କବିସୂର୍ଯ୍ୟନଗର ବ୍ଲକ ଘେରାଉ କଲେ ନନ୍ଦିଆଗଡା଼ ପଞ୍ଚାୟତବାସୀ

July 18, 2022, ଓଡ଼ିଶା, ଗଞ୍ଜାମ, Swadhina Kumar Sahu
କବିସୂର୍ଯ୍ୟନଗର ବ୍ଲକ ଘେରାଉ କଲେ ନନ୍ଦିଆଗଡା଼ ପଞ୍ଚାୟତବାସୀ
Swadhina Kumar Sahu
[ District Reporter ,Ganjam ]
Bhagyaprabha News Bureau
July 18, 2022

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ନନ୍ଦିଆଗଡା଼ ପଂଚାୟତର ଶତାଧିକ ଜନ ସାଧାରଣ ବ୍ଲକ କାର୍ଯ୍ୟାଳୟ ଘେରାଉ କରିବା ସହ ଗୋଷ୍ଟୀ ଉନ୍ନୟନ ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ପ଼ଞ୍ଚାୟତରେ ଦୀର୍ଘଦିନ ହେଲା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ବ୍ଲକ ଅଧକ୍ଷା ଜ୍ୟୋତିର୍ମୟି ସ୍ୱାଇଁ ଏବଂ ତାଙ୍କ ସ୍ୱାମୀ ଅଶ୍ୱିନୀ ସ୍ୱାଇଁ ବାଧା ସୃଷ୍ଟି କରୁଥିବା ଅଭିଯୋଗ କରିଛନ୍ତି । ସେହିପରି ଦୀର୍ଘଦିନ ହେଲା ବିଭିନ୍ନ ଯୋଜନାର ହିତାଧିକାରୀମାନଙ୍କୁ ସହାୟତା ମିଳି ପାରୁ ନାହିଁ ବୋଲି ସ୍ଥାନୀୟ ସରପଞ୍ଚ ରାଜଲକ୍ଷ୍ମୀ ଦାଶ ଅଭିଯୋଗ କରିଛନ୍ତି । ଏନେଇ ଆଜି ନନ୍ଦିଆଗଡା ପଞ୍ଚାୟତର ସରପଞ୍ଚ ରାଜଲକ୍ଷ୍ମୀ ଦାଶଙ୍କ ସମେତ ପଞ୍ଚାୟତର ଶତାଧିକ ମହିଳା ଓ ପୁରୁଷମାନେ ବ୍ଲକ କାର୍ଯ୍ୟାଳୟ ଘେରାଉ କରିବା ସମେତ ଗୋଷ୍ଟି ଉନ୍ନୟନ ଅଧିକାରୀ ବାସୁଦେବ ନାୟକଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଅନ୍ୟପଟେ ଏହିପରି ଅଭିଯୋଗ ତାଙ୍କ ନିକଟରେ ପହଞ୍ଚିଥିବା ବେଳେ ଆଗାମୀ ଦିନରେ ଏ ନେଇ ମୋ ଅଧକ୍ଷତାରେ ଏକ ବୈଠକ ଡାକି ସମସ୍ୟାର ସମାଧାନ କିପରି ହେବ ସେଥି ପାଇଁ ଚେଷ୍ଟା କରିବି ବୋଲି ଗୋଷ୍ଟୀ ଉନ୍ନୟନ ଅଧିକାରୀ କହିଛନ୍ତି । ସେହିପରି ନନ୍ଦିଆଗଡା଼ ସରପଞ୍ଚ ଆଣିଥିବା ସମସ୍ତ ଅଭିଯୋଗ ଭିର୍ତ୍ତିହିନ ଏବଂ କୌଣସି ପ୍ରକାର ଉନ୍ନତି କାର୍ଯ୍ୟରେ କେବେବି ବାଧା ସୃଷ୍ଟି କରିନାହିଁ ବୋଲି ବ୍ଲକ ଅଧକ୍ଷାଙ୍କ ସ୍ୱାମୀ ତଥା ଆମ୍ବପୁଆ ସମିତିସଭ୍ୟ ଅଶ୍ୱିନୀ ସ୍ୱାଇଁ କହିଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିଭିନ୍ନ ଶୈବପୀଠରେ ଜଳାଭିଷେକ ଲାଗି କାଉଡିଆଙ୍କ ଭିଡ

ବିଭିନ୍ନ ଶୈବପୀଠରେ ଜଳାଭିଷେକ ଲାଗି କାଉଡିଆଙ୍କ ଭିଡ

Read More...

ଦଶମ ଶ୍ରେଣୀ ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା ବିଦ୍ୟାର୍ଥୀଙ୍କୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ସମ୍ବର୍ଦ୍ଧନା

ଦଶମ ଶ୍ରେଣୀ ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା ବିଦ୍ୟାର୍ଥୀଙ୍କୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ସମ୍ବର୍ଦ୍ଧନା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: