ଘର ବାରଣ୍ଡାରୁ ସାଇକେଲ ଚୋରି ଘଟଣା : ୮ ସାଇକେଲ ଜବତ , ତିନି ଗିରଫ

August 02, 2022, ଅପରାଧ, ଗଞ୍ଜାମ, Kiran Behera
ଘର ବାରଣ୍ଡାରୁ ସାଇକେଲ ଚୋରି ଘଟଣା : ୮ ସାଇକେଲ ଜବତ , ତିନି ଗିରଫ
Kiran Behera
[ Reporter,Digapahandi ]
Bhagyaprabha News Bureau
August 02, 2022

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ବଜାର ସାହି ସ୍ଥିତ ସଶ୍ମିତା ମାର୍ଥା ନାମକ ମହିଳାଙ୍କ ଘର ବାରଣ୍ଡାରୁ ସାଇକେଲ ଚୋରି ଘଟଣାରେ ପୋଲିସ ଆଜି ୩ ଜଣକୁ ଗିରଫ କରିଥିବା ଜଣାପଡ଼ିଛି । ଘଟଣାରେ ପୋଲିସ ସେମାନଙ୍କ ନିକଟରୁ ୮ ଟି ଚୋରି ସାଇକେଲ ଜବତ ମଧ୍ୟ କରିପାରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ କେ . ନୂଆଗାଁ ଥାନା ଅନ୍ତର୍ଗତ ଗଡ ସାମନ୍ତରାପୁର ଗ୍ରାମର ବି.ସନ୍ତୋଷ ପାତ୍ର , ଜରଡା ଥାନା ଖରଣିପଡା ଗ୍ରାମର କେ. ସୁଦାମ ଏବଂ ଟି. ରାଜକୁମାର । ଖବରନୁଯାୟୀ , ଗତ କିଛି ଦିନ ଧରି ଅଞ୍ଚଳରେ ସାଇକେଲ ଚୋରି ଘଟଣା ବୃଦ୍ଧି ପାଇ ଆସୁଥିବା ବେଳେ ଗତ ୧୮ ତାରିଖ ସନ୍ଧ୍ୟା ୫ ଘଣ୍ଟା ସମୟରେ ସଶ୍ମିତା ନିଜ ବାରଣ୍ଡାରେ ଏକ ନୂଆ ବାଇ ସାଇକେଲ ରଖିଥିବା ବେଳେ ଅଭିଯୁକ୍ତ ସନ୍ତୋଷ ଏହାକୁ ଚୋରାଇ ନେଇଥିବା ବିଶେଷ ସୂତ୍ରରୁ ଜଣାପଡିବା ପରେ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ । ଏହାପରେ ଏତଲାକୁ ଭିତ୍ତି କରି ପୋଲିସ ଥାନା ମାମଲା ନଂ ୨୭୪/୨୨ ପ୍ରକାରେ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିଲା । ଏନେଇ ପୋଲିସ ସନ୍ତୋଷ ଘରେ ଚଢ଼ାଉ କରିବା ପରେ ତା' ନିକଟରୁ ନୂଆ ସାଇକେଲ ସମେତ ଅନ୍ୟ ୮ ଗୋଟି ସାଇକେଲ ମଧ୍ୟ ଜବତ ହୋଇଥିଲା । ପଚରା ଉଚରା ସମୟରେ ସେ ନିଜର ଦୋଷ ସ୍ବୀକାର କରିବା ସହ ଅନ୍ୟ ଅଭିଯୁକ୍ତଙ୍କ ସଂପୃକ୍ତି ଥିବା ନେଇ ମଧ୍ୟ ପୋଲିସ ଆଗରେ ପ୍ରକାଶ କରିଥିଲା । ସମସ୍ତ ଅଭିଯୁକ୍ତଙ୍କୁ ମଙ୍ଗଳବାର ଦିନ ଦିଗପହଣ୍ଡି କୋର୍ଟ ଚାଲାଣ କରାଯିବା ପରେ ଜାମିନ ଅଭାବରୁ ଜେଲ ହାଜତକୁ ପଠାଇ ଦିଆଯାଇଛି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପାରିବାରିକ କଳହରୁ ବିବାହିତ ଦମ୍ପତିଙ୍କ ଆତ୍ମହତ୍ୟା : ପୋଲିସର ତଦନ୍ତ

ପାରିବାରିକ କଳହରୁ ବିବାହିତ ଦମ୍ପତିଙ୍କ ଆତ୍ମହତ୍ୟା : ପୋଲିସର ତଦନ୍ତ

Read More...

ତପ୍ତପାଣି ଘାଟିରେ ଗଛକୁ ପିଟିଲା କାର୍ : ୧ ଗୁରୁତର ୩ ଆହତ

ତପ୍ତପାଣି ଘାଟିରେ ଗଛକୁ ପିଟିଲା କାର୍ : ୧ ଗୁରୁତର ୩ ଆହତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: