ଛେରା ପହଁରା ଦେବାକୁ ତ୍ରିନାଥ ମହାରଣାଙ୍କ ହାଇଦ୍ରାବାଦ ଯାତ୍ରା ।

June 29, 2022, ଓଡ଼ିଶା, ଗଞ୍ଜାମ, Gouri Shankar Mishra
ଛେରା ପହଁରା ଦେବାକୁ ତ୍ରିନାଥ ମହାରଣାଙ୍କ ହାଇଦ୍ରାବାଦ ଯାତ୍ରା ।
Gouri Shankar Mishra
[ Video Journalist ]
Bhagyaprabha News Bureau
June 29, 2022

ବରିଷ୍ଠ ସମାଜ ସେବୀ, ସଂସ୍କାରବାଦୀ ଓ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଷ୍ଠାତା ସଭାପତି ଭାଷା ତପସ୍ୱୀ ତ୍ରିନାଥ ମହାରଣା ପ୍ରତିବର୍ଷ ଭଳି ଚଳିତ ବର୍ଷ ହାଇଦ୍ରାବାଦ ସ୍ଥିତ ଆଇ. ଡୀ.ଏ.ବୋଲାରାମ ଶ୍ରୀଗୁଣ୍ଡିଚା ଓ ବାହୁଡ଼ା ରଥ ଯାତ୍ରାରେ ଛେରାପହଁରା ଦେବା ଉଦ୍ଦେଶ୍ୟରେ ଆଜି ବ୍ରହ୍ମପୁର ରେଳ ଷ୍ଟେସନ ରୁ ବିଶାଖା ଏକ୍ସପ୍ରେସ ଟ୍ରେନ୍ ରେ ହାଇଦ୍ରାବାଦ ଅଭିମୁଖେ ଯାତ୍ରା କରିଛନ୍ତି। ତାଙ୍କୁ ଏହି ଯାତ୍ରାରେ ସହଯୋଗ କରିବା ପାଇଁ ସଂସ୍କାରବାଦୀ ସଦସ୍ୟ ଗୌରୀ ଶଙ୍କର ମହାନ୍ତି ସାଙ୍ଗରେ ଯାଇଛନ୍ତି । ଏହି ଉପଲକ୍ଷେ ସହରର ବହୁ ବୁଦ୍ଧିଜୀବୀ, ରାଜନେତା, ସାମ୍ବାଦିକ,ସ୍ବେଛାସେବୀ ସଂଗଠନ ର ବହୁ କର୍ମକର୍ତ୍ତା ମାନେ ତାଙ୍କ ଯାତ୍ରା ର ସଫଳ କାମନା କରି ରେଳ ଷ୍ଟେସନ ରେ ଉପସ୍ଥିତ ରହି ଶୁଭେଚ୍ଛା ଜଣାଇଥିଲେ । ସାମ୍ବାଦିକ ମାନଙ୍କ ବିଭିନ୍ନ ପ୍ରଶ୍ନ ର ଉତ୍ତର ଦେଇ ସେ କହିଲେ ହାଇଦ୍ରାବାଦରେ ବସବାସ କରୁଥିବା ଓଡ଼ିଆ ମାନଙ୍କ ହୃଦୟରେ ମାତୃଭାଷା ଓଡ଼ିଆ ର ବିକାଶ ଓ ବରପୁତ୍ର ମାନଙ୍କ ଜନ୍ମ ତିଥି ପାଳନ ସହ ଓଡ଼ିଶାର ସଂସ୍କୃତି ବିକାଶ ପାଇଁ କାର୍ଯ୍ୟ କରୁକରୁ ୨୦୧୩ ମସିହାରେ ଛୋଟ ମୂର୍ତ୍ତି କୁ ନେଇ ରଥଯାତ୍ରା ଆରମ୍ଭ ହୋଇଥିଲା । ପ୍ରଭୁ ଜଗନ୍ନାଥଙ୍କ ଇଚ୍ଛାରେ ତାହା ଆଜି ମୂର୍ତ୍ତି ଓ ମନ୍ଦିର ର ସବୁ କିଛି ବିକାଶ ଓ ପ୍ରକାଶ ହୋଇପାରିଛି ।ଷ୍ଟେସନ ଠାରେ ଶୁଭେଚ୍ଛା ଜଣାଇବା ନିମନ୍ତେ ସଂସ୍କାରବାଦୀ ର ସାଧାରଣ ସମ୍ପାଦକ ଲଳିତ ମୋହନ ସାହୁ, ଉପସଭାପତି ପ୍ରଭାତ କୁମାର ମିଶ୍ର, ଶିବ ପ୍ରସନ୍ନ ମିଶ୍ର, ସିମାଞ୍ଚଳ ପତି,ନିରଞ୍ଜନ ସାହୁ,ପ୍ରମୋଦ କୁମାର ପଟ୍ଟନାୟକ, ରବୀନ୍ଦ୍ର କୁମାର ସାହୁ, ବିଜୟ କୁମାର ପଟ୍ଟନାୟକ, ବରିଷ୍ଠ ନାଗରିକ ମଞ୍ଚ ର ଉପସଭାପତି ପ୍ରମୋଦ କୁମାର ସାହୁ, କୃଷକ ନେତା ବୃନ୍ଦାବନ ଖଟେଇ, ରବି ନାରାୟଣ ସାବତ, ଭାଗ୍ୟ ପ୍ରଭା ପଟ୍ଟନାୟକ, ପରୀକ୍ଷିତ ବେହେରା, ମୋହନ ଚରଣ ସ୍ୱାଇଁ, ସୁଶ୍ରୀ ପ୍ରସାଦ କୋମଲି, ଇ. ଟି.ରାଓ, ପଙ୍କଜ କୁମାର ନାୟକ, ଅଶୋକ କୁମାର ପାତ୍ର, ସନ୍ତୋଷ କୁମାର ମହାନ୍ତି, ସାମ୍ବାଦିକ ମନୋଜ କୁମାର ସାହୁ, ମୋହନ ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବ୍ରହ୍ମପୁରରେ ପବିତ୍ର ରଥଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ...

ବ୍ରହ୍ମପୁରରେ ପବିତ୍ର ରଥଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ...

Read More...

ପୂର୍ଣ୍ୟାତ୍ମା ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧ ଦିବସ ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭା

ପୂର୍ଣ୍ୟାତ୍ମା ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧ ଦିବସ ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: