ରେଳବାଇ ପେଣ୍ଟିଙ୍ଗସ ପ୍ରତିଯୋଗିତାରେ ପୂର୍ବତଟ ରେଳପଥ କର୍ମଚାରୀ ପୁରସ୍କୃତ

March 27, 2019, ଦେଶଦୁନିଆ, , Bhagyaprabha News Bureau
ରେଳବାଇ ପେଣ୍ଟିଙ୍ଗସ ପ୍ରତିଯୋଗିତାରେ ପୂର୍ବତଟ ରେଳପଥ କର୍ମଚାରୀ  ପୁରସ୍କୃତ
Bhagyaprabha News Bureau
March 27, 2019

ଚଳିତ ମାସ ୨୪ ତାରିଖରେ ରେଳବାଇ ବୋର୍ଡ ଦ୍ୱାରା ଗୌହାଟୀ ଠାରେ ଅନୁଷ୍ଠିତ ସର୍ବଭାରତୀୟ ରେଳବାଇ ପେଣ୍ଟିଙ୍ଗସ ପ୍ରତିଯୋଗିତାରେ ଭୁବନେଶ୍ୱରସ୍ଥ ପୂର୍ବତଟ ରେଳପଥ ମୁଖ୍ୟାଳୟ କର୍ମଚାରୀ ଶ୍ୟାମସୁନ୍ଦର ଆଚାରୀ କ୍ରମାଗତ ଭାବେ ଦ୍ଵିତୀୟଥର ପାଇଁ ଶ୍ରେଷ୍ଠ ସ୍ଥାନ ଅଧିକାର କରିଛନ୍ତି I ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ଶ୍ରୀ ଆଚାରୀଙ୍କ ପେଣ୍ଟିଙ୍ଗସ ସବୁ ମହଲ ରେ ଉଚ୍ଚ ପ୍ରସଂଶିତ ହୋଇପାରିଛି I ପ୍ରକୃତି ମଧ୍ୟରେ ପର୍ବତମାଳା ଓ ନଦୀ ସହିତ ରେଳ ବିଷୟବସ୍ତୁ ଉପରେ ଆଧାରିତ ଏହି ପେଣ୍ଟିଙ୍ଗସ ଅତି ନିଖୁଣ ଭାବେ ଦର୍ଶାଯାଇଅଛି I ଏହି ପ୍ରତିଯୋଗିତାରେ ସମଗ୍ର ଭାରତ ବର୍ଷରୁ ବିଭିନ୍ନ ରେଳ ଜୋନ୍ରୁ ସମୁଦାୟ ୨୪ ଜଣ ରେଳ କର୍ମଚାରୀ ଉକ୍ତ ଜାତୀୟ ସ୍ତରର ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ I ଗତବର୍ଷ ରେଳବାଇର ପ୍ରଥମଥର ପାଇଁ ନାଗପୁରଠାରେ ଆୟୋଜିତ ହୋଇଥିବା ଏହି ଜାତୀୟ ସ୍ତରର ପ୍ରତିଯୋଗିତାରେ "ଟ୍ରାନ୍ସଫରମିଂ ରେଳୱେଜ" ବିଷୟବସ୍ତୁ ଉପରେ ଆଧାରିତ ଅତ୍ୟାଧୁନିକ ବୁଲେଟ ଟ୍ରେନ ପ୍ରଯୁକ୍ରିବିଦ୍ୟା ସହ ଗାନ୍ଧିଜୀଙ୍କ ଦେଶ ସ୍ୱାଧୀନତା ପୂର୍ବର ରେଳଯାତ୍ରାର ପ୍ରତିକୃତିକୁ ଅତି ନିଖୁଣ ଭାବେ ତାଙ୍କ ପେଣ୍ଟିଙ୍ଗସରେ ଉପସ୍ଥ କରିଥିଲେ ଯାହାକି ସମଗ୍ର ଦେଶରେ ବହୁଳଭାବେ ପ୍ରସାରିତ ହୋଇଥିଲା I



ଗଂଜାମ ଜିଲ୍ଲାର ପାରଳା ନିବାସୀ ଶ୍ରୀ ଆଚାରୀ ୨୦୦୮ ମସିହାରୁ ପୂର୍ବତଟ ରେଳପଥରେ କାର୍ଯ୍ୟ କରୁଛନ୍ତି I ଶ୍ରୀ ଆଚାରୀ ମଧ୍ୟ ପୂର୍ବରୁ ରାଜ୍ୟସରକାର ଓ ବିଭିନ୍ନ ସଂସ୍ଥା ମାନଙ୍କ ପକ୍ଷରୁ ଆୟୋଜିତ ପ୍ରତିଯୋଗିତାରେ ଭାଗନେଇ ଉଚ୍ଚ ପ୍ରସଂଶିତ ହୋଇଛନ୍ତି I ତାଙ୍କର କଳାକୃତି ମଧ୍ୟରେ କବିର ରେଖାଚିତ୍ରଣ ଓ ଅଳଙ୍କୃତ ଚିତ୍ରାକାର୍ଯ୍ୟ ସହିତ ବାସ୍ତବବାଦୀ ଓ ଯଥାର୍ଥବାଦୀ ଦୃଷ୍ଟିକୋଣ ମିଶ୍ରଣର ଏକ ସୃଜନଶକ୍ତି ସମ୍ପନ୍ନ ଯାହାକି ସମସ୍ତଙ୍କ ଦ୍ୱାରା ପ୍ରସଂଶିତ ହୋଇପାରିଛି I




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଜିଠୁ ଆରମ୍ଭ ହେଲା ତୃତୀୟ  ପର୍ଯ୍ୟାୟ ନାମାଙ୍କନ

ଆଜିଠୁ ଆରମ୍ଭ ହେଲା ତୃତୀୟ ପର୍ଯ୍ୟାୟ ନାମାଙ୍କନ

Read More...

ନିର୍ବାଚନ ପୁର୍ବରୁ ଦଳୀୟ କର୍ମୀଙ୍କୁ ଏକତ୍ରୀତ କଲେ ପିଙ୍କି

ନିର୍ବାଚନ ପୁର୍ବରୁ ଦଳୀୟ କର୍ମୀଙ୍କୁ ଏକତ୍ରୀତ କଲେ ପିଙ୍କି

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: