ସିଟି କଲେଜ ତରଫରୁ ହର୍ ଘର୍ ତିରଙ୍ଗା କାର୍ଯ୍ୟକ୍ରମ

August 14, 2022, ଓଡ଼ିଶା, ଗଞ୍ଜାମ, Swadhina Kumar Sahu
ସିଟି କଲେଜ ତରଫରୁ ହର୍ ଘର୍ ତିରଙ୍ଗା କାର୍ଯ୍ୟକ୍ରମ
Swadhina Kumar Sahu
[ District Reporter ,Ganjam ]
Bhagyaprabha News Bureau
August 14, 2022

ବ୍ରହ୍ମପୁର ଆମ୍ବପୁଆ ସ୍ଥିତ ସିଟି ମହାବିଦ୍ୟାଳୟରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ, ଜାତୀୟ ସେବା ଯୋଜନା ଏବଂ ଯୁବ ରେଡ୍ କ୍ରସ ତରଫରୁ ହର୍ ଘର୍ ତିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷା ଡ୍. ଅନିତା କୁମାରୀ ପଣ୍ଡାଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବ୍ରହ୍ମପୁର ଆଞ୍ଚଲିକ ଶିକ୍ଷା ନିର୍ଦ୍ଦେଶକ ଡ୍. ଲକ୍ଷ୍ମୀକାନ୍ତ ତ୍ରିପାଠୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଏହି ଶୋଭା ଯାତ୍ରାକୁ ଆନଷ୍ଠାନିକ ଭାବରେ ଉଦ୍ଘାଟନ କରିଥିଲେ। କାର୍ଯ୍ୟକ୍ରମରେ ଉପସ୍ଥିତ ଛାତ୍ରଛାତ୍ରୀ ଏବଂ ମହାବିଦ୍ୟାଳୟର କର୍ମଚରୀ ବୃନ୍ଦଙ୍କୁ ଦେଶଭକ୍ତି ସହିତ ତୀରଙ୍ଗା ପତାକାର ସମ୍ମାନକୁ ସବୁବେଳେ ଅକ୍ଷୁର୍ଣ୍ଣ ରଖିବା ପାଇଁ ଉପଦେଶ ଦେଇଥିଲେ। କାର୍ଯ୍ୟକ୍ରମରେ ୩(ଓ) ମେଡିକାଲ୍ ଏନସିସି ତରଫରୁ ଛାତ୍ର ଛାତ୍ରୀ ଓ କର୍ମଚରୀମାନଙ୍କୁ ତିରଙ୍ଗା ପତାକା ବଣ୍ଟନ କରାଯାଇଥିଲା। ଏହି ଶୋଭା ଯାତ୍ରାକୁ କଲେଜର ଏନସିସି ଅଫିସର ଲେଫଟିନାଣ୍ଟ ମେଘନାଥ ପ୍ରଧାନ, ଏନ୍ଏସ୍ଏସ୍ ପ୍ରୋଗ୍ରାମ ଅଫିସର ସୁଦାମ ଚରଣ ବିଷୋୟୀ ଓ ଯୁବ ରେଡ୍ କ୍ରସ ଡ୍. ସୁରଜ କୁମାର ବେହେରା ପରିଚାଳନା କରିଥିଲେ। ମହାବିଦ୍ୟାଳୟର ସମସ୍ତ ଶିକ୍ଷକ ଏବଂ ଅଣଶିକ୍ଷକ କର୍ମଚାରୀ, ଏନସିସି କ୍ୟାଡେଟ, ଏନ୍ଏସ୍ଏସ୍ ଓ ଯୁବ ରେଡ୍ କ୍ରସ୍ ସ୍ୱେଛାସେବୀ ତିରଙ୍ଗା ପତାକା ଉଡାଇ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସିହଳl ଯୁଧିଷ୍ଠିର ହାଇସ୍କୁଲରେ ଚାରା ବଣ୍ଟନ

ସିହଳl ଯୁଧିଷ୍ଠିର ହାଇସ୍କୁଲରେ ଚାରା ବଣ୍ଟନ

Read More...

ଲାଞ୍ଜିଆ ପଞ୍ଚାୟତରେ ଖାଦ୍ୟ ପ୍ରକ୍ରିୟାକରଣ ସଚେତନତା ଶିବିର ଅନୁଷ୍ଟିତ

ଲାଞ୍ଜିଆ ପଞ୍ଚାୟତରେ ଖାଦ୍ୟ ପ୍ରକ୍ରିୟାକରଣ ସଚେତନତା ଶିବିର ଅନୁଷ୍ଟିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: