କେନାଲରେ ବୁଡି ଭିନ୍ନକ୍ଷମ ଯୁବକ ମୃତ : ସରକାରୀ ସହାୟତା ପାଇଁ ଦାବି

August 18, 2022, ଓଡ଼ିଶା, ଗଞ୍ଜାମ, Kiran Behera
କେନାଲରେ ବୁଡି ଭିନ୍ନକ୍ଷମ ଯୁବକ ମୃତ : ସରକାରୀ ସହାୟତା ପାଇଁ ଦାବି
Kiran Behera
[ Reporter,Digapahandi ]
Bhagyaprabha News Bureau
August 18, 2022

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଳକ ଡେଙ୍ଗାଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗାଧୋଇବା ସମୟରେ ଅସାବଧାନତା ଯୋଗୁଁ କେନାଲ ପାଣିରେ ବୁଡି ଗ୍ରାମର ରାଜୀବ ନଗରସ୍ଥିତ ଅଭିମନ୍ୟୁ ଦାସଙ୍କ ପୁଅ ଗଣେଶ ଦାସ (୨୫) ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଖବରନୁଯାୟୀ , ଗଣେଶ ଭିନ୍ନକ୍ଷମ ହୋଇଥିବା ବେଳେ ସବୁଦିନ ଘର ନିକଟସ୍ଥ ପାଇପ ମୂଳେ ଗାଧୋଇ ଆସୁଥିଲେ । କିନ୍ତୁ ଆଜି କେନାଲରେ ବହୁ ପାଣି ଆସୁଥିବାରୁ ସେଠାରେ ଗାଧୋଇବା ପାଇଁ ମନ ବଳାଇଥିଲେ । ଏପରିକି ସେ ନିଜ ଟ୍ରାଇ ସାଇକେଲ ଯୋଗେ କେନାଲକୁ ଯାଇ ଗାଧୋଇବା ସମୟରେ ଅସାବଧାନତା କାରଣରୁ ପାଣିରେ ବୁଡି ରହିଥିଲେ । କିଛି ସମୟ ଯାଏଁ ପାଣିରୁ ନ ବାହାରିବାରୁ ପାର୍ଶ୍ବରେ ଥିବା କିଛି ମହିଳା ପାଟି କରିଥିଲେ । ଯାହାଫଳରେ ନିକଟସ୍ଥ ବିଲରେ କାମ କରୁଥିବା କିଛି ଲୋକ ଆସି କେନାଲ ଭିତରୁ ଖୋଜାଖୋଜି କରି ଗୁରୁତର ଅବସ୍ଥାରେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଆଡପଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ସେଠାରେ ଉପସ୍ଥିତ ଡାକ୍ତର ଗଣେଶଙ୍କ ମୃତ୍ୟୁ ହୋଇଥିବା ନେଇ ପରିବାରକୁ ଜଣାଇଥିଲେ । ଖବରପାଇ ପାଟପୁର ପୋଲିସ ମେଡ଼ିକାଲରେ ପହଞ୍ଚି ଶବ ଜବତ କରିବା ସହ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ପଠାଇଥିବା ଜଣାପଡିଛି । ତେବେ ୬୧ ନଂ ଜୋନ୍‌ ଜିଲ୍ଲା ପରିଷଦ ଅମିନ ପ୍ରଧାନ ଏବଂ ସ୍ଥାନୀୟ ସରପଞ୍ଚ ଶିବରାମ ସ୍ଵାଇଁ ମେଡ଼ିକାଲରେ ଉପସ୍ଥିତ ରହି ପରିବାରକୁ ସାନ୍ତ୍ଵନା ଦେବା ସହ ସରକାରୀ ସହାୟତା ଯୋଗାଇ ଦେବା ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଗୋଲାମୁଣ୍ଡା ଠାରେ ପାଳିତ ହେଲା ଶ୍ରୀ କୃଷ୍ଣ ଜନ୍ମାଷ୍ଟମୀ

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଗୋଲାମୁଣ୍ଡା ଠାରେ ପାଳିତ ହେଲା ଶ୍ରୀ କୃଷ୍ଣ ଜନ୍ମାଷ୍ଟମୀ

Read More...

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ମହା ଆଡ଼ମ୍ବରରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ମହା ଆଡ଼ମ୍ବରରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: