କଲେଜରେ ଛାତ୍ରୀଙ୍କୁ ମୋବାଇଲ ବ୍ୟାନକୁ ନେଇ ଉତ୍ତେଜନା

August 01, 2022, ଓଡ଼ିଶା, ଗଞ୍ଜାମ, Swadhina Kumar Sahu
କଲେଜରେ ଛାତ୍ରୀଙ୍କୁ ମୋବାଇଲ ବ୍ୟାନକୁ ନେଇ ଉତ୍ତେଜନା
Swadhina Kumar Sahu
[ District Reporter ,Ganjam ]
Bhagyaprabha News Bureau
August 01, 2022

ବ୍ରହ୍ମପୁର ସ୍ଥାନୀୟ ମହାମୟୀ ମହିଳା ମହାବିଦ୍ୟାଳୟରେ ଛାତ୍ରୀ ମାନେ କ୍ୟାମ୍ପସକୁ ସ୍ମାର୍ଟଫୋନ ଆଣିବା ଉପରେ ଗତ ୩୦ ତାରିଖରୁ କଟକଣା ଜାରି କରିଥିଲେ କଲେଜ ଅଧକ୍ଷ । ଏହାକୁ ନେଇ ଆଜି କଲେଜ ପରିସରରେ ଛାତ୍ରୀ ମାନଙ୍କ ତରଫରୁ ତୀବ୍ର ଅସନ୍ତୋଷ ଦେଖା ଦେଇଛି। ଏହି ଘଟଣାକୁ ନେଇ ସୋମବାର ଦିନ ଶତାଧିକ ଛାତ୍ରୀ ଦସ୍ତଖତ ସଂଗୃହିତ ଏକ ଦାବିପତ୍ର ଅଧ୍ୟକ୍ଷ ଏସ.ନାରାୟଣ ରାଓଙ୍କୁ ପ୍ରଦାନ କରିବାକୁ ଯାଇଥିଲେ। ତେବେ ଅଧକ୍ଷ ଦାବିପତ୍ର ଗ୍ରହଣ କରିବାକୁ ମନା କରିଦେଇଥିବା ବେଳେ ଅଭିଭାବକଙ୍କୁ ଡାକିବା ପାଇଁ କହିଥିଲେ। ଏହାକୁ ଛାତ୍ରୀମାନେ ବିରୋଧ କରିଥିଲେ। ବର୍ତ୍ତମାନ ସମୟକୁ ଡିଜିଟାଲ ଯୁଗ ବୋଲି କୁହାଯାଉଛି। ହେଲେ ସ୍ମାର୍ଟଫୋନ ବ୍ୟବହାର ଉପରେ କଟକଣା ଜାରି କରି ଛାତ୍ରୀଙ୍କୁ ଅଜ୍ଞାନତାର ଅନ୍ଧାରକୁ ଠେଲି ଦିଆଯାଉଛି ବୋଲି ସେମାନେ ଅଭିଯୋଗ କରିଥିଲେ। ଏହାକୁ ନେଇ ଉତେଜନା ଲାଗି ରହିଥିଲା। ତେବେ ଅଧ୍ୟକ୍ଷ ରାଓ କୌଣସି ଦାବି ମାନିବାକୁ ରାଜି ହୋଇନଥିଲେ। ଅଧ୍ୟକ୍ଷ ରାଓ କହିଛନ୍ତି ଯେ, ଶନିବାର ଠାରୁ ସ୍ମାର୍ଟଫୋନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଛି ଏବଂ ସେବେଠାରୁ କ୍ୟାମ୍ପସରେ ଶୃଙ୍ଖଳା ଅଛି। ପିଲାମାନେ ଅଧିକ ସଂଖ୍ୟାରେ କ୍ଲାସକୁ ଆସୁଛନ୍ତି। ଏଣୁ କଟକଣା ପ୍ରତ୍ୟାହାର କରାଯିବ ନାହିଁ ବୋଲି ସେ କହିଛନ୍ତି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବ୍ରହ୍ମପୁର ଡାକ ମଣ୍ଡଳର ୭୫ତମ ପ୍ରତିଷ୍ଟା ଦିବସ ପାଳିତ

ବ୍ରହ୍ମପୁର ଡାକ ମଣ୍ଡଳର ୭୫ତମ ପ୍ରତିଷ୍ଟା ଦିବସ ପାଳିତ

Read More...

ବିସିୟୁବିର ଉପ ସଭାପତି ଭାବେ ପୁଣିଥରେ ନିର୍ବାଚିତ ହେଲେ ଜ୍ୟୋତି ସୁବୁଦ୍ଧି

ବିସିୟୁବିର ଉପ ସଭାପତି ଭାବେ ପୁଣିଥରେ ନିର୍ବାଚିତ ହେଲେ ଜ୍ୟୋତି ସୁବୁଦ୍ଧି

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: