ସ୍କାଉଟ ଗାଇଡ ଛାତ୍ରଛାତ୍ରୀଙ୍କ ଦ୍ୱାରା ବାଟୋଇଙ୍କୁ ସଚେତନତା

August 08, 2022, ଓଡ଼ିଶା, ଗଞ୍ଜାମ, Swadhina Kumar Sahu
ସ୍କାଉଟ ଗାଇଡ ଛାତ୍ରଛାତ୍ରୀଙ୍କ ଦ୍ୱାରା ବାଟୋଇଙ୍କୁ ସଚେତନତା
Swadhina Kumar Sahu
[ District Reporter ,Ganjam ]
Bhagyaprabha News Bureau
August 08, 2022

ବ୍ରହ୍ମପୁର ଡିଏଭି ପବ୍ଲିକ ସ୍କୁଲର ସ୍କାଉଟ ଓ ଗାଇଡ ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ସ୍ଥାନୀଯ ଗୋଷାଣି ନୁଆଗାଁ ଠାରେ ଏକ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଅଧକ୍ଷା ଧରାଶ୍ରୀ ପାଢୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ବହୁ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିବା ସହ ବାଟୋଇ ମାନଙ୍କୁ ହେଲମେଟ ବ୍ୟବହାର କରିବା, ପରିବେଶର ସୁରକ୍ଷା ପାଇଁ ବୃକ୍ଷ ରୋପଣ କରିବା ପରି ଅନେକ ବାର୍ତ୍ତା ପ୍ରଦାନ କରିଥିଲେ। ଏହା ସହିତ ଆଜିର ଦିନରେ ମହାତ୍ମା ଗାନ୍ଧୀ ଭାରତ ଛାଡ ଆନ୍ଦୋଳନର ଆରମ୍ଭ କରିଥିବା ବେଳେ ଗୋଟିଏ ସୁସ୍ଥ ସମାଜର ଗଠନ କରିବା ପାଇଁ ସମସ୍ତ ଜନ ସାଧାରଣ ନିଜ ନିକଟରେ ଥିବା ବଦ ଅଭ୍ୟାସକୁ ଛାଡିବା ପାଇଁ ସଂକଳ୍ପ କରନ୍ତୁ ବୋଲି ପ୍ଲାକାର୍ଡ ମାଧ୍ୟମରେ ବାର୍ତ୍ତା ଦେଇଥିଲେ। ସେହିପରି ବିନା ହେଲମେଟ ପରିଧାନ କରି ରାସ୍ତାରେ ଯାଉଥୁବା ବାଇକ ଚାଳକମାନଙ୍କୁ ତିରଙ୍ଗାର ଷ୍ଟିକର ଓ ପ୍ରଚାରପତ୍ର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ପରିଚାଳନାରେ ଶିକ୍ଷକ ସମୀର ପାଣିଗ୍ରାହୀ, କୃଷ୍ଣ ଚନ୍ଦ୍ର ପଣ୍ଡା, ଶିକ୍ଷୟତ୍ରୀ ସୁନୀତା ନାୟକ, ସ୍ୱପ୍ନାରାଣୀ ପାଣିଗ୍ରାହୀ ସହଯୋଗ କରିଥିବା ବେଳେ ବହୁ ସ୍କାଉଟ ଗାଇଡ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରି ଲୋକଙ୍କୁ ସଚେତନତା କରିଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିପଦର ବନ୍ଧୁ ସଂଗଠନ ପକ୍ଷରୁ ସ୍ବାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ।

ବିପଦର ବନ୍ଧୁ ସଂଗଠନ ପକ୍ଷରୁ ସ୍ବାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ।

Read More...

ବ୍ରହ୍ମପୁରରେ ଗିରି ଭାଇ ଜୁଏଲର୍ସର ନୂତନ ସୋ ରୁମ

ବ୍ରହ୍ମପୁରରେ ଗିରି ଭାଇ ଜୁଏଲର୍ସର ନୂତନ ସୋ ରୁମ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: