ଗୋକର୍ଣ୍ଣପୁର ପାକ୍ସ ସଭାପତି ଭାବେ ନିର୍ବାଚିତ ହେଲେ ପ୍ରତାପ ସାହୁ

July 13, 2022, ଓଡ଼ିଶା, ଗଞ୍ଜାମ, Kiran Behera
ଗୋକର୍ଣ୍ଣପୁର ପାକ୍ସ ସଭାପତି ଭାବେ ନିର୍ବାଚିତ ହେଲେ ପ୍ରତାପ ସାହୁ
Kiran Behera
[ Reporter,Digapahandi ]
Bhagyaprabha News Bureau
July 13, 2022

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଅଧିନସ୍ଥ ଗୋକର୍ଣ୍ଣପୁର ସେବା ସମବାୟ ସମିତି ସଭାପତି ନିର୍ବାଚନକୁ ବୁଧବାର ଦିନ ସମବାୟ କାର୍ଯ୍ୟାଳୟରେ ଚାଷୀଙ୍କ ମଧ୍ୟରେ ଯେଉଁ ଉତ୍କଣ୍ଠା ଦେଖାଦେଇଥିଲା ତାହା ପରିଶେଷରେ ଅନ୍ତ ଘଟିବା ସହ ଚଳିତ ଥର ବରିଷ୍ଠ ସମବାୟବିତ ତଥା ବିଜେଡି ନେତା ପ୍ରତାପ କୁମାର ସାହୁ ନିର୍ଦ୍ୱନ୍ଦରେ ପାକ୍ସ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ପୂର୍ବରୁ ଏହି କେନ୍ଦ୍ର ପାଇଁ ୧୫ ଜଣ ଡାଇରେକ୍ଟର ପଦବୀ ପାଇଁ ନିର୍ବାଚନ ସରିଥିଲେ ମଧ୍ୟ ବିଜେଡିରୁ ୧୩ ଜଣ ନିର୍ଦ୍ବନ୍ଦ୍ବରେ ବିଜୟୀ ହୋଇ ବାଜିମାତ ମାରିଥିଲେ । ତେବେ ଆଜି ସଭାପତି ପଦବୀ ପାଇଁ ଏକମାତ୍ର ପ୍ରାର୍ଥୀ ଭାବେ ପ୍ରତାପ ନିଜର ନାମାଙ୍କନ ପତ୍ର ପଞ୍ଚାୟତ ନିର୍ବାଚନ ଅଧିକାରୀ ଜାଗିଲି ସାହୁଙ୍କ ନିକଟରେ ଦାଖଲ କରିଥିବା ବେଳେ ସମୟ କ୍ରମେ ଅନ୍ୟ କେହି ପ୍ରତିଦ୍ବନ୍ଦୀ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିନଥିଲେ । ଯାହାଫଳରେ ପ୍ରତାପଙ୍କୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ସଭାପତି ରୁପେ ବିଜେତା ଘୋଷଣା କରାଯାଇଥିଲା । ଏହି ଅବସରରେ ସମବାୟ ସମିତି ସଂପାଦକ କମଳାକାନ୍ତ ମିଶ୍ର , ଯୁବ ବିଜେଡି ଜିଲ୍ଲା ଉପସଭାପତି ତଥା ୨୮ ନଂ ଜୋନ୍ ଜିଲ୍ଲା ପରିଷଦ ପ୍ରତିନିଧି ଏମ୍ . ନିରଞ୍ଜନ ରେଡ୍ଡୀ , ପୂର୍ବତନ ଜିଲ୍ଲା ପରିଷଦ କୃଷ୍ଣଚନ୍ଦ୍ର ସେଠୀ , ସ୍ଥାନୀୟ ସରପଞ୍ଚ ପ୍ରତିନିଧି ସନ୍ତୋଷ ଦୋରା ସମେତ ଡାଇରେକ୍ଟର ଧୀରେନ୍ଦ୍ର ଦୋରା , ବି .ରୋହିତେଶ୍ୱର , ଏନ୍ . ବାଲାଜୀ ରେଡ୍ଡୀ , ଏଚ୍ . ସୁଦାମ ରେଡ୍ଡୀ , ସନ୍ଧ୍ୟାରାଣୀ ଦାସ , ଜି.ହରପ୍ରିୟା , ପି .ଅଭି , ବି.ଶତ୍ରୁଘନ , ନୀଳମାଧବ ପଟ୍ଟନାୟକ , ଡି .ସୀମାଞ୍ଚଳ , ବି.ଧନୁ , ଜି. ଲକ୍ଷ୍ମୀ , ବିପ୍ରଚରଣ ଦାସ ପ୍ରମୁଖ ନବ ନିର୍ବାଚିତ ସଭାପତି ଶ୍ରୀ ସାହୁଙ୍କୁ ଶୁଭେଚ୍ଛା ଜ୍ଞାପନ ଓ ସମ୍ବର୍ଦ୍ଧିତ ଜଣାଇଥିଲେ । ଶେଷରେ ବିଜୟୀ ମୁକୁଟ ଧାରଣା କରିଥିବା ସଭାପତି ସମବାୟ ମାଧ୍ୟମରେ କୃଷିର ଉନ୍ନତି ଓ କୃଷକର ସାମାଜିକ ଏବଂ ଅର୍ଥନୈତିକ ବିକାଶ ଲାଗି ରାଜ୍ୟ ସରକାର କାର୍ଯ୍ୟକାରୀ କରୁଥିବା କଲ୍ୟାଣକାରୀ ଯୋଜନାର ସୁଫଳ ଚାଷୀ ସମାଜ ନିକଟରେ ପହଞ୍ଚିବା ଦିଗରେ ଦୃଷ୍ଟି ଦେବାକୁ ନିଜ ପ୍ରତିକ୍ରିୟାରେ ସୂଚନା ଦେଇଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାଷ୍ଟ୍ରବାଦୀ ଶିକ୍ଷକ ପରିଷଦର ଗୁରୁବନ୍ଦନ ଉତ୍ସବ

ରାଷ୍ଟ୍ରବାଦୀ ଶିକ୍ଷକ ପରିଷଦର ଗୁରୁବନ୍ଦନ ଉତ୍ସବ

Read More...

ସ୍ବର୍ଗତ ଆଦର୍ଶ ଶିକ୍ଷକଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି

ସ୍ବର୍ଗତ ଆଦର୍ଶ ଶିକ୍ଷକଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: