ତିନୋଟି ଭୋଟରେ ବିଜୟୀ ହେଲେ ମୌଳାଭଣଜା ପାକ୍ସର ନୂତନ ସଭାପତି

July 16, 2022, ଓଡ଼ିଶା, ଗଞ୍ଜାମ, Kiran Behera
ତିନୋଟି ଭୋଟରେ ବିଜୟୀ ହେଲେ ମୌଳାଭଣଜା ପାକ୍ସର ନୂତନ ସଭାପତି
Kiran Behera
[ Reporter,Digapahandi ]
Bhagyaprabha News Bureau
July 16, 2022

ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ବ୍ଳକ ମୌଳାଭଣଜା ସେବା ସମବାୟ ସମିତିର ସଭାପତି ପଦବୀ ନିର୍ବାଚନରେ ଶେଷରେ ତିନୋଟି ଭୋଟର ବିଜୟୀ ହୋଇଛନ୍ତି ନରସିଂହ ପାତ୍ର । ଶନିବାର ଦିନ ନରସିଂହ ପାତ୍ର ଓ ଗୋପୀନାଥ ଗୈାଡଙ୍କ ମଧ୍ୟରେ ଲଢେଇ ଦେଖିବାକୁ ମିଳିଥିଲା । ଶେଷରେ ନରସିଂହ ୩ ଗୋଟିଏ ଭୋଟରେ ବାଜିମାତ ମାରିଥିବା ଜଣାପଡିଛି । ପୂର୍ବରୁ ଏହି ସମବାୟ କେନ୍ଦ୍ର ପାଇଁ ୧୩ ଜଣ ନିର୍ଦ୍ଦେଶକ ମଧ୍ୟରେ ନିର୍ବାଚନ ଶେଷ ହୋଇଥିଲେ ମଧ୍ୟ ସଭାପତି ଦାୟିତ୍ୱ କାହା ଉପରେ ରହିବ ତାହାକୁ ନେଇ ଚାଷୀ ମାନଙ୍କ ମଧ୍ୟରେ ନଜର ରହିଥିଲା । ତେବେ ଆଜି ସଭାପତି ନିର୍ବାଚନ ପ୍ରକ୍ରିୟା ସକାଳୁ ସମୟରୁ ହୋଇଥିବା ବେଳେ ସଭାପତି ପଦବୀ ପାଇଁ ଉଭୟ ନରସିଂହ ଓ ଗୋପୀନାଥ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଶେଷରେ ନରସିଂହ ୮ ଟି ଭୋଟ ପାଇଥିବା ବେଳେ ନିକଟତମ ପ୍ରତିଦ୍ୱନ୍ଦୀ ଗୋପୀନାଥ ୫ ଗୋଟି ଭୋଟ ପାଇଥିଲେ । ଯାହାଫଳରେ ନରସିଂହଙ୍କୁ ନୂତନ ସଭାପତି ଭାବେ ନିର୍ବାଚନ ଅଧିକାରୀ ପଦ୍ମଚରଣ ମଲିକ ବିଜୟୀ ଘୋଷଣା କରିଥିଲେ । ଏହି ଅବସରରେ ସମବାୟ ସମିତି ସଂପାଦକ ବିପିନ ଷଡଙ୍ଗୀ ସମେତ ନିର୍ଦ୍ଧେଶକ ଓ ଚାଷୀମାନେ ଉପସ୍ଥିତ ରହି ନବ ନିର୍ବାଚିତ ସଭାପତିଙ୍କୁ ଶୁଭେଚ୍ଛା ଜ୍ଞାପନ ଓ ସମ୍ବର୍ଦ୍ଧିତ ଜଣାଇଥିଲେ । ଶେଷରେ ବିଜୟୀ ମୁକୁଟ ଧାରଣା କରିଥିବା ସଭାପତି ସମବାୟ ମାଧ୍ୟମରେ କୃଷିର ଉନ୍ନତି ଓ କୃଷକର ସାମାଜିକ ଏବଂ ଅର୍ଥନୈତିକ ବିକାଶ ଲାଗି ରାଜ୍ୟ ସରକାର କାର୍ଯ୍ୟକାରୀ କରୁଥିବା କଲ୍ୟାଣକାରୀ ଯୋଜନାର ସୁଫଳ ଚାଷୀ ସମାଜ ନିକଟରେ ପହଞ୍ଚିବା ଦିଗରେ ଦୃଷ୍ଟି ଦେବାକୁ ନିଜ ପ୍ରତିକ୍ରିୟାରେ କହିବା ସହ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାୟଗଡ଼ା -ଚେକାଗୁଡ଼ା ଝୁଲା ବ୍ରିଜ ନାଗାଵଲି ନଦୀର ମଧ୍ୟରେ ପଥର ଉପରେ  ଫଶି ରହିଛନ୍ତି ଦୁଇ ଯୁବକ

ରାୟଗଡ଼ା -ଚେକାଗୁଡ଼ା ଝୁଲା ବ୍ରିଜ ନାଗାଵଲି ନଦୀର ମଧ୍ୟରେ ପଥର ଉପରେ ଫଶି ରହିଛନ୍ତି ଦୁଇ ଯୁବକ

Read More...

ବ୍ରହ୍ମପୁରରେ ଖୋଲାଯିବ ପ୍ରାକୃତିକ ଚିକିତ୍ସା କେନ୍ଦ୍ରର ନଗର କେନ୍ଦ୍ର

ବ୍ରହ୍ମପୁରରେ ଖୋଲାଯିବ ପ୍ରାକୃତିକ ଚିକିତ୍ସା କେନ୍ଦ୍ରର ନଗର କେନ୍ଦ୍ର

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: