ଆନ୍ତର୍ଜାତୀୟ ନିଶା ଦ୍ରବ୍ୟ ଅପ ବ୍ୟବହାର ଏବଂ ଅବୈଧ କାରବାର ନିରୋଧ ଦିବସ ପାଳିତ

June 26, 2022, ଓଡ଼ିଶା, ଗଞ୍ଜାମ, Swadhina Kumar Sahu
ଆନ୍ତର୍ଜାତୀୟ ନିଶା ଦ୍ରବ୍ୟ ଅପ ବ୍ୟବହାର ଏବଂ ଅବୈଧ କାରବାର ନିରୋଧ ଦିବସ ପାଳିତ
Swadhina Kumar Sahu
[ District Reporter ,Ganjam ]
Bhagyaprabha News Bureau
June 26, 2022

ପ୍ରତ୍ୟେକ ବର୍ଷ ଜୁନ ମାସର ୨୬ ତାରିଖକୁ ସାରା ବିଶ୍ୱ ରେ ନିଶା ଦ୍ରବ୍ୟ ଅପ ବ୍ୟବହାର ଏବଂ ଅବୈଧ କାରବାର ନିରୋଧ ଦିବସ ଭାବେ ପାଳିତ ହୋଇ ଆସୁଅଛି। ଏହି ଅବସରରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ବ୍ରହ୍ମପୁର ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାବେ ଏହି ଦିବସକୁ ପାଳନ କରାଯାଇଛି । ସହରର ଏମକେସିଜି ମେଡିକାଲ ପରିସରରୁ ବାହାରିଥିବା ସଚେତନତା ଶୋଭାଯାତ୍ରାକୁ ଗଞ୍ଜାମ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ତଥା ବ୍ରହ୍ମପୁର ଉପ ଜିଲ୍ଲାପାଳ କୀର୍ତ୍ତୀ ୱାସନ ଭି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ସଚେତନତା ରାଲି ସହର ପରିକ୍ରମା କରିବା ସହ ଜନ ସାଧାରଣ ଏବଂ ଯୁବପୀଢୀଙ୍କ ମଧ୍ୟରେ ନିଶା ଦ୍ରବ୍ୟର ବ୍ୟବହାର ଏବଂ ତାର କୁ ପରିଣାମ ବିଷୟରେ ବାର୍ତ୍ତା ପ୍ରଦାନ କରିଥିଲେ । ପରି ଶେଷରେ ଅବକାରୀ ବିଭାଗର ମଣ୍ଡଳ କାର୍ଯ୍ୟାଳୟ ପରସରରେ ଆୟୋଜିତ ସଭାରେ ଅବକାରୀ ଅଧିକ୍ଷକ ରମେନ୍ଦ୍ର ନାରାୟଣ ନାୟକ, ଆଇଆଇସି ଅର୍ଜୁନ ମଲ୍ଲିକ ଯୁବପୀଢୀ ଏବଂ ଜନସାଧାରଣଙ୍କୁ ନିଶା ଦ୍ରବ୍ୟ ସେବନ ଦ୍ୱାରା କେଉଁ କେଉଁ ସବୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ସେ ନେଇ ବାର୍ତ୍ତା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏସଆଇ ଲକ୍ଷ୍ମୀଧର ପ୍ରଧାନ, ସୁଧାଂସୁ ମୁଣ୍ଡା, ପ୍ରଦୀପ କୁମାର ସାହୁ, ବଳରାମ ବେହେରା, ଜଗନ୍ନାଥ ପାଢୀ, ରଞ୍ଜିତ ଶବର, ନିଳାଞ୍ଚଳ ଚୌଧୁରୀଙ୍କ ସମେତ ସମସ୍ତ ଅବକାରୀ ବିଭାଗ କର୍ମଚାରୀ ଉପସ୍ଥିତ ଥିଲେ । ସେହିପରି ସାମନ୍ତରାୟ ଏକାଡେମୀର ବହୁ ବିଦ୍ୟାର୍ଥୀ ଏହି ଶୋଭାଯାତ୍ରାରେ ଅଂଶ ଗ୍ରହଣ କରିବା ସମତେ ନିଶା ଦ୍ରବ୍ୟ ସେବନ ଦ୍ୱାରା ଯୁବପୀଢୀ ଓ ତାଙ୍କର ପରିବାର ବର୍ଗଙ୍କ ଉପରେ କିପରି ପ୍ରଭାବ ପଡୁଛି ସେ ନେଇ ନିଜ ନିଜର ବକୃତା ପରିବେଷଣ କରିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଭାରତୀୟ କମ୍ୟୁନିଷ୍ଟ ପାର୍ଟି ତରଫରୁ ବଡଖେମୁଣ୍ଡି ଆଞ୍ଚଳିକ ସମ୍ମିଳନୀ

ଭାରତୀୟ କମ୍ୟୁନିଷ୍ଟ ପାର୍ଟି ତରଫରୁ ବଡଖେମୁଣ୍ଡି ଆଞ୍ଚଳିକ ସମ୍ମିଳନୀ

Read More...

ରାଜ୍ୟର ସବୁ ବ୍ଲକରେ ଖୋଲାଯିବ ଶ୍ରମ କାର୍ଯ୍ୟାଳୟ -ମନ୍ତ୍ରୀ ଶ୍ରୀକାନ୍ତ ସାହୁ

ରାଜ୍ୟର ସବୁ ବ୍ଲକରେ ଖୋଲାଯିବ ଶ୍ରମ କାର୍ଯ୍ୟାଳୟ -ମନ୍ତ୍ରୀ ଶ୍ରୀକାନ୍ତ ସାହୁ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: