ରାୟଗଡ ଜିଲ୍ଲା ପ୍ରଶାସନ ତରଫରୁ ପଦ୍ମପୁର ବ୍ଲକରେ ଆୟୋଜିତ ହେଲା ଯୁଗ୍ମ ଅଭିଯୋଗ ଶୁଣାଣୀ

July 25, 2022, ଓଡ଼ିଶା, ରାୟଗଡ଼ା, Hari Narayan Das
ରାୟଗଡ ଜିଲ୍ଲା ପ୍ରଶାସନ ତରଫରୁ ପଦ୍ମପୁର ବ୍ଲକରେ ଆୟୋଜିତ ହେଲା ଯୁଗ୍ମ ଅଭିଯୋଗ ଶୁଣାଣୀ
Hari Narayan Das
[ Reporter, Rayagada ]
Bhagyaprabha News Bureau
July 25, 2022

ରାୟଗଡ - ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ପଦ୍ମପୁର ବ୍ଲକରେରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀମତୀ ସ୍ୱଧା ଦେଵସିଂ, ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଜିଲ୍ଲା ପରିଷଦ ରବି ନାରାୟଣ ତ୍ରିପାଠୀ ଙ୍କ ଉପସ୍ଥିତିରେ ମୋଟ ୭୧ଟି ଅଭିଯୋଗ ଜିଲ୍ଲାପାଳଙ୍କ ପକ୍ଷରୁ ଶୁଣାଣି କରାଯାଇଥିଲା । ସେଥିରୁ ୫୭ଟି ବ୍ୟକ୍ତିଗତ ଅଭିଯୋଗ ଥିଲା ବେଳେ ୧୪ଗୋଟି ଗ୍ରାମବାସୀ ମାନଙ୍କର ଅଭିଯୋଗ ଥିଲା । ୨ଜଣକୁ ୧୦ହଜାର ଟଙ୍କା ଲେଖାଏଁ ମୋଟ ୨୦ହଜାର ଟଙ୍କା ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିରୁ ଜିଲ୍ଲାପାଳ ପ୍ରଦାନ କରିଥିଲେ l ସେହିପରି ୧୫ ଜଣ ଚାଷୀଙ୍କୁ ଜଙ୍ଗଲ ଜମି ପଟ୍ଟା ଏବଂ ୫୧ବିଦ୍ୟାଳୟ କୁ ଆରଓଆର ପଟ୍ଟା ଜିଲ୍ଲାପାଳ ପ୍ରଦାନ କରିଥିଲେ l ଜିଲ୍ଲାପାଳ ଶ୍ରୀମତୀ ଦେଵ ସିଂ ଉକ୍ତ ଅଭିଯୋଗ ଗୁଡିକୁ ପାଇବା ପରେ ବିଭାଗୀୟ ଅଧିକାରୀ ମାନଙ୍କୁ ତୁରନ୍ତ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ ଜିଲ୍ଲାପାଳ ପଦ୍ମପୁର ସ୍ଥିତ ବିଜୟାନନ୍ଦ ୫ଟି ବିଦ୍ୟାଳୟ ପରିଦର୍ଶନ କରିବା ସହିତ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସହିତ ଆଲୋଚନା କରିଥିଲେ l ପଦ୍ମପୁର ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ନିର୍ମିତ ୱାଲ ପେଣ୍ଟିଙ୍ଗ, ଖମାପଦର ଗାଁର ମଡେଲ ପୁନରୁଦ୍ଧାର ପୋଖରୀ କରାଯାଇଥବା ,ଲଛମନଗୁଡା ଠାରେ ଫାଲଗୁନୀ ଶବର ଚାଷୀ ଦ୍ୱାର କରାଯାଇଥିବା ମାଛ ଚାଷ ପୋଖରୀ ଓ ଅନ୍ୟାନ୍ୟ ଚାଷ ବୁଲି ଦେଖିଥିଲେ l ଆଖୁସିଙ୍ଗ ଗ୍ରାମର ୫ ଟି ବିଦ୍ୟାଳୟ ଏବଂ ଇନ୍ଦୁପୁର ଗ୍ରାମର ଅମୃତ ସରବର ଗ୍ରାମୀୟ ପଖୋରୀ ପରିଦର୍ଶନ କରିଥିଲେ l




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
କାରଗିଲ ବିଜୟ ଦିବସରେ ସାମନ୍ତରାୟ ଏକାଡେମୀ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଟିତ

କାରଗିଲ ବିଜୟ ଦିବସରେ ସାମନ୍ତରାୟ ଏକାଡେମୀ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଟିତ

Read More...

ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି  ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: