ରାମେଶ୍ବର ଜକର ସେବା ସମିତିର ନୂତନ ସଭାପତି ରୂପେ ନିର୍ଦ୍ବନ୍ଦ୍ବରେ ବିଜୟୀ

June 23, 2022, ରାଜନୀତି, ଗଞ୍ଜାମ, Kiran Behera
ରାମେଶ୍ବର ଜକର ସେବା ସମିତିର ନୂତନ ସଭାପତି ରୂପେ ନିର୍ଦ୍ବନ୍ଦ୍ବରେ ବିଜୟୀ
Kiran Behera
[ Reporter,Digapahandi ]
Bhagyaprabha News Bureau
June 23, 2022

ଦିଗପହଣ୍ଡି ବ୍ଳକ ଜକର ସେବା ସମବାୟ ସମିତିର ନୂତନ ସଭାପତି ରୂପେ ଗୁରୁବାର ଦିନ ରାମେଶ୍ବର ପାଣିଗ୍ରାହୀ ନିର୍ଦ୍ବନ୍ଦ୍ବରେ ବିଜୟୀ ହୋଇଥିବା ଜଣାପଡିଛି । ଖବରନୁଯାୟୀ , ସମବାୟ ସମିତିର ନିର୍ବାଚନ ପାଇଁ ପଞ୍ଚାୟତର ୧୫ ଗୋଟି ଜୋନରୁ ୧୫ ଜଣ ଡ଼ାଇରେକ୍ଟର ୩୦ ତାରିଖରେ ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ସେମାନେ ଅପ୍ରତିଦ୍ଵନ୍ଦୀ ଭାବେ ପୂର୍ବରୁ ନିର୍ବାଚିତ ହୋଇଥିଲେ । ତେବେ ଆଜି ସଭାପତି ପଦବୀ ପାଇଁ ରାମେଶ୍ବର ଏକାକୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ନିର୍ଦ୍ଧାରିତ ସମୟ ପର୍ଯ୍ୟନ୍ତ କୈାଣସି ପ୍ରତିଦ୍ବନ୍ଦୀ ନାମାଙ୍କନ ପତ୍ର ଦାଖଲ କରିନଥିଲେ । ଯାହାଫଳରେ ରାମେଶ୍ବର ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେବାସହ ବିଜୟୀ ମୁକୁଟ ପିନ୍ଧିଥିବା ନିର୍ବାଚନ ଅଧିକାରୀ ପ୍ରଦୀପ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି । ଏହାପରେ ସ୍ଥାନୀୟ ସରପଞ୍ଚ ପ୍ରତିନିଧି ପ୍ରଶାନ୍ତ କୁମାର ପ୍ରଧାନ , ସମିତି ସଭ୍ଯ ପ୍ରତିନିଧି ତ୍ରିପତୀ ପ୍ରଧାନ ସମେତ ସମସ୍ତ ଡାଇରେକ୍ଟର , ସଂପାଦକ ଦେବରାଜ ପ୍ରଧାନ କାର୍ଯ୍ୟାଳୟରେ ପହଞ୍ଚି ନବ ନିର୍ବାଚିତ ସଭାପତିଙ୍କୁ ପୁଷ୍ପମାଲ୍ୟ ଦେଇ ସମ୍ବର୍ଦ୍ଧିତ କରିବା ସହ ଶୁଭେଚ୍ଛା ଜ୍ଞାପନ ଜଣାଇଥିଲେ । ଏହି ପରିପ୍ରେକ୍ଷୀରେ ନବ ନିର୍ବାଚିତ ସଭାପତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ସହଯୋଗ କାମନା କରିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଶିଶୁ ଅନୁକୂଳ ଗ୍ରାମ ପଞ୍ଚାୟତ ଗଠନକୁ ନେଇ ବ୍ଲକସ୍ତରୀୟ ତାଲିମ କର୍ମଶାଳା ଅନୁଷ୍ଠିତ

ଶିଶୁ ଅନୁକୂଳ ଗ୍ରାମ ପଞ୍ଚାୟତ ଗଠନକୁ ନେଇ ବ୍ଲକସ୍ତରୀୟ ତାଲିମ କର୍ମଶାଳା ଅନୁଷ୍ଠିତ

Read More...

ବିବାହ ପରେ ମହିଳାଙ୍କ ଶଶୁର ଘର ପରିବାରକୁ ଯୈାତୁକ ନିର୍ଯ୍ୟାତନା ଧମକ : ସୁନାଟଙ୍କା ଲୁଟ ପରେ ଗିରଫ

ବିବାହ ପରେ ମହିଳାଙ୍କ ଶଶୁର ଘର ପରିବାରକୁ ଯୈାତୁକ ନିର୍ଯ୍ୟାତନା ଧମକ : ସୁନାଟଙ୍କା ଲୁଟ ପରେ ଗିରଫ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: