କୂଅରେ ଫସିଲା ଜଙ୍ଗଲୀ ବାରହା : ସୁରକ୍ଷିତ ଭାବେ ଉଦ୍ଧାର କରି ଜଙ୍ଗଲରେ ଛାଡ଼ିଲା ବନବିଭାଗ

August 09, 2022, ଓଡ଼ିଶା, , Kiran Behera
କୂଅରେ ଫସିଲା ଜଙ୍ଗଲୀ ବାରହା : ସୁରକ୍ଷିତ ଭାବେ ଉଦ୍ଧାର କରି ଜଙ୍ଗଲରେ ଛାଡ଼ିଲା ବନବିଭାଗ
Kiran Behera
[ Reporter,Digapahandi ]
Bhagyaprabha News Bureau
August 09, 2022

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଆଡପଡା ପଞ୍ଚାୟତ ଅନ୍ତର୍ଗତ କୈଠବେଢା ଗ୍ରାମର ଜଣକ ଘର ବାରିପଟରେ ଥିବା କୂଅରେ ମଙ୍ଗଳବାର ସକାଳୁ ଏକ ଜଙ୍ଗଲୀ ବାରହା ବସି ଯାଇଥିବା ଜଣାପଡିଛି । ଘଟଣାସ୍ଥଳରେ ବନବିଭାଗ ଓ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ କୂଅରୁ ବାରହାଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲରେ ଛାଡି ଦେଇଥିବା ସୂଚନା ମିଳିଛି । ଖବରନୁଯାୟୀ , ଗତ ଦୁଇଦିନ ଧରି ଲଘୁଚାପ ପ୍ରଭାବରେ ଅତ୍ୟଧିକ ବର୍ଷା କାରଣରୁ ସବୁଠାରେ ଜଳମଗ୍ନ ଭଳି ପରିସ୍ଥିତି ଦେଖିବାକୁ ମିଳୁଛି । ଏଭଳି ପରିସ୍ଥିତିରେ ଜଙ୍ଗଲୀ ପଶୁମାନେ ଖାଦ୍ୟ ଅନ୍ୱେଷଣରେ ବର୍ତ୍ତମାନ ଗ୍ରାମ ମୁହାଁ ହୋଇଥିବା ନଜର ଆସୁଥିବା ପରିଲକ୍ଷିତ ଜଣାପଡିଛି । ଆଜି ସକାଳ ସାଢେ ଆଠଟା ସମୟରେ ଜଙ୍ଗଲୀ ବାରହାଟି ବାଟବଣା ହୋଇ ଗ୍ରାମାଞ୍ଚଳ ଅଭିମୁଖେ ହୋଇ ଆସିଥିବା ବେଳେ ଜଣକ ବାରିପଟେ ଥିବା କୂଅରେ ଗଳି ପଡ଼ିଥିଲା । ଏହାଦେଖି ଗ୍ରାମବାସୀ ନିକଟସ୍ଥ ଫରେଷ୍ଟ ଅଫିସ କାର୍ଯ୍ୟାଳୟକୁ ଖବର ଦେଇଥିଲେ । ଘଟଣାପରେ ଦିଗପହଣ୍ଡି ବନାଞ୍ଚଳ ଅଧିକାରୀ କାହ୍ନୁଚରଣ ପଟ୍ଟନାୟକଙ୍କ ନେତୃତ୍ବରେ ଦିଗପହଣ୍ଡି ଓ ପାଟପୁର ବନବିଭାଗ କର୍ମଚାରୀ ଓ ଶେରଗଡ଼ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ନିୟୋଜିତ ରହି କୈାଶଳକ୍ରମେ ବାରହାଟିକୁ ଉଦ୍ଧାର କରି ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଅମ୍ଳାନ ନାୟକଙ୍କ ନିର୍ଦ୍ଦେଶକ୍ରମେ ନିକଟସ୍ଥ ଜଙ୍ଗଲରେ ଛାଡି ଦେଇଥିଲେ । ତେବେ ଉଦ୍ଧାର ବାରହାଟି ମହିଳା ପ୍ରଜାତିର ହୋଇଥିବା ବେଳେ ଉଚ୍ଚତା ୪ ଫୁଟ୍ ବୋଲି ବନାଞ୍ଚଳ ଅଧିକାରୀ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାକ୍ଷୀପୂର୍ଣ୍ଣିମା ଅବସରରେ ନୂତନ ଭଜନ ରାକ୍ଷୀପୂର୍ଣ୍ଣମା ର ରକ୍ଷା ବନ୍ଧନ

ରାକ୍ଷୀପୂର୍ଣ୍ଣିମା ଅବସରରେ ନୂତନ ଭଜନ ରାକ୍ଷୀପୂର୍ଣ୍ଣମା ର ରକ୍ଷା ବନ୍ଧନ

Read More...

ଅବସରପ୍ରାପ୍ତ ଶିକ୍ଷକଙ୍କୁ ଘରୁ ଚୋରି : ୨ ଅଟକ , ତଦନ୍ତ ଜାରି

ଅବସରପ୍ରାପ୍ତ ଶିକ୍ଷକଙ୍କୁ ଘରୁ ଚୋରି : ୨ ଅଟକ , ତଦନ୍ତ ଜାରି

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: