ଛାତ୍ର ବିଜେଡି ପକ୍ଷରୁ ଛତ୍ରପୁର ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

July 24, 2022, ଓଡ଼ିଶା, ଗଞ୍ଜାମ, BHAGYAPRABHA NEWS
ଛାତ୍ର ବିଜେଡି ପକ୍ଷରୁ ଛତ୍ରପୁର ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ
BHAGYAPRABHA NEWS
[ INPUT ]
Bhagyaprabha News Bureau
July 24, 2022

ଛତ୍ରପୁର: ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତି (ରୌପ୍ୟ ଜୟନ୍ତୀ ବର୍ଷ) ଉପଲକ୍ଷେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଦଳ ତରଫରୁ ସାରା ଓଡିଶାରେ ବିଭିନ୍ନ ଲୋକାଭିମୁଖୀ ତଥା ଜନକଲ୍ୟାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି । ଏହି କ୍ରମରେ ଛତ୍ରପୁର ବିଜୁ ଯୁବ ଓ ଛାତ୍ର ଜନତା ଦଳ ତରଫରୁ ଆଜି ଛତ୍ରପୁର ସ୍ଥିତ ଅନସ୍ଲୋ ଷ୍ଟାଡିୟମ ରାସ୍ତା ପାର୍ଶ୍ଵରେ ବୃକ୍ଷରୋପଣ କରାଯାଇଥିଲା । ଛତ୍ରପୁର କଲେଜର ପୂର୍ବତନ ଛାତ୍ର ସଂଘ ସଭାପତି ତଥା ଛାତ୍ର ବିଜେଡିର ପୂର୍ବତନ ବ୍ଲକ ସଭାପତି ଅଜିତ୍ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଛତ୍ରପୁର କଲେଜ ପୂର୍ବତନ ସାଧାରଣ ସଂପାଦକ ବବୁଲ ନାୟକ, ପୂର୍ବତନ ଉପସଭାପତି ରବିନ୍ଦ୍ର ନାହାକ, ଛାତ୍ର ନେତା ଜୀବନ ନାୟକ, ଦେବରାଜ ପ୍ରଧାନ, ଜି.ଦେବରାଜ ରେଡ୍ଡୀ, ଘନଶ୍ୟାମ ବେହେରା, ସଞ୍ଜୟ କୁମାର ପଣ୍ଡା, ଦିପକ କୁମାର ସ୍ୱାଇଁ, ଦମୋଦର ମହାଙ୍କୁଡ, ମିଲନ ସ୍ୱାଇଁଙ୍କ ସମେତ ବହୁ ଛାତ୍ର ଓ ଯୁବ ନେତା ଯୋଗଦେଇ ବୃକ୍ଷ ରୋପଣ କରି ଆଗାମୀ ଦିନରେ ଏହିଭଳି ଜନକଲ୍ୟାଣ କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି କହିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବନବିଭାଗ ପକ୍ଷରୁ ଶାଗୁଆନ କାଠ ବୋଝେଇ ଟ୍ରାକ୍ଟର ଜବତ : ୪ ଅଭିଯୁକ୍ତ ଗିରଫ

ବନବିଭାଗ ପକ୍ଷରୁ ଶାଗୁଆନ କାଠ ବୋଝେଇ ଟ୍ରାକ୍ଟର ଜବତ : ୪ ଅଭିଯୁକ୍ତ ଗିରଫ

Read More...

ଭିନ୍ନକ୍ଷମ ଝିଅକୁ ବିଷଦେଇ ହତ୍ୟା ଉଦ୍ୟମ ମାମଲାରେ ବାପା ଗିରଫ

ଭିନ୍ନକ୍ଷମ ଝିଅକୁ ବିଷଦେଇ ହତ୍ୟା ଉଦ୍ୟମ ମାମଲାରେ ବାପା ଗିରଫ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: