ଚାରିଜଣ ପ୍ରଧାନଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

June 30, 2022, ଓଡ଼ିଶା, ଗଞ୍ଜାମ, Kiran Behera
ଚାରିଜଣ ପ୍ରଧାନଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
Kiran Behera
[ Reporter,Digapahandi ]
Bhagyaprabha News Bureau
June 30, 2022

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଅଧିନସ୍ଥ ୪ ଗୋଟି ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ଗୁରୁବାର ଦିନ ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ପକ୍ଷରୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ପଡିଆ ପୁରୁଷୋତ୍ତମପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ଦୁଷ୍ମନ୍ତ ପାତ୍ର , ବାଘମରା ସାହି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ମୀନକେତନ ପଣ୍ଡା , ସଉରା ପାହାଡ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ପ୍ରମୋଦ କୁମାର ପାଠୀ , ପାଳଝାଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ରାମଚନ୍ଦ୍ର ଦାସଙ୍କ ଆଜି ନିଜ ଚାକିରି ଜୀବନରୁ ଅବସର ଗ୍ରହଣ କରିଛନ୍ତି । ଯାହାଫଳରେ ଆଜି ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ପରିସରରେ ଗୋଷ୍ଠୀ ଶିକ୍ଷାଧିକାରୀ କୁରେଶୁ ସେଠୀ ସମସ୍ତ ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କୁ ଉପଢୌକନ ସହ ପୁଷ୍ପ ଦେଇ ବିଦାୟକାଳୀନ ସମ୍ବର୍ଦ୍ଧନା ଦେବା ସହ ପେନସନ ଭୁକ୍ତ କାଗଜ ପତ୍ର ପ୍ରଦାନ କରି ବାକି ଜୀବନ ଖୁସିରେ ବିତାଇବା ଲାଗି ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ସେହିପରି ଏବିଇଓ ବାଳା ମାଝୀ , ରସାନନ୍ଦ ଘଡେ଼ଇ , ବିଶ୍ରବା ପାଇକ ସମେତ ମୁଖ୍ୟ କିରାଣୀ ଓମକାର ପଟ୍ଟନାୟକ , ଗୋଷ୍ଠୀ ସମ୍ବଳ ଶିକ୍ଷକ ସୁଶାନ୍ତ କୁମାର ପ୍ରଧାନ , ପ୍ରାଥମିକ ଶିକ୍ଷକ ସଂଘ ସଭାପତି ସନାତନ ପଟ୍ଟନାୟକ , ଏନ୍ ପିଏସ୍ ସଂଘ ସଭାପତି ରାଜେନ୍ଦ୍ର ଗୈାଡ , ଶିକ୍ଷକ ପ୍ରଦୀପ କୁମାର ମହାପାତ୍ର , ସନ୍ତୋଷ କୁମାର ଗୌଡ , ପଦ୍ମନାଭ ପଟ୍ଟନାୟକ , ଗଣେଶ ପାତ୍ର , ଇ. ସିମାଦ୍ରି ପାତ୍ର , ବିଜୟ କୁମାର ପ୍ରଧାନ , ଲକ୍ଷ୍ମଣ ସାହୁ , ଜିତୁ ଶ୍ରୀହରି , ଅଙ୍ଗଦ ବେହେରା , ସନ୍ତୋଷ ସାହୁ , ଇ . ଗଣେଶ , ହୃଷୀକେଶ ଗୈାଡ , ଶିବରାମ ପ୍ରଧାନ , ନୃସିଂହ ଚରଣ ପାଠୀ , ସୁଧାଂଶୁ ପଣ୍ଡା , ମୃତ୍ୟୁଞ୍ଜୟ ଗୈାଡ ପ୍ରମୁଖ ଉପସ୍ଥିତ ରହି ଅବସର ଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦେବାସହ ସୁସ୍ଥ ଓ ନୀରାମୟ ଭବିଷ୍ୟତ କାମନା କରିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପରିତ୍ୟକ୍ତ କୂଅରୁ ବୃଦ୍ଧାଙ୍କୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ

ପରିତ୍ୟକ୍ତ କୂଅରୁ ବୃଦ୍ଧାଙ୍କୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ

Read More...

କଇଠଡା ପାକ୍ସ ନୂତନ ସଭାପତି ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେଲେ ଜାଗିଲି

କଇଠଡା ପାକ୍ସ ନୂତନ ସଭାପତି ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେଲେ ଜାଗିଲି

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: