ବର୍ଷାରେ ଭିଜି ଜଳାଭିଷେକ ଲାଗି କାଉଡିଆଙ୍କ ଶୈବପୀଠରେ ଲମ୍ବା ଧାଡ଼ି

August 08, 2022, ଓଡ଼ିଶା, ଗଞ୍ଜାମ, Kiran Behera
ବର୍ଷାରେ ଭିଜି ଜଳାଭିଷେକ ଲାଗି କାଉଡିଆଙ୍କ ଶୈବପୀଠରେ ଲମ୍ବା ଧାଡ଼ି
Kiran Behera
[ Reporter,Digapahandi ]
Bhagyaprabha News Bureau
August 08, 2022

ଶ୍ରାବଣ ମାସର ଶେଷ ସୋମବାର ଅବସରରେ ଆଜି ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ବିଭିନ୍ନ ଶୈବପୀଠରେ ବୋଲବମ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ଏହି ଅବସରରେ ଗତ ଦୁଇଦିନ ଧରି ଲଘୁଚାପଜନିତ ବର୍ଷା ସ୍ଥାନୀୟ ଅଞ୍ଚଳରେ ଲାଗି ରହିଥିଲେ ମଧ୍ୟ ବର୍ଷାମାଡକୁ ଖାତିରି ନକରି ଜଳାଭିଷେକ ଲାଗି ଶୈବପୀଠ ଗୁଡିକରେ କାଉଡିଆଙ୍କ ମଧ୍ୟରେ ଲମ୍ବା ଲାଇନ ସହ ଉତ୍ସାହ ଦେଖିବାକୁ ମିଳିଥିଲା । ଖବରନୁଯାୟୀ , ଗତ ଦୁଇବର୍ଷ ଧରି ମହାମାରୀ କରୋନା ଯୋଗୁଁ ପ୍ରଶାସନର ନିର୍ଦ୍ଦେଶ କ୍ରମେ ଜଳଯାତ୍ରା ବନ୍ଦ ରହିଥିବା ବେଳେ ଚଳିତ ବର୍ଷ ବୋଲବମ୍ ଭକ୍ତଙ୍କ ମଧ୍ୟରେ ଜଳାଭିଷେକ କରିବା ଦ୍ୱାରା ମାନସିକ ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ଵାସ ରଖି କାନ୍ଧରେ ବାହୁଙ୍ଗୀ ଧରି ବିଭିନ୍ନ ନଦୀରୁ ଜଳ ଉଠାଇ ଜଳଯାତ୍ରା କରି ଶୈବପୀଠକୁ ଯାଇଥାନ୍ତି । ଚଳିତ ବର୍ଷ ଦିଗପହଣ୍ଡି ଅଞ୍ଚଳର ପ୍ରମୁଖ ଶୈବପୀଠ ଖମ୍ବାରୀ ଗାଁ ର ଉଜଳେଶ୍ବର , କମଳାପୁରର କାଶୀ ବିଶ୍ଵନାଥ , ବଡପଦାର ଉଦୟନାଥେଶ୍ବର , ଦିଗପହଣ୍ଡି ସହରର ଗୁପ୍ତେଶ୍ୱର , ନୀଳକଣ୍ଠେଶ୍ଵର ସମେତ ଆଖପାଖ ଶୈବପୀଠରେ ଭିଡ଼ ପରିଲକ୍ଷିତ ହୋଇଥିଲା । ଏଥିସହ ଦିଗପହଣ୍ଡି ଅଞ୍ଚଳର ଶିବଶଙ୍କର ବୋଲବମ୍ ସଂଘ ଓ ଆଖପାଖ ଗ୍ରାମାଞ୍ଚଳ ମାନଙ୍କରୁ ବିଭିନ୍ନ କାଉଡିଆ ମାନେ ଗତକାଲି ନିକଟସ୍ଥ ନଦୀ ମାନଙ୍କରୁ ଗଙ୍ଗାମାତାଙ୍କୁ ଆହ୍ବାନ କରି ମହାଦେବଙ୍କୁ ପୂଜାର୍ଚ୍ଚନା କରି ପ୍ରବଳ ବର୍ଷାରେ ଭିଜି ଆଜି ଜଳାଭିଷେକ କରିଥିବା ଜଣାପଡିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାମଜୀ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ଓ ଛାତ୍ରଛାତ୍ରୀଙ୍କ ନିମନ୍ତେ ବୁଷ୍ଟର ଡୋଜ ଟୀକାକରଣ ବ୍ୟବସ୍ଥା

ରାମଜୀ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ଓ ଛାତ୍ରଛାତ୍ରୀଙ୍କ ନିମନ୍ତେ ବୁଷ୍ଟର ଡୋଜ ଟୀକାକରଣ ବ୍ୟବସ୍ଥା

Read More...

ବିପଦର ବନ୍ଧୁ ସଂଗଠନ ପକ୍ଷରୁ ସ୍ବାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ।

ବିପଦର ବନ୍ଧୁ ସଂଗଠନ ପକ୍ଷରୁ ସ୍ବାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ।

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: