍ୟାଳୟରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

Read More...

ବିଧାୟକଙ୍କ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି କାମନା କରି ରତନେଶ୍ବରୀ ମନ୍ଦିରରେ ପ୍ରାର୍ଥନା କଲେ ଜକର ପଞ୍ଚାୟତ ବାସୀ

ବିଧାୟକଙ୍କ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି କାମନା କରି ରତନେଶ୍ବରୀ ମନ୍ଦିରରେ ପ୍ରାର୍ଥନା କଲେ ଜକର ପଞ୍ଚାୟତ ବାସୀ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: